ETV Bharat / bharat

Badrinath Dham: କ୍ଷତିଗ୍ରସ୍ତ ହୋଇପାରେ ବଦ୍ରିନାଥ ଧାମ, ବଢିଲା ସ୍ଥାନୀୟ ଲୋକଙ୍କ ଚିନ୍ତା - ଭବିଷ୍ୟ ବଦ୍ରିନାଥ ଧାମ

ଭବିଷ୍ୟ ବଦ୍ରିନାଥ ଧାମରେ ପଥରରେ ହଠାତ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିଥିବା ବେଳେ ମୁଖ୍ୟ ବଦ୍ରିନାଥ ଧାମର ସୁରକ୍ଷାକୁ ନେଇ ବଢିଛି ଚିନ୍ତା । ୧୦୦ ବର୍ଷ ପୂର୍ବେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଭବିଷ୍ୟବାଣୀକୁ ମନେ ପକାଇ ଶ୍ରଦ୍ଧାଳୁ ଓ ମନ୍ଦିରର ପୂଜକ ଚିନ୍ତାରେ ପଡ଼ିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 24, 2023, 8:04 PM IST

ଡେରାଡୁନ: ଯୋଶୀମଠ ଭୂସ୍ଖଳନ ପରେ ଏବେ ବଦ୍ରିନାଥ ଧାମକୁ ନେଇ ବଢିଲା ଚିନ୍ତା । ବଦ୍ରିନାଥ ଧାମ କ୍ଷତିଗ୍ରସ୍ତ ହୋଇପାରେ ବୋଲି ଆଶଙ୍କା କରାଯାଇଛି । ଏନେଇ ବଢିଛି ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କ ଚିନ୍ତା । ବଦ୍ରିନାଥ ଧାମ ଉପରେ ହଠାତ ବିପଦ ମାଡ଼ି ଆସିବା ସହ ଏହି ଧାର୍ମିକ ପୀଠ କ୍ଷତିଗ୍ରସ୍ତ ହେବ ବୋଲି ୧୦୦ବର୍ଷ ପୂର୍ବରୁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଭବିଷ୍ୟବାଣୀ କରିଥିଲେ । ଶଙ୍କରାଚାର୍ଯ୍ୟଙ୍କ ଏହି ଆଶଙ୍କାକୁ ସ୍ମରଣ କରି ଭୟଭୀତ ହୋଇପଡ଼ିଛନ୍ତି ଶ୍ରଦ୍ଧାଳୁ ।

ସ୍ଥାନୀୟଲୋକଙ୍କ ବିଶ୍ବାସ ଅନୁସାରେ ପାହାଡ଼ିଆ ଅଞ୍ଚଳ ଉତ୍ତରାଖଣ୍ଡକୁ ଦେବାଦେବୀମାନେ ରକ୍ଷା କରୁଛନ୍ତି । ହେଲେ ଯୋଶୀମଠ ଭୂସ୍ଖଳନ ପରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଭବିଷ୍ୟବାଣୀ ସମସ୍ତେ ମନେ ପକାଇ ଭୟଭୀତ ହୋଇପଡ଼ିଛନ୍ତି । ବଦ୍ରିନାଥ ଧାମର ପୂଜକମାନେ ଏ ନେଇ ଚିନ୍ତାପ୍ରକଟ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ବଦ୍ରିନାଥ ଧାମର ବିଲୋପ ଘଟିବ ବୋଲି ସେମାନେ ଆଶଙ୍କା କରିଛନ୍ତି । ବଦ୍ରିନାଥ ଧାମରେ ପୂଜାର୍ଚ୍ଚନା କରୁଥିବା ପୂଜକ କାଲୁ ମହାରାଜ ଏ ନେଇ କହିଛନ୍ତି, " କେଦାରନାଥ ଧାମରେ ଆସିଥିବା ପ୍ରାକୃତିକ ବିପର୍ଯ୍ୟୟରେ ଭବିଷ୍ୟ ବଦ୍ରିନାଥ ଧାମ କୁହାଯାଉଥିବା ସ୍ଥାନରେ ଦେବାଦେବୀଙ୍କ ମୁଖ ସଦୃଶ ପଥର ଦେଖିବାକୁ ମିଳିଛି । ଭଗବାନ ଏହା ମାଧ୍ୟମରେ ଜଣାଇ ଦେଉ ନାହାଁନ୍ତି ତ ଭବିଷ୍ୟତରେ ମୁଖ୍ୟ ବଦ୍ରିନାଥ ଧାମ କ୍ଷତିଗ୍ରସ୍ତ ହେବ? "

ଏହା ବି ପଢନ୍ତୁ- Joshimath Sinking: ବର୍ତ୍ତମାନ ସୁଦ୍ଧା 863 ଘରେ ଫାଟ, 181 କୋଠା ଅସୁରକ୍ଷିତ

ଏଠାକାର ସ୍ଥାନୀୟ ବାସିନ୍ଦା ଓ ପୂଜକ ବିଶ୍ବାସ କରନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟରେ ବଦ୍ରିନାଥଙ୍କ ମୁଖ୍ୟ ଧାମ ଲୋପ ପାଇଯିବ । ଏହାପରେ ବାବା ବଦ୍ରିନାଥ ଭବିଷ୍ୟ ବଦ୍ରିନାଥ ଧାମ କୁହାଯାଉଥିବା ସ୍ଥାନରେ ପୁଣି ପୂଜା ପାଇବେ । ବର୍ତ୍ତମାନ ଏହି ସ୍ଥାନରେ ଦେବାଦେବୀଙ୍କ ମୁଖ ସଦୃଶ ପଥରଗୁଡ଼ିକ ହଠାତ ଦେଖିବାକୁ ମିଳିଛି । ଯାହା ପୂର୍ବରୁ ଦେଖିବାକୁ ମିଳୁନଥିଲା । ଏହାକୁ ଚମତ୍କାର ବୋଲି ଲୋକେ କହିଛନ୍ତି । ଏହି ସ୍ଥାନ ଭବିଷ୍ୟତରେ ବଦ୍ରିନାଥ ମୁଖ୍ୟ ଧାମ ହେବ ବୋଲି ସ୍ଥାନୀୟ ଲୋକେ ଆଶା କରୁଛନ୍ତି ।

ସୂଚନା ଥାଉ କି ଉତ୍ତରାଖଣ୍ଡର ଯୋଶୀମଠରେ ଭୂସ୍ଖଳନ ଯୋଗୁଁ ଏଠାକାର ବାସିନ୍ଦାଙ୍କ ଘରେ ଫାଟ ସୃଷ୍ଟି ହୋଇଛି । ମାଟି ଦବିଯିବା ପରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଏହାପରେ ସ୍ଥାନୀୟ ଲୋକଙ୍କ ଘରକୁ ବିପଦସଙ୍କୁଳ ଦର୍ଶାଇ ଘର ଖାଲିବାକୁ କହିଥିଲା ପ୍ରଶାସନ । ଯେଉଁ ଗୃହରେ ରହିବା ବିପଦପୂର୍ଣ୍ଣ ଉକ୍ତ ଘର ସାମ୍ନାରେ ନାଲି ଛକି ମାରିଥିଲା ପ୍ରଶାସନ । ଏହାପରେ ସ୍ଥାନୀୟ ଲୋକମାନେ ନିଜ ସ୍ବପ୍ନର ଘରକୁ ତ୍ୟାଗ କରିବାକୁ ବାଧ୍ୟ ହୋଇଛନ୍ତି । ପ୍ରଶାସନ ଉକ୍ତ ବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.