ETV Bharat / bharat

ସ୍ପେନରୁ ଦିଦିଙ୍କ ଇଂଷ୍ଟା ପୋଷ୍ଟ, ଶାଢୀ ଆଉ ସ୍ଲିପରରେ ଜଗିଂ - ସ୍ପେନରେ ମମତା ବାନାର୍ଜୀ

ବିଦେଶ ଗସ୍ତରେ ଥିବା ମମତା ଦିଦି କଲେ ଜିଗିଂ । ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ବାଣ୍ଟିଲେ ଫିଟନେସ ମନ୍ତ୍ର । ଅଧିକ ପଢନ୍ତୁ

ସ୍ପେନରୁ ଦିଦିଙ୍କ ଇଂଷ୍ଟା ପୋଷ୍ଟ, ଶାଢୀ ଆଉ ସ୍ଲିପରରେ ଜଗିଂ

author img

By ETV Bharat Odisha Team

Published : Sep 14, 2023, 10:26 PM IST

ସ୍ପେନରୁ ଦିଦିଙ୍କ ଇଂଷ୍ଟା ପୋଷ୍ଟ, ଶାଢୀ ଆଉ ସ୍ଲିପରରେ ଜଗିଂ

ହାଇଦ୍ରାବାଦ: ନିବେଶ କନକ୍ଲେଭରେ ଅଂଶଗ୍ରହଣ କରିବାକୁ ବିଦେଶ ଗସ୍ତରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସେ ଏବେ ସ୍ପେନରେ ଅଛନ୍ତି । ତେବେ ସେଠାରେ ମଧ୍ୟ ଦିଦି ନିଜକୁ ଫିଟ ରଖିବା ପାଇଁ ଭୁଲି ନାହାନ୍ତି । ସକାଳୁ ଏକ ପାର୍କରେ ଜଗିଂ କରିଛନ୍ତି ଏବଂ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଫିଟ ରହିବାର ବାର୍ତ୍ତା ମଧ୍ୟ ବାଣ୍ଟିଛନ୍ତି । ଭିଡିଓଟି ସ୍ପେନର ମାଡରିଡ ସହରର ଏକ ପାର୍କର ବୋଲି ଜଣାପଡିଛି ।

ମମତା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଭିଡିଓରେ ଦେଖିବାକୁ ମିଳୁଛି, ମମତା ଜଗିଂ କରୁଛନ୍ତି । ସାଙ୍ଗରେ ସହଯୋଗୀଙ୍କ ଏକ ଟମ ମଧ୍ୟ ରହିଛି । ତେବେ ସେ ଜଗିଂ ପୋଷାକ ପରିବର୍ତ୍ତେ ନିଜର ଦୈନ୍ୟଦିନ ଷ୍ଟାଇଲରେ ଶାଢୀ ଓ ପାଦରେ ସ୍ଲିପର ପରିଧାନ କରିଛନ୍ତି । ବେଶ କିଛି ବାଟ ଦିଦି ଜଗିଂ କରିବା ପରେ କୌଣସି ଏକ ସ୍ଥାନରେ କିଛି ସମୟ ଅଟକୁଛନ୍ତି । ସେଠାରେ ହାରମୋନିୟମ ବଜାଉଥିବା ଜଣେ ଯୁବକଙ୍କ ସହ ବାର୍ତ୍ତାଳାପ କରିବା ସହ ନିଜେ ହାରମୋନିୟମ ମଧ୍ୟ ବଜାଉଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆକୁ ଆସିବା ପରେ ମମତାଙ୍କ ଫିଟନେସ ଚିନ୍ତା ନେଇ ଚର୍ଚ୍ଚା ହେଉଛି ।

ତେବେ ଗତକାଲି ଏହି ଗସ୍ତ ବେଳେ ମମତାଙ୍କ ସମ୍ପର୍କରେ ଅନ୍ୟ ଏକ ରୋଚକ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ସେ ଦୁବାଇ ବିମାନ ବନ୍ଦରରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବ୍ରିକ୍ରମସିଙ୍ଘେଙ୍କୁ ଭେଟିଥିଲେ । ଉଭୟ କିଛି ସମୟ ବାର୍ତ୍ତାଳାପ ମଧ୍ୟ କରିଥିଲେ । ଏହି ସମୟରେ ପଡୋଶୀ ରାଷ୍ଟ୍ରପତି ତାଙ୍କୁ ସିଧା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ନେତୃତ୍ବ କଥା ପଚାରିଥିଲେ । ସେ ମେଣ୍ଟର ନେତୃତ୍ବ ନେବେ ବୋଲି ପ୍ରଶ୍ନ କରିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ସିଙ୍ଘେ । ତେବେ ଏହି ପ୍ରଶ୍ନର ଉତ୍ତର ରାଜନୈତିକ ଭାଷାରେ ଜବାବ ଦେଇଥିଲେ ଦିଦି । କହିଥିଲେ, ତାହା ଲୋକେ ସ୍ଥିର କରିବେ । ଲୋକେ ଚାହିଁଲେ ବିରୋଧୀ ମେଣ୍ଟ 2024ରେ ଶାସନକୁ ଆସିବ । ମେଣ୍ଟର ନେତା କି’ଏ ହେବ ସେନେଇ ମଧ୍ୟ ଲୋକେ ନିଷ୍ପତ୍ତି ନେବେ ବୋଲି ମମତା କହିଥିଲେ ।

ଏହା ମଧ୍ୟ ପଢନ୍ତୁ :-‘କଣ ଆପଣ ଇଣ୍ଡିଆ ମେଣ୍ଟର ନେତୃତ୍ବ ନେବେ’: ମମତାଙ୍କୁ ପଚାରିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ତେବେ ରାସ୍ତାରେ ଭେଟ ହୋଇଥିବା ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭାରତୀୟ ରାଜନୀତିରେ ରୁଚି ମଧ୍ୟ ଗଣମାଧ୍ୟମ ଚର୍ଚ୍ଚାରେ ରହିଥିଲା । ‘ଇଣ୍ଡିଆ’ ମେଣ୍ଟ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମୋଦି ବିରୋଧୀ ଏହି ଫାଏର ବ୍ରାଣ୍ଡ ଲେଡି ଲିଡରଙ୍କ ମଧ୍ୟ ମେଣ୍ଟର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନେଇ ଚର୍ଚ୍ଚା ଜାରି ରହିଛି । ନିଜର କଡା ଆଭିମୁଖ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ମମତା, 2020 ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ଆକ୍ରମଣାତ୍ମକ ପ୍ରଚାର ସତ୍ତ୍ବେ ମଧ୍ୟ ନିଜ ଶାସନ ବଞ୍ଚାଇବାରେ ସଫଳ ହେବା ପରେ ବିଜେପି ବିରୋଧୀ ଚେହେରାଙ୍କ ମଧ୍ୟରେ ପ୍ରମୁଖ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.