ETV Bharat / bharat

2 ଜଣ LeT ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କଲା ବାନ୍ଦିପୋରା ପୋଲିସ

author img

By

Published : Feb 20, 2021, 11:14 AM IST

ଜାମ୍ମୁ କାଶ୍ମୀର ପୋଲିସ ଶୁକ୍ରବାର ଉତ୍ତର କାଶ୍ମୀରରେ ଦୁଇଜଣ ଲଶ୍କର-ଏ-ତାଇବା (LeT) ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଆତଙ୍କବାଦୀ ସହଯୋଗୀ
ଆତଙ୍କବାଦୀ ସହଯୋଗୀ

ଶ୍ରୀନଗର: ଜାମ୍ମୁ କାଶ୍ମୀର ପୋଲିସ ଶୁକ୍ରବାର ଉତ୍ତର କାଶ୍ମୀରରେ ଦୁଇଜଣ ଲଶ୍କର-ଏ-ତାଇବା (LeT) ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ପାପଚାନ୍ ବାନ୍ଦିପୁର ବ୍ରିଜ୍ ନିକଟରେ ଏହି 2 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ସହଯୋଗୀ ଆବିଦ୍ ୱାଜା ଏବଂ ଶବୀର ଅହମ୍ମଦ ଗୋଜର ବୋଲି ପୋଲିସ କହିଛି।

ଆତଙ୍କବାଦୀ ସହଯୋଗୀଙ୍କ ଗତିବିଧି ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ଇନପୁଟକୁ ଗ୍ରହଣ କରି ବାନ୍ଦିପୋରା ପୋଲିସ 14 ଆରଆର ଏବଂ ସିଆରପିଏଫ୍ ସହିତ ପାପାଚାନ ବାନ୍ଦିପୁର ବ୍ରିଜ ନିକଟରେ ମିଳିତ ଚଢାଉ କରିଥିଲେ। ଯାଞ୍ଚ ସମୟରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଇବାକୁ ସଙ୍କେତ ଦିଆଯାଇଥିଲା କିନ୍ତୁ ସେମାନେ ପଳାଇବାକୁ ଚେଷ୍ଟା କରିଥିଲେ। ଖୋଜାଖୋଜି ସମୟରେ ସେମାନଙ୍କ ନିକଟରୁ ଦୁଇଟି ହ୍ୟାଣ୍ଡ ଗ୍ରେନେଡ ଉଦ୍ଧାର କରାଯାଇଥିଲା ବୋଲି ପୋଲିସ କହିଛି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ଆତଙ୍କବାଦ LeT ସହ ଜଡିତ ଥିଲେ ଏବଂ ଏହି ଅଞ୍ଚଳରେ LeTର ସକ୍ରିୟ ଆତଙ୍କବାଦୀଙ୍କୁ ଆଶ୍ରୟ, ସାମଗ୍ରୀ ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ କରୁଥିଲେ । ଏହାସହ ବାନ୍ଦିପୋରାରେ ସୁରକ୍ଷା ବାହିନୀ ଉପରେ ଗ୍ରେନେଡ୍ ଆକ୍ରମଣ କରିବା ପାଇଁ ସେମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏ ସମ୍ପର୍କରେ ଆଇନର ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.