ETV Bharat / bharat

ବିହାର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା

author img

By

Published : Jun 19, 2023, 9:57 PM IST

ନୀତିଶ କୁମାର ନେତୃତ୍ବାଧୀନ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା । ଏନଡିଏ ସହ ମିଶିବା ନେଇ ସଙ୍କେତ ଦେଲେ ଜୀତନଙ୍କ ପୁଅ ସନ୍ତୋଷ । ନିକଟରେ ଦେଇଥିଲେ ଇସ୍ତଫା । ଅଧିକ ପଢନ୍ତୁ

ବିହାର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା
ବିହାର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା

ପାଟନା: ନୀତିଶ କୁମାରଙ୍କ ନେତୃତ୍ବାଧୀନ ମହାମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀଙ୍କ ଦଳ ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା (HAM)। ନିକଟରେ ଜୀତନଙ୍କ ପୁଅ ତଥା ଦଳର ସଭାପତି ସନ୍ତୋଷ ସୁମନ ନୀତିଶଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ । ଆଜି ଦଳ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ନେଇ ନିଜେ ସୁମନ ଘୋଷାଣ କରିଛନ୍ତି ।

  • #WATCH | We have handed over the letter to the Governor withdrawing support from Nitish Kumar-led government...In Delhi, we will try to meet leaders of various political parties including leaders of NDA: Jitan Ram Manjhi, Patna, Former Bihar CM & HAM leader, in Patna pic.twitter.com/IMLvAI7gmV

    — ANI (@ANI) June 19, 2023 " class="align-text-top noRightClick twitterSection" data=" ">

ଆଜି ପ୍ରେସମିଟ କରି ସନ୍ତୋଷ କହିଛନ୍ତି, ତାଙ୍କ ଦଳ ସମର୍ଥନ ପ୍ରତ୍ୟାହାର ଘୋଷଣା କରିସାରିଛି । ସେ ବିହାର ସରକାର ଓ ରାଜ୍ୟପାଳଙ୍କୁ ଅବଗତ କରିବେ । ସେ ଏନେଇ ରାଜଭବନକୁ ସମୟ ମାଗିଛନ୍ତି । ଆଜି ସଂଧ୍ୟାରେ ସେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଉଛନ୍ତି । ସନ୍ତୋଷ ଏହା ମଧ୍ୟ କହିଛନ୍ତି ଯେ, ସେ ଦଳର ବିସ୍ତାର ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିବେ । ତାଙ୍କ ଦଳ ପାଇଁ ଏକାଧିକ ବିକଳ୍ପ ରହିଛି । ସେ ଦିଲ୍ଲୀ ଯିବେ । ଯଦି ଏନଡିଏ ତାଙ୍କ ଦଳର ମିଶ୍ରଣ ପାଇଁ ଆଗ୍ରହ ପ୍ରକାଶ କରେ, ତେବେ ସେ ସେସମ୍ପର୍କରେ ଆଲୋଚନା କରିପାରନ୍ତି । ସେହିପରି ସେ ତୃତୀୟ ସାମୁଖ୍ୟ କଥା ମଧ୍ୟ ବିଚାର କରିପାରନ୍ତି । ଦିଲ୍ଲୀ ଗସ୍ତରେ ସେ କିଛି ବେସରକାରୀ ସଂଗଠନ ସହ ମଧ୍ୟ ଆଲୋଚନା କରିବେ । 3 ରୁ 4 ଦିନ ମଧ୍ୟରେ ଆଗାମୀ କାର୍ଯ୍ୟପନ୍ଥା ନେଇ ବିହାରବାସୀଙ୍କୁ ସ୍ପଷ୍ଟ କରିବେ ।

243 ଆସନ ବିଶିଷ୍ଟ ବିହାର ବିଧାନସଭାରେ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚାର ମାତ୍ର 4 ଜଣ ବିଧାୟକ ରହିଛନ୍ତି । ସର୍ବାଧିକ 79 ବିଧାୟକ RJD ର ଥିବା ବେଳେ JD(U) 45 ବିଧାୟକ ରହିଛନ୍ତି । ସେହିପରି ଭାରତୀୟ ଜନତା ପାର୍ଟିର 77 ବିଧାୟକ ରହିଛନ୍ତି । ପୂର୍ବରୁ ବିଜେପି-ଜେଡିୟୁ ମେଣ୍ଟ ସରକାର ଥିବା ବେଳେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ନୀତିଶ ବିଜେପି ସମର୍ଥିତ ମେଣ୍ଟ ଭାଙ୍ଗି କଂଗ୍ରେସ, ଆରଜେଡି ସମର୍ଥନରେ ସରକାର ଗଠନ କଲେ । ନୀତିଶ କୁମାର ମୁଖ୍ଯମନ୍ତ୍ରୀ ପଦ ବଜାୟ ରଖିବା ସହ ଆରଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ । 2022 ମସିହା 9 ଅଗଷ୍ଟରେ ନୀତିଶ ଏହି ସମର୍ଥନ ପରିବର୍ତ୍ତନ କରିବା ସମୟରେ ଜୀତନରାମ ମାଞ୍ଝୀଙ୍କ ଦଳ ହିନ୍ଦୁସ୍ଥାନ ଆଓ୍ବାମ ମୋର୍ଚ୍ଚା ମହାଗଠବନ୍ଧନ ସରକାରକୁ ନସର୍ତ୍ତଃ ସମର୍ଥନ ଘୋଷଣା କରିଥିଲା ।

ଚଳିତ ଏପ୍ରିଲ 13 ତାରିଖରେ ଜୀତନରାମ ମାଞ୍ଜୀ ଦିଲ୍ଲୀ ଗସ୍ତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ । ସେତେବଳେ ସେ ଏନଡିଏରେ ସାମିଲ ହେବା ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଏନଡିଏକୁ ଛୋଟ ଦଳର ଆବଶ୍ୟକତା ନଥିବା କହିଥିଲେ । ସେହିପରି ସେ ନୀତିଶ କୁମାରଙ୍କ ସହ ରହିବେ ଓ ନୀତିଶଙ୍କ ନିକଟରେ 2024 ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ସମସ୍ତ ଯୋଗ୍ୟତା ଥିବା କହିଥିଲେ । ବିରୋଧୀ ଦଳମାନେ ଏକାଠି ହେଲେ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇ ପାରେ ବୋଲି ସେ ମଧ୍ୟ ମତ ଦେଇଥିଲେ । ହେଲେ ନିକଟରେ ନୀତିଶ କୁମାରଙ୍କ କ୍ୟାବିନେଟରୁ ପୁଅ ସନ୍ତୋଷ ସୁମନ ଇସ୍ତଫା ଦେବା ପରେ ଆଜି ଦଳ ମଧ୍ୟ ନୀତିଶ ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.