ETV Bharat / bharat

Jharkhand Mining case, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଗିରଫ - ହେମନ୍ତ ସୋରେନଙ୍କ ସହଯୋଗୀ ଗିରଫ

ଝାଡଖଣ୍ଡ ଖଣି ଦୁର୍ନୀତିର ତଦନ୍ତରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ଚଢାଉ କରିଥିଲା । ତାଙ୍କ ଘରୁ ଦୁଇଟି ଏକେ-୪୭ ଆସଲ୍ଟ ରାଇଫଲ ଜବତ ହୋଇଥିଲା । ଏହାପରେ ଆଜି ତାଙ୍କୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ହେମନ୍ତ ସୋରେନଙ୍କ ସମ୍ପର୍କୀୟ ଗିରଫ
ହେମନ୍ତ ସୋରେନଙ୍କ ସମ୍ପର୍କୀୟ ଗିରଫ
author img

By

Published : Aug 25, 2022, 10:11 AM IST

Updated : Aug 25, 2022, 2:09 PM IST

ରାଞ୍ଚି: ବହୁଚର୍ଚ୍ଚିତ ଝାଡଖଣ୍ଡ ଖଣି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ ସହଯୋଗୀ ଗିରଫ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କୁ ଗିରଫ କରିଛି ଇଡି । ଖଣି ଦୁର୍ନୀତି ମାମଲାରେ ମାରାଥନ ରେଡ୍ ପରେ ଇଡି ଗିରଫ କରିଛି । ଗତକାଲି (ବୁଧବାର) ପ୍ରେମ ପ୍ରକାଶଙ୍କ ରାଞ୍ଚି ସ୍ଥିତ ଘରୁ ୨ଟି AK47 ଜବତ ହୋଇଥିଲା । ଏହା ସହ ଇଡିର ଏକ ଟିମ ୟୁକେ ଝାଙ୍କୁ ମଧ୍ୟ ଅଟକ ରଖିଛି ।

ଝାଡଖଣ୍ଡରେ ବେଆଇନ ଖଣି ଖନନ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏକକାଳୀନ 17ଟି ସ୍ଥାନରେ ଚଢାଉ କରିଥିଲା । ପ୍ରେମ ପ୍ରକାଶ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟତର ବୋଲି ଜଣାଯାଇଛି । ପ୍ରେମ ପ୍ରକାଶ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଏହି ଚଢାଉ କରାଯାଇଥିଲା । ବେଆଇନ ଖଣି ମାମଲାରେ ପ୍ରେମ ପ୍ରକାଶଙ୍କ ଘର ବ୍ୟତୀତ ଝାଡଖଣ୍ଡ, ବିହାର, ତାମିଲନାଡୁ ଏବଂ ଦିଲ୍ଲୀ-ଏନସିଆରରେ 16ଟି ସ୍ଥାନରେ ମଧ୍ୟ ଚଢାଉ କରିଥିଲା ତଦନ୍ତକାରୀ ସଂସ୍ଥା । ପ୍ରେମ ପ୍ରକାଶଙ୍କ ବାସଭବନରେ ହୋଇଥିବା ଚଢାଉରେ ଦୁଇଟି AK47 ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ପରେ ଝାଡଖଣ୍ଡ ରାଜନୀତି ଉଷ୍ମ ହୋଇଥିଲା । ଜବତ ୨ଟି AK47 ରାଞ୍ଚି ପୋଲିସ ଦାବି କରିଥିଲା ପୋଲିସ । ଜବତ ରାଇଫଲ୍ସ ସରକାରୀ ଅସ୍ତ୍ରଶସ୍ତ୍ର ଓ ତାକୁ ପ୍ରଦେଶ ପୋଲିସର ଦୁଇ କର୍ମଚାରୀ ରଖିଥିବା ଚରମ ଅବହେଳା ସାମ୍ନାକୁ ଆସିବ ପରେ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା ।

ଏହା ବି ପଢନ୍ତୁ...ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଘରୁ ଦୁଇଟି AK-47 ଆସଲ୍ଟ ରାଇଫଲ ଜବତ କଲା ED

ଏହା ବି ପଢନ୍ତୁ...ଝାଡଖଣ୍ଡରେ ରାଇଫଲ ମିଳିବା ଘଟଣା, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ

ଏହାପୂର୍ବରୁ, ମଧ୍ୟ ତଦନ୍ତକାରୀ ସଂସ୍ଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅନ୍ୟ କିଛି ପ୍ରମୁଖ ସହଯୋଗୀଙ୍କ ଘରେ ଚଢାଉ କରିସାରିଛି (Jharkhand Illegal Mining Case investigation )। PMLA ଆକ୍ଟ ଅଧୀନରେ ହେମନ୍ତ ସୋରେନଙ୍କ ଦଳର ବିଧାୟକ ପଙ୍କଜ ମିଶ୍ରାଙ୍କ 37 ଟି ବ୍ୟାଙ୍କ ଆକାଉଣ୍ଟ ସିଜ କରିବା ସହ 11.88 କୋଟି ଟଙ୍କା ଜବତ କରି ସାରିଛି ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Last Updated : Aug 25, 2022, 2:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.