ରାୟପୁର: ଦେଶରେ ଭୟାନକ ସ୍ଥିତିରେ ସଂକ୍ରମଣ । ମହାମାରୀ ରୋକିବାକୁ ବିଭିନ୍ନ ରାଜ୍ୟ ଗ୍ରହଣ କରୁଛନ୍ତି ଆବଶ୍ୟକ ପଦକ୍ଷେପ । କେଉଁଠି ରାଜ୍ୟ ମହାମାରୀ ରୋକିବାକୁ ନାଇଟ କର୍ଫ୍ୟୁ ଲାଗୁ କରୁଛନ୍ତି ତ ଆଉ କେଉଁଠି ଲକଡାଉନ, ସଟଡାଉନ କଟକଣା ଲଗାଇଛନ୍ତି ସରକାର । ଏଭଳି ସ୍ଥିତିରେ ଛତିଶଗଡ ବଳରାମପୁର ଅଞ୍ଚଳରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।
କୋରୋନା କଟକଣାକୁ ମାନି ଜଣେ ବର ବିନା ବରଯାତ୍ରୀରେ ବାହା ହେବାକୁ ବାଇକରେ ଯାଇଛନ୍ତି । ଭିଡ ନ ଜମାଇ ଏକାକୀ ଏକ ବାଇକରେ ସେରଓ୍ବାନି ସହ ମାସ୍କ ପିନ୍ଧି ଯାଉ ଥିବା ଦେଖିବାକୁ ମିଳିଥିଲା । ବିବାହ ରୀତିନୀତି ପାଇଁ ସାଙ୍ଗରେ ଯାଉଥିବା 5 ଜଣଙ୍କୁ ମଧ୍ୟ ପୋଲିସ ଅଟାକାଇ ଥିଲା । ଆଉ କାରଣ ମଧ୍ୟ ବୁଝିଥିଲା । ବିବାହ କରିବାକୁ ଯାଉଥିବା ବ୍ୟକ୍ତି ଜଣଙ୍କ ଘର ଝାଡଖଣ୍ତରେ ହୋଇଥିବା ବେଳେ ସେ ଛତିଶଗଡକୁ ବିବାହ ପାଇଁ ଯାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ