ETV Bharat / bharat

ଚରମ ଅବହେଳା; କୁକୁର କାମୁଡା ଇଞ୍ଜେକ୍ସନ ବଦଳରେ ଦେଲେ covid ଟିକା

କୁକୁର କାମୁଡା ଇଞ୍ଜେକ୍ସନ ବଦଳରେ ଜଣେ ବ୍ୟକ୍ତିଙ୍କୁ କୋରୋନା ଟିକା ଦେଲେ ଡାକ୍ତର । ସ୍ବାସ୍ଥ୍ଯ ସେବାର ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଝାଡଖଣ୍ଡର ପାଲାମୁ ଜିଲ୍ଲାରେ । ଅଧିକ ପଢନ୍ତୁ....

ସ୍ବାସ୍ଥ୍ୟକର୍ମୀଙ୍କ ଅବହେଳା, କୁକୁର କାମୁଡା ଟିକା ବଦଳରେ ବ୍ୟକ୍ତିଙ୍କୁ ଦେଲ କୋରୋନା ଟିକା

author img

By

Published : Nov 1, 2021, 3:18 PM IST

Updated : Nov 1, 2021, 5:38 PM IST

ରାଞ୍ଚି: ସ୍ବାସ୍ଥ୍ୟ ସେବାରେ ଚରମ ଅବହେଳା । କୁକୁର କାମୁଡା ଇଞ୍ଜେକ୍ସନ ବଦଳରେ ଜଣେ ବ୍ୟକ୍ତିଙ୍କୁ କୋରୋନା ଟିକା ଦେଲେ ଡାକ୍ତର । ସ୍ବାସ୍ଥ୍ଯ ସେବାର ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଝାଡଖଣ୍ଡର ପାଲାମୁ ଜିଲ୍ଲାରେ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଚିକିତ୍ସାଳୟର ଜଣେ ବରିଷ୍ଠ ଅଧିକାରୀ ।

ସୂଚନା ଅନୁଯାୟୀ ଶନିବାର ଦିନ ନାଉଡିହା ଗ୍ରାମର ରାଜୁ ସିଂଙ୍କୁ କୁକୁର କାମୁଡିଥିଲା । ତେବେ କୁକୁରକାମୁଡା ଇଞ୍ଜେକ୍ସନ ନେବା ପାଇଁ ସେ ଜିଲ୍ଲା ହସ୍ପିଟାଲକୁ ଯାଇଥିଲେ । ଏହି ସମୟରେ ଜଣେ ସ୍ବାସ୍ଥ୍ଯକର୍ମୀ ତାଙ୍କୁ ଆଣ୍ଟି ରେବିଜ ଟିକା ବଦଳରେ କୋରୋନା ଟିକା ଦେଇଥିବା ରାଜୁ ଅଭିଯୋଗ କରିଥିଲେ ।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅନିଲକୁମାର ସୂଚନା ଦେଇ କହିଛନ୍ତି ଯେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ୫୦ ବର୍ଷ ବୟସ୍କ ରାଜୁଙ୍କୁ ଭୁଲରେ କୋଭିଡ -୧୯ ଟିକା ଦିଆଯାଇଥିଲା । ସ୍ବାସ୍ଥ୍ୟ କର୍ମୀଙ୍କ ଅବହେଳା ଯୋଗୁଁ ଏପରି ଘଟଣା ଘଟିଛି । ଏନେଇ ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯଦି ସ୍ବାସ୍ଥ୍ୟକର୍ମୀ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅଧିକାରୀ ଜଣଙ୍କ ।

Last Updated : Nov 1, 2021, 5:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.