ETV Bharat / bharat

Jharkhand Political crisis: ଆସ୍ଥା ଭୋଟ୍‌ ଜିତିଲେ ହେମନ୍ତ ସୋରେନ

author img

By

Published : Sep 5, 2022, 5:27 PM IST

ଝାଡଖଣ୍ଡରେ ଆସ୍ଥା ଭୋଟ ଜିତିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Jharkhand Political Crisis)। ଆଜି ସ୍ବତନ୍ତ୍ର ଅଧିବେଶନରେ ଅଂଶଗ୍ରହଣ କରିବା ପାଇଁ ଗତକାଲି ରାୟପୁରରୁ ରାଞ୍ଚି ଫେରିଥିଲେ ଶାସକ ମେଣ୍ଟ ବିଧାୟକ । ଅଧିକ ପଢନ୍ତୁ

Jharkhand Political crisis: ଆସ୍ଥା ଭୋଟ ଜିତିଲେ ହେମନ୍ତ ସୋରେନ

ରାଞ୍ଚି: ଝାଡଖଣ୍ଡରେ ଆସ୍ଥା ଭୋଟ୍‌ ଜିତିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Jharkhand CM wins trust vote in Assembly)। ଆଜି ବିଧାନସଭାରେ ଆୟୋଜିତ ସ୍ବତନ୍ତ୍ର ଅଧିବେଶନରେ ଫ୍ଲୋରରେ ବହୁମତ ପ୍ରମାଣ ଦେବାରେ ସଫଳ ହୋଇଛନ୍ତି ହେମନ୍ତ ସୋରେନଙ୍କ ସରକାର । ଆସ୍ଥା ଭୋଟିଂରେ ବହୁମତ ପ୍ରାମାଣିତ ହେବା ପରେ ବିଜେପିକୁ ଘେରିଛନ୍ତି ମୁଖ୍ୟମନ୍ତ୍ରୀ ସୋରେନ । ବିଜେପି ରାଜ୍ୟରେ ଅସ୍ଥିରତା ଓ ଗୃହଯୁଦ୍ଧ ପରି ସମସ୍ୟା ସୃଷ୍ଟି କରିବାରେ ଲାଗିଛି (Jharkhand Political Crisis)। ନିର୍ବାଚନରେ ପରାଜିତ ହେବାରୁ ବିଜେପି ଏପରି କରିବାକୁ ପ୍ରୟାସ କରୁଥିବା ହେମନ୍ତ ସୋରେନ ଅଭିଯୋଗ କରିଛନ୍ତି ।

ସୋରେନ କହିଛନ୍ତି, ତାଙ୍କ ସରକାରକୁ ସମସ୍ୟାରେ ପକାଇବା ପାଇଁ ଚେଷ୍ଟା ଜାରିରହିଛି । ତାଙ୍କର ୩ ବିଧାୟକ ଏବେ ଗିରଫ ହୋଇ ପଶ୍ଚିମବଙ୍ଗରେ ଅଛନ୍ତି । ବିଜେପି ଜାରି ରଖିଥିବା ଷଡଯନ୍ତ୍ର ୟୁପିଏ ମେଣ୍ଟ ପାଖରେ ସଫଳ ହେବ ନାହିଁ । ସେମାନେ ରାଜ୍ୟରେ ଗୃହଯୁଦ୍ଧ ପରି ଅସ୍ଥିରତା ସୃଷ୍ଟି କରିବା ପାଇଁ ପ୍ରାୟାସ ଜାରି ରଖିଛନ୍ତି । ଝାଡଖଣ୍ଡରେ ୟୁପିଏ ମେଣ୍ଟ ସରକାର ଶାସନରେ ରହିଛି । ବିଜେପିର ଏପରି ଷଡଯନ୍ତ୍ର ଏଠାରେ ସଫଳ ହେବ ନାହିଁ ବୋଲି ସୋରେନ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Jharkhand Crisis: କାଲି ସ୍ବତନ୍ତ୍ର ଅଧିବେଶନ, ଛତିଶଗଡରୁ ରାଞ୍ଚି ଫେରିଲେ ଶାସକ ବିଧାୟକ

ଝାଡଖଣ୍ଡରେ ଲାଗି ରହିଥିବା ରାଜନୈତିିକ ସଙ୍କଟ (Jharkhand Crisis) ମଧ୍ୟରେ ଆଜି ହୋଇଥିବା ବିଧାନସଭା ସ୍ବତନ୍ତ୍ର ଅଧିବେଶନ (Special Assembly Session in Jharkhand) ପାଇଁ ଗତକାଲି ବିଧାୟକମାନେ ରାୟପୁରରୁ ରାଞ୍ଚି ଫେରିଥିଲେ । JMM ନେତୃତ୍ବାଧୀନ ମେଣ୍ଟ ସରକାରରେ କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ସହଯୋଗୀ ଦଳ ଭାବେ ରହିଛନ୍ତି । ତେବେ ଏହି ଶାସକ ମେଣ୍ଟର ପ୍ରାୟ ୩୦ ବିଧାୟକ ଗତ କିଛି ଦିନ ହେବ ପଡୋଶୀ ଛତିଶଗଡର ଏକ ରିସୋର୍ଟରେ ରହିଥିଲେ । ଗତକାଲି ସେମାନେ ରାଞ୍ଚି ବିମାନ ବନ୍ଦରରେ ପହଞ୍ଚିଥିଲେ । ପରେ ସେମାନଙ୍କୁ ଏକ ହୋଟେଲରେ ରଖାଯାଇଥିଲା । ଆଜି ସେମାନେ ଫ୍ଲୋର ଟେଷ୍ଟରେ ଅଂଶଗ୍ରହଣ କରିଛନ୍ତି ।

ମାଇନିଂ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସମ୍ପୃକ୍ତି ଦର୍ଶାଇ ତାଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲା ଭାରତୀୟ ଜନତା ପାର୍ଟି । ସେବେଠାରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ନେତୃତ୍ବାଧୀନ ମେଣ୍ଟ ସରକାରର ଅସ୍ଥିତ୍ବ ଉପରେ ଖଣ୍ଡା ଝୁଲୁଥିଲା । ତେବେ ଭାରତୀୟ ନିର୍ବାଚନ କମିଶନ ଗତମାସ (ଅଗଷ୍ଟ) ୨୫ ତାରିଖରେ ଏକ ମୁଦା ଲଫାପାରେ ନିଜ ସୁପାରିଶ ପତ୍ର ରାଜ୍ୟପାଳଙ୍କୁ ପଠାଇଥିଲେ ।

ନିର୍ବାଚନ କମିଶନଙ୍କ ସୁପାରିଶକୁ ଆଧାର କରି ରାଜ୍ୟପାଳ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବିଧାୟକ ପଦର ସ୍ଥାୟୀତ୍ବ ନେଇ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବା ନେଇ ଚର୍ଚ୍ଚା ହେଉଛି । ତେବେ ଗଣମାଧ୍ୟମରେ ସୋରେନଙ୍କ ବିଧାୟକ ପଦ ରଦ୍ଦ ନେଇ ନର୍ବାଚନ କମିଶନଙ୍କ ସୁପାରିଶ ଥିବା ଖବର ପ୍ରସାରିତ ହୋଇଥିଲେ ସୁଦ୍ଧା ସୋରେନ କିନ୍ତୁ ଏହାକୁ ଖଣ୍ଡନ କରିଥିଲେ । ପରେ ବିଧାୟକମାନେ ରାଜ୍ୟ ଛାଡି ଛତିଶଗଡ ଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.