ETV Bharat / bharat

କୋରୋନା କବଳରେ ଝାଡଖଣ୍ତ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଓ ପୁଅ - ଝାଡଖଣ୍ତ ନ୍ୟୁଜ

ଝାଡଖଣ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପୁଅ ଓ ସ୍ତ୍ରୀ କୋରୋନା ପଜିଟିଭ ଚିହ୍ନଟ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଅଧିକ ପଢନ୍ତୁ

ଝାଡଖଣ୍ତ ମୁଖ୍ୟମନ୍ତ୍ରୀଙ୍କ ପୁଅ-ସ୍ତ୍ରୀ କୋରୋନା ସଂକ୍ରମିତ

author img

By

Published : Jan 9, 2022, 5:11 PM IST

ରାଞ୍ଚି: ଝାଡଖଣ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପୁଅ ଓ ସ୍ତ୍ରୀ କୋରୋନା ପଜିଟିଭ ଚିହ୍ନଟ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରୁ ମୋଟ ୧୩ଟି ସାମ୍ପୁଲ ସଂଗ୍ରହ କରାଯାଇଥିଲା । କିନ୍ତୁ ସେଥିମଧ୍ୟରୁ ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେବେ, ଗତ ୨୪ ଘଣ୍ଟା ମଧ୍ୟରେ ଝାଡଖଣ୍ତରେ ୧୧୮୬ କୋରୋନାରୁ ଆରୋଗ୍ୟ ହୋଇଥିବା ବେଳେ ୨୧୦୯୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ହେଲଥ ବୁଲେଟିନ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ, ଦିନକରେ ଦେଢ ଲକ୍ଷ ପାର କରିଛି କୋରୋନା ପଜିଟିଭ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 1,59,632 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 40,863 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ 327ଟି ମୁଣ୍ଡ ନେଇଛି କିଲର ଭାଇରସ । ବର୍ତ୍ତମାନ ଦେଶର ପଜିଟିଭ ହାର୍ 10.21%ରେ ପହଞ୍ଚିଛି । ବିଶେଷକରି ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢୁଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.