ଚେନ୍ନାଇ: 2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଆରମ୍ଭ କରିଛି ‘ଭାରତ ଯୋଡ ଯାତ୍ରା’ (Bharat Jodo yatra of congress ) । ତେବେ ୧୫୦ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଆରମ୍ଭରୁ ବିବାଦରେ ଛନ୍ଦି ହେବାରେ ଲାଗିଲାଣି । ନିଜ ଦାମି ଟି-ସାର୍ଟକୁ ନେଇ ଚର୍ଚ୍ଚାକୁ ଆସିଥିବା ଦଳୀୟ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଅନ୍ୟ ପ୍ରସଙ୍ଗରେ ମଧ୍ୟ ବିବାଦ ଘେରକୁ ଆସିଛନ୍ତି । ତାମିଲନାଡୁର କନ୍ୟାକୁମାରୀରେ ରାହୁଲ କ୍ୟାଥଲିକ ଚର୍ଚ୍ଚର ଫାଦରଙ୍କୁ ଭେଟି ଆଲୋଚନା କରିଥିଲେ, ତେବେ ଏହି ସକ୍ଷାତକାରରେ ପାଦ୍ରୀଜଣଙ୍କ ରାହୁଲଙ୍କୁ କହିଥିବା କଥାକୁ ନେଇ ବିବାଦ ଆରମ୍ଭ ହେବାକୁ ଲାଗିଲାଣି ।
-
If meeting a controversial pastor, who is known for his visceral disdain for the majority community and their beliefs, Rahul Gandhi’s idea of “Bharat Jodo”, then this Yatra is nothing but a sham.
— Amit Malviya (@amitmalviya) September 10, 2022 " class="align-text-top noRightClick twitterSection" data="
How can indulging faith supremacists serve the larger society and bring cohesion? pic.twitter.com/2mLBM8MSJK
">If meeting a controversial pastor, who is known for his visceral disdain for the majority community and their beliefs, Rahul Gandhi’s idea of “Bharat Jodo”, then this Yatra is nothing but a sham.
— Amit Malviya (@amitmalviya) September 10, 2022
How can indulging faith supremacists serve the larger society and bring cohesion? pic.twitter.com/2mLBM8MSJKIf meeting a controversial pastor, who is known for his visceral disdain for the majority community and their beliefs, Rahul Gandhi’s idea of “Bharat Jodo”, then this Yatra is nothing but a sham.
— Amit Malviya (@amitmalviya) September 10, 2022
How can indulging faith supremacists serve the larger society and bring cohesion? pic.twitter.com/2mLBM8MSJK
ଗତକାଲି ରାହୁଲ କନ୍ୟାକୁମାରୀ ଜିଲ୍ଲାର ପାଥେଲିକ ଚର୍ଚ୍ଚର ପାଦ୍ରୀ ଜର୍ଜ ପୋନିହାଙ୍କୁ ଭେଟିଥିଲେ । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ରାହୁଲ ବାର୍ତ୍ତାଳାପ ସମୟରେ ଏହି ପାଦ୍ରୀଜଣଙ୍କୁ ଯୀଶୁଙ୍କ ସତ୍ତା ସମ୍ପର୍କରେ ପ୍ରଶ୍ନ କରୁଛନ୍ତି । ରାହୁଲ ପଚାରୁଛନ୍ତି, କ‘ଣ ଯୀଶୁ ଇଶ୍ବରଙ୍କର ଏକ ରୂପ ବା ଅବତାର ? ଉତ୍ତରରେ ପାଦ୍ରୀ କହୁଛନ୍ତି, ଯୀଶୁ କୌଣସି ଅବତାର ନୁହନ୍ତି ବରଂ ସେ ହିଁ ପ୍ରକୃତ ଈଶ୍ବର । ତେବେ ଏହି ପାଦ୍ରୀଜଣଙ୍କ ପୂର୍ବରୁ ମଧ୍ୟ ଏପରି ଆପତ୍ତିଜନକ ଧର୍ମୀୟ ମନ୍ତବ୍ୟ ଦେଇ ବିବାଦର ଚର୍ଚ୍ଚାକୁ ଆସିଥିଲେ ।
ଗତବର୍ଷ ଏମିତି କିଛି ମନ୍ତବ୍ୟ କାରଣରୁ ତାଙ୍କୁ ଗିରଫ ମଧ୍ୟ ହେବାକୁ ପଡିଥିଲା । ଗତବର୍ଷ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ସେ ଘୃଣାସୃଷ୍ଟିକାରୀ ମନ୍ତବ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ତାମିଲନାଡୁର ଡେ.ଏମ.କେ ସମେତ ଅନ୍ୟ କିଛି ରାଜନେତାଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ ଏହି ପାଦ୍ରୀ । ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଏବେ ପୁଣି ସେ ରାହୁଲ ଗାନ୍ଧୀଙ୍କ ସହ କରିଥିବା ବାର୍ତ୍ତାଳାପ ନେଇ ବିବାଦ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।
ରାହୁଲଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ରାଜନୀତି ମଧ୍ୟ ଆରମ୍ଭ ହୋଇ ସାରିଛି । ଏନେଇ ବିଜେପି କଂଗ୍ରେସକୁ କଡା ସମାଲୋଚନା କରିବା ସହ କାର୍ଯ୍ୟକ୍ରମକୁ ‘‘ଭାରତ ଯୋଡ’’ ନୁହେଁ ‘‘ଭାରତ ତୋଡୋ’’ ଯାତ୍ରା ବୋଲି କହିଛି । ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସେହଜାଦ ପୁନାଓ୍ବାଲା (Shehzad Poonawalla) କଂଗ୍ରେସର କର୍ଯ୍ୟକ୍ରମ ଓ ରାହୁଲଙ୍କୁ ସମାଲୋଚନା କରି କହିଛନ୍ତି, ଉକ୍ତ ପାଦ୍ରୀଙ୍କର ଏପରି ମନ୍ତବ୍ୟ ହିନ୍ଦୁଙ୍କର ଭାବନାକୁ ଆଘାତ ଦେଇଛି । ବିଜେପି ସୋସିଆଲ ମିଡିଆ ସେଲ ମୁଖ୍ୟ ଅମିତ ମାଲବ୍ୟ ମଧ୍ୟ ଟ୍ବିଟ କରି କଂଗ୍ରେସ ଓ ରାହୁଲଙ୍କୁ ସାମାଲୋଚନା କରିଛନ୍ତି । ଏହାସହିତ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ରାହୁଲଙ୍କୁ ଟାର୍ଗେଟ କରି କଂଗ୍ରେସ ଦଳକୁ ହିନ୍ଦୁ ବିରୋଧୀ କହିଛନ୍ତି । ରାହୁଲ କେବଳ ନିର୍ବାଚନ ସମୟରେ ମନ୍ଦିର ବୁଲି ଫାର୍ସ କରୁଛନ୍ତି ଏବଂ ପରେ ନିଜର ଅସଲ ଚେହେରା ଦେଖାଉଛନ୍ତି ବୋଲି ସମ୍ବିତ କହିଛନ୍ତି । ଏପଟେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଜୟରାମ ରମେଶ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଏହା ବିଜେପିର ବଦମାସି କାମ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ