ETV Bharat / bharat

ସୁରକ୍ଷାବାହିନୀକୁ ବଡ ସଫଳତା, ୧୨ ଘଣ୍ଟାରେ ଟଳିଲେ ୫ ଆତଙ୍କୀ

author img

By

Published : Jan 30, 2022, 7:42 AM IST

Updated : Jan 30, 2022, 7:58 AM IST

ସୁରକ୍ଷାବାହିନୀକୁ ବଡ ସଫଳତା । ୧୨ ଘଣ୍ଟାରେ ୫ କୁଖ୍ୟାତ ଜୈଶ ଏ ମହମ୍ମଦ ଓ ଲସ୍କର ଆତଙ୍କୀକୁ ନିପାତ କରିଛନ୍ତି ସୁରକ୍ଷାବଳ । ଅଧିକ ପଢନ୍ତୁ

ସୁରକ୍ଷାବାହିନୀକୁ ବଡ ସଫଳତା
ସୁରକ୍ଷାବାହିନୀକୁ ବଡ ସଫଳତା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ଆତଙ୍କବାଦ ବିରୋଧୀ ଅଭିଯାନରେ ପୁଣିଥରେ ସୁରକ୍ଷାବାହିନୀକୁ ବଡ ସଫଳତା । ୧୨ ଘଣ୍ଟାରେ ୫ କୁଖ୍ୟାତ ଜୈଶ ଏ ମହମ୍ମଦ ଓ ଲସ୍କର ଆତଙ୍କୀକୁ ନିପାତ କରିଛନ୍ତି ସୁରକ୍ଷାବଳ । ଜମ୍ମୁକାଶ୍ମୀର ଦୁଇଟି ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଥିବା ଟ୍ବିଟ କରି ସୂଚନା ଦେଇଛି କାଶ୍ମୀର ଜୋନ ପୋଲିସ ।

ସୂଚନାଅନୁସାରେ, ବଡଗାମ ଓ ପୁଲୱାମାର ଦୁଇଟି ସ୍ଥାନରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ୧୨ ଘଣ୍ଟାରେ ଜେମ ଆତଙ୍କୀ କମାଣ୍ଡର ଜାହିଦ ୱାନୀ ଓ ପାକିସ୍ତାନୀ ଆତଙ୍କୀ ସମେତ ୫ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଏହା ଆମ ପାଇଁ ଏକ ବଡ ସଫଳତା ବୋଲି କହିଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର । ପୁଲୱାମା ଜିଲ୍ଲା ନୈରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୪ ଜଣ ଆତଙ୍କୀ ନିପାତ ହୋଇଥିବାବେଳେ ବଡଗାମର ଚରାର-ଇ-ଶରିଫ ଅଞ୍ଚଳରେ ଜଣେ ଆତଙ୍କୀ ନିପାତ ହୋଇଛନ୍ତି ।

ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର, ଏକ ୫୬ ରାଇଫଲ ଓ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଗତକାଲି(ଶନିବାର) ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ବାସଭବନ ବାହାରେ ଜଣେ ପୋଲିସ କର୍ମୀଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ । ଶହୀଦ ହୋଇଥିବା ପୋଲିସ କର୍ମୀ ହେଲେ କୁଲଗାମ ଜିଲ୍ଲାରେ କାର୍ଯ୍ୟରତ ଥିବା ହେଡ କନଷ୍ଟେବଳ ଅଲୀ ମହମ୍ମଦ ଗାନି । ରାତି ପାହୁ ପାହୁ ପୋଲିସ ୫ ଆତଙ୍କୀଙ୍କୁ ସଫା କରି ପ୍ରତିଶୋଧ ନେଇଛି ।

ପ୍ରକାଶ ଥାଉ କି, ଚଳିତ ବର୍ଷ ଆରମ୍ଭରୁ ସୁରକ୍ଷାବାହିନୀକୁ ସଫଳତା ପରେ ସଫଳତା ମିଳି ଚାଲିଛି । ବର୍ଷ ଆରମ୍ଭରୁ ପାଖାପାଖି ୧୫ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବଳ ।

@ANI

Last Updated : Jan 30, 2022, 7:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.