ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜୈସ-ଏ-ମହମ୍ମଦର ଟପ୍ କମାଣ୍ଡର ସଜ୍ଜାଦ ଅଫଗାନୀର ମୃତ୍ୟୁ । ସଜ୍ଜାଦ ଅଫଗାନୀର ପ୍ରକୃତ ନାଁ ବିଲାୟତ । ଆତଙ୍କବାଦୀ ଜଜ୍ଜାଦର ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ଜମ୍ମୁ କାଶ୍ମୀର ଆଇଜି ବିଜୟ କୁମାର ।
ସୋପିଆନରେ ଗତ 3 ଦିନରୁ ଜାରି ରହିଛି ଏନକାଉଣ୍ଟର । ରାୱଲପୁରା ଅଞ୍ଚଳରେ 2 ରୁ 3 ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଛି । ଶନିବାର ବିଳମ୍ବିତ ରାତିରେ ଅପରେସନ ବନ୍ଦ କରିଦିଆଯାଇଥିଲା । ହେଲେ ରବିବାର ସକାଳେ ଜଣେ ଆତଙ୍କବାଦୀ ଫେରାର ହେବାକୁ ଚେଷ୍ଟା କରୁଥିବାବେଳେ ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ତାର ମୃତ୍ୟୁ ହୋଇଥିଲା ।
ଏହି ଘଟଣା ପରେ ଘାଟିରେ ଏବେ ଜୈଶ ଓ ଲଶ୍କର ଆତଙ୍କୀ ଲୁଚି ରହିଥିବା ଜଣାପଡିଛି । ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ । ସଜ୍ଜାଦ ମୂଳରୁ ଲଶ୍କର ସହିତ କାମ କରିଆସୁଥିବାବେଳେ ପରେ ଜୈସ ଆତଙ୍କବାଦୀ ସଂଗଠନ ସହିତ ଯୋଡି ହୋଇଥିଲା ।