ETV Bharat / bharat

JEE MAIN 2022: ଅପ୍ରେଲ ଓ ମଇ ମାସରେ 2ଟି ପର୍ଯ୍ୟାୟରେ ହେବ ପରୀକ୍ଷା

author img

By

Published : Mar 2, 2022, 8:43 PM IST

ଆସନ୍ତା ଅପ୍ରେଲ ଓ ମଇ ମାସରେ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଜେଇ ମେନ(JEE MAIN) ପରୀକ୍ଷା । ଏନେଇ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ

JEE MAIN 2022: ଅପ୍ରେଲ ଏବଂ ମଇ ମାସରେ 2ଟି ପର୍ଯ୍ୟାରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ଅପ୍ରେଲ ଓ ମଇ ମାସରେ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଜେଇ ମେନ(JEE MAIN) ପରୀକ୍ଷା । ଏନେଇ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅପ୍ରେଲ ୧୬ରୁ ଆରମ୍ଭ ହୋଇ ୨୧ ଅପ୍ରେଲରେ ଶେଷ ହେବ ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ମଇ ୨୪ରୁ ଆରମ୍ଭ ହୋଇ ୨୯ ମଇରେ ଶେଷ ହେବ । ଏଥିସହ ଅନଲାଇନ ଆବେଦନ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଛି । ସେହିଭଳି ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧ ରହିଛି ।

ଅନ୍ୟପଟେ ଜେଇଇ ମେନ(JEE MAIN) ପରୀକ୍ଷା ଦୁଇଟି ପେପର ପାଇଁ ପରୀକ୍ଷା କରାଯିବ । ବ୍ୟାଚ୍‌ଲର ଅଫ ଇଂଜିନିୟରିଂ ଓ ବ୍ୟାଚ୍‌ଲର ଅଫ ଟେକ୍ନୋଲୋଜି ପେପର-୧ ପରୀକ୍ଷା ଦେବା ପାଇଁ ଉଦ୍ଧିଷ୍ଟ ରହିଛି । ସେହିପରି ପେପର-୨ରେ ବ୍ୟାଚ୍‌ଲର ଅଫ ଆର୍କିଟେକ୍ଚର ଓ ବ୍ୟାଚ୍‌ଲର ଅଫ୍ ପ୍ଲାନିଙ୍ଗ୍‌ ଲାଗି ପରୀକ୍ଷା କରାଯିବ ।

ତେବେ ଜେଇଇ ମେନ(JEE MAIN) ପେପର-୧ରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସ(JEE ADVANCE) ଦେଇ ପାରିବେ । ମାତ୍ର ଏଥିରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ରାଙ୍କ ଅନୁଯାୟୀ ଆଇଆଇଟି(IIT) ଭଳି ଅନୁଷ୍ଠାନରେ ନାମ ଲେଖାଇ ପାରିବେ ।

ସେହିପରି ଜେଇଇ ମେନ(JEE MAIN) ପେପର-୧ ଓ ପେପର-୨ ରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ ଜାତୀୟ ସ୍ତରର ବିଭିନ୍ନ ସରକାରୀ ଏବଂ ବେସରକାରୀ ଇଂଜିନିୟର ଅନୁଷ୍ଠାନରେ ରାଙ୍କ ଅନୁଯାୟୀ ନାମ ଲେଖି ପାରିବେ । ଏଥିସହ ପରୀକ୍ଷା ଦୁଇଟି ଅଧିବେଶନରେ ଅନୁଷ୍ଠିତ । ପ୍ରଥମ ଅଧିବେଶନ ସକାଳ ୯ରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ହେବ ।

ଅପରପକ୍ଷେ ଦ୍ବିତୀୟ ଅଧିବେଶନ ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ସଂଧ୍ୟା ୦୬ଟା ପର୍ଯ୍ୟନ୍ତ ହେବ ବୋଲି ଏନଟିଏ ପକ୍ଷରୁ ପ୍ରକାଶ କରାଯାଇଛି । ପରୀକ୍ଷା କମ୍ପ୍ୟୁଟର ବେସଡ ଟେଷ୍ଟ(CBT) ମାଧ୍ୟମରେ ହେବ । ସେହିପରି ବିଭିନ୍ନ ଭାଷରେ ପରୀକ୍ଷାର୍ଥୀ ପରୀକ୍ଷା ଦେବା ଲାଗି ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି(NTA) ପକ୍ଷରୁ ପ୍ରଶ୍ନ ପତ୍ର ପ୍ରସ୍ତୁତ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.