ନୂଆଦିଲ୍ଲୀ: ଜେଇଇ ମେନ(JEE Main) ଚତୁର୍ଥ ପର୍ଯ୍ୟାୟ ଆବେଦନ ଅବଧି ବୃଦ୍ଧି। ଜୁଲାଇ ୨୦ ପର୍ଯ୍ୟନ୍ତ ବଢ଼ିଲା ଆବେଦନ ଅବଧି। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରତି ପରୀକ୍ଷା ମଧ୍ୟରେ ୪ ସପ୍ତାହ ବ୍ୟବଧାନ ରଖିବାକୁ ଜାତୀୟ ପରୀକ୍ଷା ଏଜେନ୍ସି(NTA)କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । 0 ରୁ 25 ଜୁଲାଇ ପର୍ଯ୍ୟନ୍ତ ହେବ ଜେଇଇ ମେନ ତୃତୀୟ ପର୍ଯ୍ୟାୟ ପରୀକ୍ଷା । ସେହିପରି ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା 27 ଜୁଲାଇରୁ 2 ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଯେଉଁ ଛାତ୍ରଛାତ୍ରୀ କୌଣସି କାରଣବଶତଃ ପରୀକ୍ଷା ପାଇଁ ଆବେଦନ କରିପାରିନଥିଲେ, ସେମାନଙ୍କୁ ଆବେଦନର ଆଉ ଏକ ସୁଯୋଗ ଦିଆଯାଇଛି । ଏଯାଏଁ ୭ ଲକ୍ଷ ୩୨ ହଜାର ପିଲା ପଞ୍ଜୀକରଣ କରିସାରିଛନ୍ତି ।
ପ୍ରଥମଥର ପାଇଁ ଜେଇଇ ପରୀକ୍ଷା 13ଟି ଭାଷାରେ କରାଯିବ । ଆଗରୁ 3ଟି ଭାଷାରେ ହେଉଥିଲା ଏହି ପରୀକ୍ଷା । ଚଳିତ ବର୍ଷ 4ଟି ପର୍ଯ୍ୟାୟରେ କରାଯାଉଛି ଜେଇଇ ମେନ ପରୀକ୍ଷା । ଯେଉଁ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଅଧିକ ନମ୍ବର ଆସିବ, ତାକୁ ଫାଇନାଲ ରେଜଲ୍ଟ ଧରାଯିବ । ମହାମାରୀ କୋରୋନା କାରଣରୁ ଘୁଞ୍ଚାଯାଇଥିଲା ପରୀକ୍ଷା ତାରିଖ ।