ETV Bharat / bharat

JEE Main: ଜୁଲାଇ 20ରୁ ଜେଇଇ ମେନ ପରୀକ୍ଷା

author img

By

Published : Jul 6, 2021, 8:17 PM IST

Updated : Jul 6, 2021, 8:26 PM IST

ଜେଇଇ ମେନ ତୃତୀୟ ଓ ଚତୁର୍ଥ ସେସନ୍ ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ । 20ରୁ 25 ଜୁଲାଇ ପର୍ଯ୍ୟନ୍ତ ହେବ ଜେଇଇ ମେନ ତୃତୀୟ ପର୍ଯ୍ୟାୟ ପରୀକ୍ଷା । ସେହିପରି ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା 27 ଜୁଲାଇରୁ 2 ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

JEE Main: ଜୁଲାଇ 20ରୁ ଜେଇଇ ମେନ ପରୀକ୍ଷା
JEE Main: ଜୁଲାଇ 20ରୁ ଜେଇଇ ମେନ ପରୀକ୍ଷା

ନୂଆଦିଲ୍ଲୀ: ଜେଇଇ ମେନ (JEE Main)କୁ ନେଇ ସସପେନ୍ସରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଜେଇଇ ମେନ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ ।

20ରୁ 25 ଜୁଲାଇ ପର୍ଯ୍ୟନ୍ତ ହେବ ଜେଇଇ ମେନ ତୃତୀୟ ପର୍ଯ୍ୟାୟ ପରୀକ୍ଷା । ସେହିପରି ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା 27 ଜୁଲାଇରୁ 2 ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ।

  • There were some concerns among the students regarding #JEE(Main)-2021 Examination during Covid. Hon’ble PM Shri @narendramodi Ji has always said that the safety, security and bright future of our students should be the highest priorities of the Education Ministry. pic.twitter.com/saSNSw2o6J

    — Dr. Ramesh Pokhriyal Nishank (@DrRPNishank) July 6, 2021 " class="align-text-top noRightClick twitterSection" data=" ">

ଯେଉଁ ଛାତ୍ରଛାତ୍ରୀମାନେ କୌଣସି କାରଣ ବସତଃ ପରୀକ୍ଷା ପାଇଁ ଆବେଦନ କରିପାରିନଥିଲେ, ସେମାନଙ୍କୁ ଆବେଦନର ଆଉ ଏକ ସୁଯୋଗ ଦିଆଯିବ । ପରୀକ୍ଷା ପାଇଁ 6ରୁ 8 ଜୁଲାଇ ପର୍ଯ୍ୟନ୍ତ ଆବେଦନ କରିପାରିବେ ଆଶାୟୀ ଛାତ୍ରଛାତ୍ରୀ ।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ର ସଂଖ୍ୟା ଦୁଇଗୁଣ କରିଦିଆଯାଇଛି । ଶିକ୍ଷାମନ୍ତ୍ରୀ କହିଛନ୍ତି, ପ୍ରଥମଥର ପାଇଁ ଜେଇଇ ପରୀକ୍ଷା 13ଟି ଭାଷାରେ କରାଯିବ । ଆଗରୁ 3ଟି ଭାଷାରେ ହେଉଥିଲା ଏହି ପରୀକ୍ଷା ।

ଚଳିତ ବର୍ଷ 4ଟି ପର୍ଯ୍ୟାୟରେ କରାଯାଉଛି ଜେଇଇ ମେନ ପରୀକ୍ଷା । ଯେଉଁ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଅଧିକ ନମ୍ବର ଆସିବ, ତାକୁ ଫାଇନାଲ ରେଜଲ୍ଟ ଧରାଯିବ । ମହାମାରୀ କୋରୋନା କାରଣରୁ ଘୁଞ୍ଚାଯାଇଥିଲା ପରୀକ୍ଷା ତାରିଖ ।

Last Updated : Jul 6, 2021, 8:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.