ETV Bharat / bharat

ପ୍ରକାଶ ପାଇଲା JEE ଆଡଭାନ୍ସ ୨୦୨୨ର ରେଜଲ୍ଟ - JEE ଆଡଭାନ୍ସ ଫଳ ପ୍ରକାଶ

JEE ଆଡଭାନ୍ସ ୨୦୨୨ର ଫଳ ପ୍ରକାଶ ପାଇଛି । ଆଇଆଇଟି ମୁମ୍ବାଇ ପକ୍ଷରୁ ପ୍ରକାଶ କରିଛି ଫଳାଫଳ । ଅଧିକ ପଢନ୍ତୁ

JEE advanced Result 2022 declared
JEE advanced Result 2022 declared
author img

By

Published : Sep 11, 2022, 12:26 PM IST

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଚଳିତ ବର୍ଷ ଜେଇ ଆଡଭାନ୍ସ ପରୀକ୍ଷା ଫଳ । ଆଇଆଇଟି ମୁମ୍ବାଇ ପକ୍ଷରୁ ପୂର୍ବାହ୍ନ 10ଟାରେ ପ୍ରକାଶ ପାଇଛି ଫଳାଫଳ । jeeadv.ac.in ୱେବସାଇଟରୁ ପରୀକ୍ଷା ଫଳ ଜାଣିପାରିବେ ପରୀକ୍ଷାର୍ଥୀ । ପ୍ରଥମେ ୱେବସାଇଟ ଖୋଲି ରେଜିଷ୍ଟ୍ରେସନ ନମ୍ବର, ଜନ୍ମ ତାରିଖ ଓ ମୋବାଇଲ ନମ୍ବର ଦେଇ ଫଳ ଦେଖି ପାରିବେ ଛାତ୍ରଛାତ୍ରୀ । ଏହାସହ ଆଇଆଇଟି ଜେଇ ଆଡଭାନ୍ସ ରେଜଲ୍ଟ ପାଇଁ ପରୀକ୍ଷାର୍ଥୀ ଜେଇ ଆଡଭାନ୍ସ କଟଅଫ 2022ରୁ ଫଳ ଦେଖିପାରିବେ । ଆସନ୍ତାକାଲି(ସୋମବାର)ଠୁ ଆଇଆଇଟ ସିଟ ପାଇଁ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାର୍ଥୀମାନେ କୋର୍ସ ପାଇଁ ସେମାନଙ୍କ ପସନ୍ଦର କଲେଜ ଚଏସ କରିବେ ।

ଅଗଷ୍ଟ ୨୮ ତାରିଖରେ JEE ଆଡଭାନ୍ସ ପରୀକ୍ଷା ହୋଇଥିଲା । ଦୁଇଟି ସିଟିଂରେ ପରୀକ୍ଷା ହୋଇଥିଲା । ପୂର୍ବରୁ ଜୁଲାଇ ୩ରେ JEE (ଆଡଭାନ୍ସଡ୍) ହେବାକୁ ସ୍ଥିର ହୋଇଥିଲା ମାତ୍ର ଏହାକୁ ଘୁଞ୍ଚା ଯାଇଥିଲା । JEE ଆଡଭାନ୍ସ 2022 ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ 7ରୁ 11 ଯାଏଁ କରାଯାଇଥିଲା । ଦୁଇଟି ପେପରରେ 1,55,538ଜଣ ପରୀକ୍ଷାର୍ଥୀ JEE ଆଡଭାନ୍ସ ପରୀକ୍ଷା ଦେଇଥିଲେ । 40 ହଜାର ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

ଏହା ବି ପଢନ୍ତୁ...୨୦୦ ଟଙ୍କା ଦେଲେ ମିଳୁଛି ମାଟ୍ରିକ ସାର୍ଟିଫିକେଟ, ଅଭିଯୋଗ ଆଣିଲେ ଛାତ୍ର

ପ୍ରକାଶ ଥାଉକି, ମେଡିକାଲ ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଏଲିଜିବିଲିଟି-କମ-ଏଣ୍ଟ୍ରାନ୍ସ ଟେଷ୍ଟ ଆସନ୍ତା ଜୁଲାଇ ୧୭ରେ ଅନୁଷ୍ଠିତ ହୋଇଥିଲା । ସେପ୍ଟେମ୍ବର 7 ତାରିଖ ବିଳମ୍ବିତ ରାତିରେ ପରୀକ୍ଷା ପ୍ରକାଶ ପାଇଥିଲା । ଓଡ଼ିଆ ସମେତ ୧୩ଟି ଭାଷାରେ ଚଳିତ ବର୍ଷର NEET ପରୀକ୍ଷା ହୋଇଥିଲା । ଅଣ୍ଡର ଗ୍ରାଜୁଏଟ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହୋଇଥିବା ନିଟ୍ ପରୀକ୍ଷା ଫଳରେ ରାଜସ୍ଥାନର ତନିସ୍କା ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଥିବାବେଳେ ଓଡିଶାର ସୋମଦତ୍ତ ନାୟକ ଓଡିଶା ଟପ୍ପର ହୋଇଛନ୍ତି । ଦେଶରେ 497ଟି ସହର ଓ ବାହାରେ 14ଟି ସହରରେ 3,570 ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.