ETV Bharat / bharat

କମୁନି କୋରୋନା, ଘୁଞ୍ଚିଲା JEE ଆଡଭାନ୍ସ ପରୀକ୍ଷା - କୋରୋନା ମହାମାରୀ

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(IIT) ଖଡଗପୁର ଜେଇଇ ଆଡଭାନ୍ସ ପରୀକ୍ଷାକୁ ସ୍ଥଗିତ କରିଛି । 3 ଜୁଲାଇ 2021ରେ ନିର୍ଦ୍ଧାରିତ ହୋଇଥିଲା ଏହି ପରୀକ୍ଷା । ଅଧିକ ପଢନ୍ତୁ...

କମୁନି କୋରୋନା, ଘୁଞ୍ଚିଲା JEE ଆଡଭାନ୍ସ ପରୀକ୍ଷା

author img

By

Published : May 26, 2021, 6:31 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଯୋଗୁଁ ଘୁଞ୍ଚିଛି ଜେଇଇ ଆଡଭାନ୍ସ 2021 ପରୀକ୍ଷା । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(IIT) ଖଡଗପୁର ଜେଇଇ ଆଡଭାନ୍ସ ପରୀକ୍ଷାକୁ ସ୍ଥଗିତ କରିଛି । 3 ଜୁଲାଇ 2021ରେ ନିର୍ଦ୍ଧାରିତ ହୋଇଥିଲା ଏହି ପରୀକ୍ଷା ।

ଆଇଆଇଟି ଖଡଗପୁର ବିଜ୍ଞପ୍ତି ଜାରି କରି କହିଛି ଯେ ମହାମାରୀ କୋରୋନାର ସ୍ଥିତିକୁ ଦେଖି 3 ଜୁଲାଇ 2021ରେ ହେବାକୁ ଥିବା ଜେଇଇ ଆଡଭାନ୍ସ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ତେବେ ପରେ ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ଜେଇଇ ମେନ ପରୀକ୍ଷା ପାସ୍‌ କରିଥିବା ଟପ୍‌ 2.5 ଲକ୍ଷ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସ ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଜେଇଇ ମେନ ସାରା ଦେଶରେ ଇଞ୍ଜିନିୟରିଂ କଲେଜ ଗୁଡିକରେ ପ୍ରବେଶ ପାଇଁ ଆୟୋଜନ କରାଯାଇଥାଏ । ସେହିପରି 23ଟି ଆଇଆଇଟିରେ ପ୍ରବେଶ ପାଇଁ ଅନୁଷ୍ଠିତ ହୋଇଥାଏ ଜେଇଇ ଆଡଭାନ୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.