ETV Bharat / bharat

Japan PM to visit India: ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ - ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ମାର୍ଚ୍ଚ 19ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା । ଭାରତ-ଜାପାନ 14ତମ ବାର୍ଷିକ ସମ୍ମିଳନୀରେ ହେବେ ସାମିଲ । ଅଧିକ ପଢନ୍ତୁ

Japanese PM to visit India: ମାର୍ଚ୍ଚ ୧୯ରେ ଭାରତ ଆସିବେ ଜାପାନ ପ୍ରଧାନମନ୍ତ୍ରୀ

author img

By

Published : Mar 17, 2022, 8:19 PM IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ଭାରତ-ଜାପାନ 14ତମ ବାର୍ଷିକ ସମ୍ମିଳନୀରେ ସାମିଲ ହେବା ପାଇଁ ସେ ମାର୍ଚ୍ଚ 19ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ସୂଚନା ଦେଇଛି ବୈଦେଶିକ ବ୍ୟପାର ମନ୍ତ୍ରଣାଳୟ ।

ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ମାର୍ଚ୍ଚ 19 ରେ ଭାରତ-ଜାପାନ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ କିଶିଦାଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମାର୍ଚ୍ଚ 19-20 ଦୁଇ ଦିନ 14ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି । ଗତ ବାର୍ଷିକ ଶିଖର ସମ୍ମିଳନୀ 2018 ରେ ଟୋକିଓରେ ହୋଇଥିବାବେଳେ ଚଳିତଥର ଏହାର ଆୟୋଜନ ନୂଆଦିଲ୍ଲୀରେ ହେଉଛି ।

ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ସୂଚାଇ ମୁଖପାତ୍ର ବାଚଚି କହିଛନ୍ତି ଯେ ଉଭୟ ଭାରତ ଏବଂ ଜାପାନ ମଧ୍ୟରେ ସ୍ବତନ୍ତ୍ର ରଣନୈତିକ ତଥା ବିଶ୍ବସ୍ତରୀୟ ସହଭାଗୀତା ରହି ଆସିଛି । ଦୁଇ ଦେଶ ମଧ୍ୟ ସୁସମ୍ପର୍କ ଓ ପାରସ୍ପାରିକ ସହଯୋଗ ବଜାୟ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି ।

ବାଗଚି ଆହୁରି ମଧ୍ୟ କହିଛନ୍ତି ଯେ ଏହି ସମ୍ମିଳନୀ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା ଏବଂ ସୁଦୃଢ କରିବା ସହିତ ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିବାର ଏକ ବଡ ସୁଯୋଗ ପ୍ରଦାନ କରିବ । ଏହି ଆଲୋଚନାରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ବୃଦ୍ଧି କରିବା ପାଇଁ ଦୁଇ ଦେଶ ମତ ବିନିମୟ କରିବେ ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.