ହାଇଦ୍ରାବାଦ: ରାମ ମନ୍ଦିର ନିର୍ମାଣ ପାଇଁ 30 ଲକ୍ଷ ଟଙ୍କା ପ୍ରଦାନ କଲେ ସାଉଥଫିଲ୍ମ ଷ୍ଟାର ତଥା ଜନସେନା ପାର୍ଟି ମୁଖ୍ୟ ପବନ କଲ୍ୟାଣ । ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ନିଧି ସମର୍ପଣ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ସାଉଥ ଫିଲ୍ମ ଷ୍ଟାର ତଥା ରାଜନୀତିରେ ପାଦ ଦେଇଥିବା ଜନସେନା ପାର୍ଟୀ ମୁଖ୍ୟ ପବନ କଲ୍ୟାଣ ରାମ ମନ୍ଦିର ନିର୍ମାଣ ପାଇଁ 30 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
ଦୀର୍ଘ ବର୍ଷର ବିବାଦ ପରେ ଶେଷରେ ସୁପ୍ରିମକୋର୍ଟ ରାୟ ପ୍ରକାଶ ପରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇ ବାଟ ଫିଟିଥିଲା । ଏହା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଥିଲା । ସାରା ଦେଶର ବିଭିନ୍ନ କୋଣ ଅନୁକୋଣରୁ ନିଧି ସମର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ କରାଯାଉଛି । ସୂଚନାଥାଉକି 2014 ନିର୍ବାଚନରେ ଅଭିନେତା ପବନ କଲ୍ୟାଣ ଜନସେନା ପାର୍ଟୀ ଗଠନ କରି ଆନ୍ଧ୍ରପ୍ରଦେଶ ରାଜନୀତିରେ ପାଦ ଦେଇଛନ୍ତି ।
@ANI