ରାଞ୍ଚି: ଆଉ ନାହାନ୍ତି ଦେଶର ଷ୍ଟିଲ ମ୍ୟାନ ଜମସେଦ ଜେ ଇରାନୀ । ପୂର୍ବତନ ଟାଟା ଷ୍ଟିଲ ଏମଡି ତଥା ପଦ୍ମଭୂଷଣ ଜମସେଦ ଜେ ଇରାନୀ ତଥା ଦେଶରେ ଷ୍ଟିଲ ମ୍ୟାନଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା । ପତ୍ନୀ ଡାଇସି ଏବଂ ତିନି ପିଲାଙ୍କୁ ଛାଡି ଅଫେରା ରାଇଜକୁ ଚାଲି ଯାଇଛନ୍ତି ଦେଶର ଇସ୍ପାତ ପୁରୁଷ ।
ଷ୍ଟିଲ ମ୍ୟାନଙ୍କ ବିୟୋଗରେ ଟାଟା ଷ୍ଟିସ ଦୁଃଖ ପ୍ରକାଶ କରି ଟ୍ବିଟ କରି କହିଛି, ''ପଦ୍ମଭୂଷଣ ଜମସେଦ ଜେ ଇରାନୀଙ୍କ ବିୟୋଗରେ ଆମେ ମର୍ମାହତ ଏବଂ ଦୁଃଖିତ । ସେ ଦେଶର ଇସ୍ପାତ ପୁରୁଷ ବା ଷ୍ଟିଲ୍ ମ୍ୟାନ ଭାବେ ପରିଚିତ । ଟାଟା ଷ୍ଟିଲ୍ ପରିବାର ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି ।'' ଜୁଲାଇ 2011ରେ ଟାଟା ଷ୍ଟିଲ ବୋର୍ଡରୁ ଅବସର ନେଇଥିଲେ । ଚାରି ଦଶନ୍ଧୀ ଧରି ଭାରତୀୟ ଶିଳ୍ପ, ଇସ୍ପାତ କାରବାର ଏବଂ ଟାଟା ପ୍ରତି ଇରାନୀଙ୍କ ଅତୁଳନୀୟ ଅବଦାନ ରହିଛି । ୧୯୬୩ରେ ବ୍ରିଟିଶ ଆଇରନ ଏବଂ ଷ୍ଟିଲ୍ ରିସର୍ଚ୍ଚ ଆସୋସିଏସନର ବରିଷ୍ଠ ସାଇଣ୍ଟିଫିକ୍ ଅଫିସର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।
ଏହା ବି ପଢନ୍ତୁ...ଏକ ଯୁଗର ଅନ୍ତ, ଆଉ ନାହାନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସ
ଏହା ପରେ ୧୯୬୮ରେ ସେ ଟାଟା ଷ୍ଟିଲର ସହାୟକ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ୧୯୭୯ରେ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତ ହୋଇଥିଲେ । ୧୯୮୫ରେ ସଭାପତି ହୋଇଥିଲେ । ୧୯୯୨ରୁ ୨୦୦୧ ଜୁଲାଇ ଯାଏଁ ଟାଟାର ପରିଚାଳକ ନିର୍ଦ୍ଦେଶକ ଦାୟିତ୍ଵ ତୁଲାଇଥିଲେ । ଜମସେଦ ଜେ ଇରାନୀ ନାଗପୁର ବିଶ୍ଵ ବିଦ୍ୟାଳୟରୁ ଜୀବ ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିଥିଲେ । ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା । ତାଙ୍କ ଆବର୍ତ୍ତନମାନରେ ବହୁ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।