ETV Bharat / bharat

ମେହବୁବାଙ୍କ ବିବାଦୀୟ ବୟାନ, 'ଚାକିରୀ ନ ମିଳିଲେ ବନ୍ଧୁକ ଉଠାଇବେ ଘାଟିର ଯୁବକ'! - ମେହବୁବା ମୁଫତି

ସୋମବାର ବିବାଦୀୟ ବୟାନ ଦେଇ ଘାଟିରେ ବନ୍ଧୁକ ଧରୁଥିବା ଆତଙ୍କବାଦୀଙ୍କ ସମର୍ଥନ କରିଛନ୍ତି ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି । ଅଧିକ ପଢନ୍ତୁ...

ମେହବୁବାଙ୍କ ବିବାତିତ ବୟାନ, 'ଚାକିରୀ ନମିଳିଲେ ବନ୍ଧୁକ ଉଠାଇବେ ଘାଟିର ଯୁବକ'!

author img

By

Published : Nov 9, 2020, 4:27 PM IST

ଶ୍ରୀନଗର: ନଜର ବନ୍ଦୀରୁ ମୁକୁଳିବା ପରେ ଧାରା 370 ଉଚ୍ଛେଦକୁ ନେଇ ବିଚଳିତ ହୋଇପଡିଥିବା ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପୂନର୍ବାର ଦେଇଛନ୍ତି ବିବାଦୀୟ ବୟାନ । ସୋମବାର ବିବାଦୀୟ ବୟାନ ଦେଇ ଘାଟିରେ ବନ୍ଧୁକ ଧରୁଥିବା ଆତଙ୍କବାଦୀଙ୍କ ସମର୍ଥନ କରିଛନ୍ତି ମେହବୁବା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି ଯେବେ ନିଯୁକ୍ତି ନମିଳିବ, ସେତେବେଳେ ଏଠାକାର ଯୁବକ ବନ୍ଧୁକ ଉଠାଇବେ । କେନ୍ଦ୍ରଶାସିତ ଅଞ୍ଚଳର ରାଜନୈତିକ ମାଟିରୁ ନିଜ ପାଦ ଖସିଯାଉଥିବା ଦେଖି ବିଚଳିତ ହୋଇପଡିଥିବା ପିଡିପି ଅଧ୍ୟକ୍ଷ କହିଛନ୍ତି, ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରର ଜମି ଏବଂ ଚାକିରୀ ଛଡ଼ାଇ ନେବାକୁ ବିଜେପି ଯୋଜନା କରିଛି । 370 ଡୋଗ୍ରା ସଂସ୍କୃତିକୁ ବଞ୍ଚାଇବା ପାଇଁ ଥିଲା । ଦେଶର ପତାକା ହେଉ କିମ୍ବା ଜମ୍ମୁ କାଶ୍ମୀରର ପତାକା, ଏହା ଆମକୁ ସମ୍ବିଧାନ ଦ୍ବାରା ପ୍ରଦାନ କରାଯାଇଛି। ବିଜେପି ସେହି ପତାକା ଆମଠାରୁ ଛଡ଼ାଇ ନେଇଛି ବୋଲି କହିଛନ୍ତି ମେହବୁବା ।

ବିବାଦୀୟ ବୟାନ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି, ଆଜି ବିଜେପିର ସମୟ । ଆସନ୍ତାକାଲି ଆମେ ଆସିବୁ। ସେମାନଙ୍କର ମଧ୍ୟ ଟ୍ରମ୍ପଙ୍କ ଭଳି ଅବସ୍ଥା ହେବ । ଜମ୍ମୁ କାଶ୍ମୀର ଦୁଇ ଦେଶ ମଧ୍ୟରେ ଶାନ୍ତିର ସେତୁ ପାଲଟିଛି। ଆମ ପତାକାକୁ ଆମକୁ ଫେରାଇ ଦିଅ । ଜମ୍ମୁ କାଶ୍ମୀରକୁ ଖଣ୍ଡ ଖଣ୍ଡ କରାଯାଇଛି ବୋଲି କହିଛନ୍ତି ପିଡିପି ଅଧ୍ୟକ୍ଷ ।

ଧାରା 370 ବିଷୟରେ ମେହବୁବା ମୁଫତି କହିଛନ୍ତି ଯେ ଏହା ମୁସଲମାନ କିମ୍ବା ହିନ୍ଦୁ ସହ ଜଡିତ ବିଷୟ ନୁହେଁ, ବରଂ ଜମ୍ମୁ କାଶ୍ମୀରବାସୀଙ୍କ ପରିଚୟ। ଲୋକମାନେ ସେମାନଙ୍କର ଭବିଷ୍ୟତ ପାଇଁ ଚିନ୍ତିତ । ବାବାସାହେବଙ୍କ ସମ୍ବିଧାନ ସହିତ କେନ୍ଦ୍ର ସରକାର ଖେଳିଛନ୍ତି। ବିଜେପିକୁ ଟାର୍ଗେଟ କରି ମେହବୁବା ମୁଫତି କହିଛନ୍ତି କାଶ୍ମୀର ପଣ୍ଡିତମାନଙ୍କ ସହିତ କ’ଣ ହେଲା? ବିଜେପି ସେମାନଙ୍କୁ ପ୍ରତିଶୃତି ଦେଇଥିଲା, କିନ୍ତୁ କିଛି ହେଲା ନାହିଁ।

ଜାମ୍ମୁ ଗସ୍ତରେ ଥିବା ମେହବୁବା ମୁଫତି ଦଳର ନେତାଙ୍କ ବ୍ୟତୀତ ଅନ୍ୟ ବିଭାଗର ପ୍ରତିନିଧୀଙ୍କୁ ଭେଟିଥିଲେ। ଏଠାରେ ଏକ ସଭା ପରେ ମେହବୁବା ଜମ୍ମୁରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ମେହବୁବା ମୁଫତିଙ୍କ ପାକିସ୍ତାନ ପ୍ରତି ପ୍ରେମ ପୁଣି ଥରେ ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ ଯେତେବେଳେ ଆମେ ଚୀନ ସହିତ କଥା ହୋଇପାରିବା, ତେବେ ପାକିସ୍ତାନ କାହିଁକି ନୁହେଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ମଧ୍ୟ କିଛି ଦିନ ପୂର୍ବରୁ କହିଥିଲେ ଯେ ଚୀନ ସହାୟତାରେ କାଶ୍ମୀରରେ ଧାରା 370 ପୁନଃସ୍ଥାପନ କରିବୁ । ତେବେ ଘାଟିର ଏଭଳି ବୟାନ ଦେଇ ଏହି ନେତାମାନେ କେଉଁଠି ନାଁ କେଉଁଠି ଲୋକଙ୍କ ମନରେ ଘୃଣାଭାବ ସୃଷ୍ଟି କରିବାକୁ ଚାହୁଁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.