ETV Bharat / bharat

ନିଲମ୍ବିତ DSP ଦାବିନ୍ଦର ସିଂହଙ୍କୁ ବରଖାସ୍ତ କଲେ ଉପରାଜ୍ୟପାଳ ମନୋଜ ସିହ୍ନା

author img

By

Published : May 20, 2021, 10:37 PM IST

ଜମ୍ମୁ କାଶ୍ମୀର ପୋଲିସର ନିଲମ୍ବିତ ଡିଏସପି ଦାବିନ୍ଦର ସିଂହଙ୍କୁ ତତ୍କାଳ ବରଖାସ୍ତ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଅଧିକ ପଢନ୍ତୁ...

ନିଲମ୍ବିତ DSP ଦାବିନ୍ଦର ସିଂହଙ୍କକୁ ବରଖାସ୍ତ କଲେ ଉପରାଜ୍ୟପାଳ ମନୋଜ ସିହ୍ନା

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସର ନିଲମ୍ବିତ ଡିଏସପି ଦାବିନ୍ଦର ସିଂହଙ୍କୁ ତତ୍କାଳ ବରଖାସ୍ତ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା । ଏହାସହ କୁପୱାଡା ଜିଲ୍ଲାର ଦୁଇ ଶିକ୍ଷକଙ୍କୁ ମଧ୍ୟ ବରଖାସ୍ତ କରିବାର ନିଆଯାଇଛି ନିଷ୍ପତ୍ତି ।

2019ରେ ଦାବିନ୍ଦର ସିଂହଙ୍କୁ ଆତଙ୍କବାଦୀଙ୍କ ସହଯୋଗ କରିବା ଅଭିଯୋଗରେ ଗିରଫ କରାଯାଇଥିଲା । ଏହା ପରଠାରୁ ହିଁ ସେ ନିଲମ୍ବିତ ହୋଇଥିଲେ ।

ଗତ ମାସରେ ଦାବିନ୍ଦର ସିଂହଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । ମାମଲାକୁ ସେ ଜାମ୍ମୁରୁ ଶ୍ରୀନଗରକୁ ସ୍ଥାନାନ୍ତର କରିବାକୁ ଚାହୁଁଥିଲେ। ଗତ ବର୍ଷ ଜୁଲାଇରେ ଏନଆଇଏ ଦାବିନ୍ଦର ସିଂହଙ୍କ ସମ୍ପର୍କରେ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା ।

ଏହି ମାମଲା ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ନାବେଦ ବାବୁ ସମେତ ଅନେକ ଆତଙ୍କବାଦୀଙ୍କ ସହ ଜଡିତ। ଏନଆଇଏ ପକ୍ଷରୁ ଦାଖଲ ହୋଇଥିବା ଏହି ଚାର୍ଜସିଟରେ ସୟଦ ନାଭେଦ ମୁସ୍ତାକ, ଇରଫାନ ଶାଫି ମୀର ଓ ନିଲମ୍ବିତ ଡିଏସପି ଦେବେନ୍ଦ୍ର ସିଂଙ୍କ ନାମ ମଧ୍ୟ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.