ETV Bharat / bharat

Demolition In UP: ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ - ଉତ୍ତର ପ୍ରଦେଶ ସରକାର

ଜାରି ରହିଛି କାନପୁର ହିଂସାକାରୀଙ୍କ ସମ୍ପତ୍ତି ଉଚ୍ଛେଦ । ଉଚ୍ଛେଦକୁ ବେଆଇନ ଦର୍ଶାଇ ଉତ୍ତର ପ୍ରଦେଶ ସରକାରଙ୍କ ବିରୋଧରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହେଲା Jamiat Ulama-I-Hind ସଂଗଠନ । ଅଧିକ ପଢନ୍ତୁ

Demolition of homes in UP: ଉଚ୍ଛେଦ ବିରୋଧରେ ସୁପ୍ରିମ କୋର୍ଟରେ ଦ୍ବାରସ୍ଥ ହେଲା Jamiat Ulama-I-Hind

author img

By

Published : Jun 13, 2022, 10:20 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କାନପୁରରେ ସାମ୍ପ୍ରଦାୟିକ ହିଂସା ପରେ ଦଙ୍ଗାକାରୀଙ୍କ ସମ୍ପତ୍ତି ଉଚ୍ଛେଦ ଜାରି ରଖିଛି ଉତ୍ତର ପ୍ରଦେଶ ସରକାର । ଯାହାକୁ ବିରୋଧ କରି ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । ଜାମିଆତ ଉଲାମା-ଆଇ-ହିନ୍ଦ (The Jamiat Ulama-I-Hind) ନାମକ ଏକ ସଂଗଠନ ଏହି ଉଚ୍ଛେଦ ବେଆଇନ ଓ ଆଇନ ବିରୋଧି ଦର୍ଶାଇ ସର୍ବୋଚ୍ଚ କୋର୍ଟରେ ମାମଲା ଦାଏର କରିଛି । ଏହି ଉଚ୍ଛେଦ ସମୟରେ ଆଇନର ପ୍ରାବଧାନ ଅନୁସରଣ କରାଯାଉ ନଥିବା ଦର୍ଶାଇ ସର୍ବୋଚ୍ଚ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ତୁରନ୍ତ ଉଚ୍ଛେଦ ରୋକିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସଂଗଠନ ଆବେଦନରେ ଉଲ୍ଲେଖ କରିଛି ।

ଗତ ଦୁଇ ଦିନ ଧରି ଜାରି ରହିଥିବା ଉଚ୍ଛେଦ ସମ୍ପୂର୍ଣ୍ଣ ବେଆଇନ ଓ ଆଇନ ବିରୋଧୀ । ଏହି ନିର୍ଣ୍ଣୟ ନେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି ଆବେଦନକାରୀ ପକ୍ଷ । ଦିଲ୍ଲୀର ଜାହାଙ୍ଗୀର ପୁରୀରେ ଦେଖିବାକୁ ମିଳିଥିବା ହିଂସା ପରେ ସମାନ ଭାବେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲା ଉତ୍ତର ଦିଲ୍ଲୀ ମହାନଗର ନଗିମ । ଯାହାକୁ ରେକିବା ପାଇଁ ସର୍ବୋଚ୍ଚ କୋର୍ଟରେ ମାମଲା ପହଞ୍ଚିଥିଲା । ଉଚ୍ଛେଦ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ପାଇଁ ସର୍ବୋଚ୍ଚ କୋର୍ଟ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣା ମଧ୍ୟ ସାମାନ ଧରଣର, ତେଣୁ ନ୍ୟାୟାଳୟ ଉଚ୍ଛେଦ କାର୍ଯ୍ୟ ରୋକିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ପକ୍ଷ ପିଟିସନରେ ଉଲ୍ଲେଖ କରିଛନ୍ତି ।

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜାଭେଦ ମହମ୍ମଦର ଘର ଓ ସମ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ମାଟିରେ ମିଶାଇ ଦେଇଛି ପ୍ରଶାସନ । ଜାଭେଦ ଓ୍ବେଲଫେୟାର ପାର୍ଟି ଅଫ ଇଣ୍ଡିଆ ନାମକ ଏକ ଦଳ ସହିତ ଜଡିତ ଥିବା ମଧ୍ୟ କୁହାଯାଉଛି । ସେ ହିଁ ବିରୋଧ ଶୋଭାଯାତ୍ରାର ମୁଖ୍ୟ କାର୍ପଟଦାର ବୋଲି ପୋଲିସ କହିଛି । ସଂଗଠିତ ହିଂସାରେ ପୋଲିସ ସମେତ ଅନେକ ଲୋକ ଆହତ ହୋଇଥିଲା । ପରେ ଦଙ୍ଗାକାରୀଙ୍କୁ ଚିହ୍ନଟ ସହ ସେମାନଙ୍କ ଘର ଉପରେ ବୁଲଡୋଜର ବୁଲାଇବା କର୍ଯ୍ୟ ଜାରିରଖିଛି ଉତ୍ତର ପ୍ରଦେଶ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.