ETV Bharat / bharat

ଜାମାଇକାରେ ପହଞ୍ଚିଲା କୋରୋନା ଭ୍ୟାକ୍ସିନ, ଧନ୍ୟବାଦ ଜଣାଇଲେ କ୍ରିସ ଗେଲ

author img

By

Published : Mar 19, 2021, 10:13 AM IST

ଭାରତ ପଠାଇଥିବା କୋରୋନା ଟୀକା ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ୱେଷ୍ଟଇଣ୍ଡିଜ ତଥା ଜାମାଇକାନ କ୍ରିକେଟର କ୍ରିସ ଗେଲ । ଅଧିକ ପଢନ୍ତୁ...

Jamaican cricketer Chris Gayle thanks India for sending COVID19 vaccines to Jamaica
ଜାମାଇକାରେ ପହଞ୍ଚିଲା କୋରୋନା ଭ୍ୟାକ୍ସିନ,ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ କ୍ରିସ ଗେଲ

ନୂଆଦିଲ୍ଲୀ: କୋରୋନା ଟୀକା ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ କ୍ରିସଗେଲ । କୋରୋନା ଟୀକା ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ୱେଷ୍ଟଇଣ୍ଡିଜ କ୍ରିକେଟର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ । ସେ ନିଜେ ଏକ ଭିଡିଓ ଜାରି କରି ଧନ୍ୟବାଦ ଜଣାଇଛନ୍ତି ।

ଭାରତ ପ୍ରସ୍ତୁତ କୋରୋନା ଭ୍ୟାକ୍ସିନ ସାରା ବିଶ୍ବର ବିଭିନ୍ନ ଦେଶକୁ ପଠାଯାଉଛି । ଏହି ପରିପ୍ରେକ୍ଷୀରେ ୱେଷ୍ଟଇଣ୍ଡିଜର ଜାମାଇକାକୁ ମଧ୍ୟ ଭାରତ କୋରୋନା ଭ୍ୟାକ୍ସିନ ପଠାଇଛି । ଭାରତ ସରକାରଙ୍କ ଦ୍ବାରା ପ୍ରାଥମିକ ଭାବରେ ଆଷ୍ଟ୍ରେଜେନିକା କୋରୋନା ଭ୍ୟାକ୍ସିନର 50,000 ଡୋଜ ଜାମାଇକ ପଠାଯାଇଛି । ଭାରତ ପ୍ରଦାନ କରିଥିବା କୋରୋନା ଭ୍ୟାକ୍ସିନକୁ ନେଇ ୱେଷ୍ଟଇଣ୍ଡିଜ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସଗେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଭାରତବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେହି ପରି ୱେଷ୍ଟଇଣ୍ଡିଜ କ୍ରିକେଟର ଆନ୍ଦ୍ରେ ରସେଲ ମଧ୍ୟ ପିଏମ ମୋଦିଙ୍କୁ କୋରୋନା ଭ୍ୟାକ୍ସିନ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଥାଉକି ସାରା ବିଶ୍ବରେ ବିଭିନ୍ନ ଦେଶକୁ ଭାରତ ପ୍ରସ୍ତୁତ କୋରୋନା ଭ୍ୟାକ୍ସିନ ଯୋଗାଇଦିଆଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ବିଶ୍ବର 70 ଦେଶକୁ କୋରୋନା ଭ୍ୟାକ୍ସିନ ପଠାଇଛନ୍ତି । କୋରୋନା ଭ୍ୟାକ୍ସିନ ପ୍ରସ୍ତୁତ କରି ଭାରତ ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ସୂଚନାଥାଉକି ଭାରତ ଏକ କ୍ରିକେଟ ପ୍ରିୟ ଦେଶ ହୋଇଥିବାବେଳେ ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ଲୋକପ୍ରିୟତା ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.