ETV Bharat / bharat

ରଙ୍ଗିଲା ଜିଲାପି ବାବା: ଚା’ରେ ନିଶା ଦେଇ 120 ମହିଳାଙ୍କୁ କରିଥିଲା ଦୁଷ୍କର୍ମ, ଏବେ ଜେଲରେ କଟିବ ଦିନ - ବାବାଙ୍କୁ ଜେଲ ଦଣ୍ଡାଦେଶ

ନିଶା ଦେଇ 120 ମହିଳାଙ୍କ ଦୁଷ୍କର୍ମ କରିଥିବା ନେ ଜିଲାପି ବାବାଙ୍କୁ 14 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ( jalebi baba amarpuri billu imprisoned ) । ହରିଆଣାର ଫତେହବାଦ କୋର୍ଟ ଦଣ୍ଡାଦେଶ କରିଛନ୍ତି । ଅଧିକ ପଢନ୍ତୁ

jalebi baba amarpuri billu imprisoned
120 ମହିଳାଙ୍କୁ ଦୁଷ୍କର୍ମ, ଜିଲାପି ବାବାଙ୍କୁ 14 ବର୍ଷ ଜେଲ
author img

By

Published : Jan 11, 2023, 1:47 PM IST

ଚଣ୍ଡିଗଡ: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବାବାଙ୍କୁ ଜେଲ ଦଣ୍ଡାଦେଶ । ହରିୟାଣାର ଫତେହାବାଦ ଫାଷ୍ଟ ଟ୍ରାକ ବହୁ ଚର୍ଚ୍ଚିତ ଜିଲାପି ବାବା ଓରଫ ବିଲୁରାମଙ୍କୁ 14 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ 35 ହଜାର ଜରିମାନା କରିଛନ୍ତି । 376 ସିରେ 7-7 ବର୍ଷ, ପୋକ୍ସୋ ଆକ୍ଟରେ 14 ବର୍ଷ ଏବଂ 67 ଆଇଟି ଆକ୍ଟରେ 5 ବର୍ଷ ସଜା ଶୁଣାଇଛନ୍ତି କୋର୍ଟ । ସମସ୍ତ ଦଣ୍ଡାଦେଶ ଏକା ସଙ୍ଗରେ ଚାଲିବ ।

ହରିୟାଣାର ଫତେହବାଦରେ ଆଶ୍ରମ ଖୋଲି ମହିଳାଙ୍କ ରୋଗ ଦୂର କରୁଥିବା ଭଣ୍ଡବାବା ଅମରବୀର ଓରଫ ଜିଲାପି ବାବାଙ୍କୁ କୋର୍ଟ 14 ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଅତିରିକ୍ତ ଜିଲ୍ଲା ଜଜ ବଲୱନ୍ତ ସିଂହ 63 ବର୍ଷୀୟ ଅଭିଯୁକ୍ତ ବାବାଙ୍କୁ ଦୁଷ୍କର୍ମ ସମେତ ଆଇଟି, ଏନଡିପିଏସ ଏବଂ ଆର୍ମସ ଆକ୍ଟ ଅନୁସାରେ ଗତ 5 ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାପରେ ତାଙ୍କୁ ଦଣ୍ଡାଦେଶ ଶୁଣାଯାଇଛି । ଜିଲାପି ବାବା ମହିଳାଙ୍କୁ ଚା'ରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହା ସହ ବାବା ମହିଳାଙ୍କ ବ୍ଲାକେମେଲ ମଧ୍ୟ କରୁଥିଲେ । ପ୍ରାୟ 120ରୁ ଅଧିକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ମାମଲାରେ 6 ଜଣ ପୀଡିତା କୋର୍ଟରେ ବାବାଙ୍କ କଳା କାରନାମାର ପୋଲ ଖୋଲିଥିଲେ । 3 ପୀଡିତାଙ୍କ ବୟାନ ଆଧାରରେ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି ।

ଏହା ବି ପଢନ୍ତୁ...ଖାଇକୁ ଖସିଲା ସେନା ଗାଡି, ୩ ଯବାନ ମୃତ

ବାବା ଜଣକ ବଲକନାଥ ନାମରେ ଏକ ମନ୍ଦିର ଖୋଲିଥିଲେ । ତାର ମହନ୍ତ ବୋଲି ନଜକୁ ଦର୍ଶାଇଥିଲେ । ମହିଳାଙ୍କ ବିଭିନ୍ନ ରୋଗ ଦୂର କରିବାକୁ ସେ ଘୋଷଣା କରିଥିଲେ । ବିଶ୍ବାସ ନେଇ ମହିଳାମାନେ ସେଠାକୁ ଆସିଥିଲେ । ଯାହାର ଫାଇଦା ଉଠାଇଥିଲେ ବାବା । ଚା'ରେ ନିଶା ଦେଇ ଅପରାଧ ଘଟାଇଥିଲେ । ମହିଳାଙ୍କୁ ଦୁଷ୍କର୍ମ ସହ ଅଶ୍ଳୀଳ ଭିଡିଓ ମଧ୍ୟ ରେକର୍ଡିଂ କରି ସେମାନଙ୍କୁ ବ୍ଲାକମେଲ କରୁଥିଲେ । ସେଥିରେ ଟଙ୍କା ଉପାର୍ଜନ କରୁଥିଲେ । ଘଟଣାର ଅଭିଯୋଗ ହେବା ପରେ ସେ ଜେଲରେ ଥିଲେ । ତାଙ୍କ ଘର ପଞ୍ଜାବର ମନସା ସହରରେ । 20 ବର୍ଷ ପୂର୍ବେ ସେ ହରିୟାଣା ଚାଲି ଆସିଥିଲେ । ଟୋହନା ରେଲୱେ ରୋଡରେ ଜିଲାପି ବିକ୍ରି ଆରମ୍ଭ କରିଥିଲେ । ସେ ନେଇ ତାଙ୍କୁ ସମସ୍ତେ ଜିଲାପା ବାବା ଭାବରେ ଜାଣନ୍ତି । ପରବର୍ତ୍ତୀ ସମୟରେ ଜିଲାପି ବିକ୍ରି ଛାଡି ତନ୍ତ୍ରବିଦ୍ୟା ଶିକ୍ଷା କରିଥିଲେ ।

ଏହା ବି ପଢନ୍ତୁ...ଧିରୁଭାଇ ଅମ୍ବାନୀ ସ୍କୁଲକୁ ବୋମାରେ ଉଡାଇବାକୁ ଧମକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.