ETV Bharat / bharat

SCO Summit: ଜୟଶଙ୍କର କୌଣସି ଅନୁଭବ ହେବାକୁ ଦେଇନଥିଲେ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ବିଲାୱଲ କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ମତେ ଅନୁଭବ ହେବାକୁ ଦେଇନାହାଁନ୍ତି ଯେ ଆମର ଦ୍ବିପାକ୍ଷିକ ସମ୍ପର୍କ ଯୋଗୁଁ ଏସସିଓ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢିଯାଇଛି । ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ଭାରତ ଗସ୍ତକୁ ନେଇ ପାକିସ୍ତାନର ଇମ୍ରାନ ଖାନଙ୍କ ଦଳ ପିଟିଆଇ କଡା ସମାଲୋଚନା କରିଛି । ଏହାକୁ ନେଇ ବିଲାୱଲ କହିଛନ୍ତି ମୁଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ । ଅଧିକ ପଢନ୍ତୁ

author img

By

Published : May 5, 2023, 10:17 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ଗୋଆରେ ଆୟୋଜିତ ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ସାମିଲ ହେବାକୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ପାକ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ । ଆଜି ଏସସିଓ ବୈଠକ ଶେଷ ହେବା ପରେ ପାକ ବୈଦେଶିକ ମନ୍ତ୍ରୀ ଭୁଟ୍ଟୋ ପାକିସ୍ତାନୀ ମିଡିଆକୁ ମଧ୍ୟ ସମ୍ବୋଧିତ କରିଛନ୍ତି ।

ଏସସିଓ ବୈଠକର ଶୁଭାରମ୍ଭରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବିଲାୱଲ ଭୁଟ୍ଟୋଙ୍କୁ ସ୍ବାଗତ କରି କରମର୍ଦ୍ଦନ କରିବା ବଦଳରେ ହାତଯୋଡି ନମସ୍ତେ କରିଥିଲେ । ଜୟ ଶଙ୍କର କିନ୍ତୁ ଚୀନ ଓ ଋଷ ବିଦେଶ ମନ୍ତ୍ରୀଙ୍କ ସହ କରମର୍ଦ୍ଦନ କରିଥିଲେ । ଏହାକୁ ନେଇ ପାକିସ୍ତାନ ମିଡିଆ ବିଲାୱଲଙ୍କୁ ପ୍ରଶ୍ନ କରିଥିଲେ । ଜବାବ ଦେଇ ଭୁଟ୍ଟୋ କହିଛନ୍ତି ଆମର ସିନ୍ଧରେ(ଆମ କ୍ଷେତ୍ରୀୟ ଅଞ୍ଚଳରେ) ଏଭଳି ସ୍ବାଗତ କରାଯାଇଥାଏ । ଏହା ଏକ ସଭ୍ୟ ତରିକା ।

ଏହାବି ପଢନ୍ତୁ- Manipur Controversy: ମୈତେଇଙ୍କଠୁ ନାଗା-କୁକିଙ୍କୁ କଣ ରହିଛି ସମସ୍ୟା, କାହିଁକି ଜଳୁଛି ମଣିପୁର ?

ବିଲାୱଲ କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ମତେ ଅନୁଭବ ହେବାକୁ ଦେଇନାହାଁନ୍ତି ଯେ ଆମର ଦ୍ବିପାକ୍ଷିକ ସମ୍ପର୍କ ଯୋଗୁଁ ଏସସିଓ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢିଯାଇଛି । ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ଭାରତ ଗସ୍ତକୁ ନେଇ ପାକିସ୍ତାନର ଇମ୍ରାନ ଖାନଙ୍କ ଦଳ ପିଟିଆଇ କଡା ସମାଲୋଚନା କରିଛି । ଏହାକୁ ନେଇ ବିଲାୱଲ କହିଛନ୍ତି ମୁଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ । ସାରା ଦେଶର ପ୍ରତିନିଧି । ଆମେ ଦେଶ ହିତକୁ ପ୍ରାଥମିକତା ଦେଉଛୁ । ବହୁ ଭାରତୀୟ ଓ ପାକିସ୍ତାନୀ ଶାନ୍ତିରେ ବସବାସ କରିବାକୁ ଚାହାଁନ୍ତି । ଆମେ ଚାହୁଁନାହୁଁ ଇତିହାସ କଣ ଥିଲା । ଆମେ ଆମର ଇତିହାସ ଲେଖିବୁ ।

କେମିତି ଅଛି ଉଭୟ ଦେଶର ସମ୍ପର୍କ:- 1947 ଉଭୟ ଦେଶର ସ୍ବାଧୀନତା ପରଠାରୁ ସ୍ଥିତି ସବୁବେଳେ ଉତ୍ତେଜନାପୂର୍ଣ୍ଣ ରହିଆସିଛି । ଉଭଯ ଦେଶ ବର୍ତ୍ତମାନ ସୁଦ୍ଧା 3 ଟି ଯୁଦ୍ଧ ଲଢିସାରିଛନ୍ତି । ଏଥିରୁ ଦୁଇଟି ଯୁଦ୍ଧ କାଶ୍ମୀର ପ୍ରସଙ୍ଗକୁ ନେଇ ହୋଇଛି । ଭାରତ ପାକିସ୍ତାନ ସମ୍ପର୍କ ପ୍ରାରମ୍ଭରୁ ଉତ୍ତେଜନା ରହିଆସିଛି । ଯାହା ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି । ଅନ୍ତିମ ଥର 2014 ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଭାରତ ଗସ୍ତରେ ଆସିଥିଲେ । ଏହା ପରଠାରୁ କୌଣସି ପାକିସ୍ତାନୀ ମନ୍ତ୍ରୀ କି ସରକାରର ପ୍ରତିନିଧି ଆସିନାହାଁନ୍ତି । 2015 ରେ ପ୍ରଧାନମନ୍ତ୍ରୀ ମୋଦି ଆଫଗାନିସ୍ତାନରୁ ଫେରିବା ବାଟରେ ଅଚାନକ ପାକିସ୍ତାନରେ ଅବତରଣ କରିଥିଲେ । ସେତେବେଳର ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାତୁଣୀ ବାହାଘର କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୋଦି ପାକିସ୍ତାନ ଯାଇଥିଲେ ।

ଏହା ପରଠାରୁ 2016 କେ ଉରି ଆତଙ୍କବାଦୀ ଆକ୍ରମଣ ପୁଣି 2019ରେ ପୁଲୱାମା ଆକ୍ରମଣ ଘଟଣା ଉଭୟ ଦେଶର ସମ୍ପର୍କକୁ ଆହୁରି ବିଗାଡି ଦେଇଛି । ପୁଲୱାମା ଘଟଣାକୁ ନେଇ ଉଭଯ ଦେଶ ଯୁଦ୍ଧ ସ୍ଥିତିକୁ ଆସିଯାଇଥିଲେ ।

କେତେ ଶକ୍ତିଶାଳୀ ଏସସିଓ:- ଏସସିଓର ଗଠନ 15 ଜୁନ 2001 ରେ ହୋଇଥିଲା । ଏସସିଓ ଗଠନ ବେଳେ ଚୀନ, ଋଷ,କାଜାକିସ୍ତାନ, କିର୍ଗିସ୍ତାନ, ତାଜାକିସ୍ତାନ, ଉଜବେକିସ୍ତାନ ଥିଲେ । ବର୍ତ୍ତମାନ ଏହି ସଂଗଠନରେ 8 ଟି ଦେଶ ସାମିଲ ଅଛନ୍ତି । ଭାରତ, ଚୀନ, ଋଷ, ପାକିସ୍ତାନ, କାଜାକିସ୍ତାନ, କିର୍ଗିସ୍ତାନ, ତାଜାକିସ୍ତାନ ଓ ଉଜବେକିସ୍ତାନ । ଏହା ବ୍ୟତୀତ 4 ଟି ଦେଶ ପର୍ଯ୍ୟବେକ୍ଷକ ସଦସ୍ୟ ଭାବେ ଇରାନ, ଆଫଗାନିସ୍ତାନ, ବେଲାରୁଷ ଓ ମଙ୍ଗୋଲିଆ ଅଛନ୍ତି ।

ଏହାବି ପଢନ୍ତୁ- କେରଳରେ ଆତଙ୍କୀ ଷଡ଼ଯନ୍ତ୍ରର ଖୁଲାସା କରିଛି The Kerala Story: ମୋଦି

ଏହି ସଂଗଠନରେ ୟୁରୋସିଆ ତଥା ୟୁରୋପ ଓ ଏସିଆର 60 ପ୍ରତିଶତ କ୍ଷେତ୍ରଫଳ ରହିଛି । ବିଶ୍ବର 40 ପ୍ରତିଶତ ଜନସଂଖ୍ୟା ଏହି ସଂଗଠନ ରାଷ୍ଟ୍ର ଗୁଡିକରେ ବସବାସ କରୁଛନ୍ତି । ଏକ ଚତୁର୍ଥାଂଶ ଜିଡିପିର ଅଶୀଂଦାର ହେଉଛନ୍ତି ଏସସିଓ ସଂଗଠନ ରାଷ୍ଟ୍ର ଗୁଡିକ । ଏହା ବ୍ୟତୀତ ଏସସିଓ ସଂଗଠନର ଦୁଇ ରାଷ୍ଟ୍ର ଚୀନ ଓ ଋଷ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ । ଏହା ସହ ସଂଗଠନରେ ରହିଛନ୍ତି ବିଶ୍ବର ଚାରୋଟି ପରମାଣୁ ସମ୍ପନ୍ନ ( ଭାରତ, ଋଷ, ଚୀନ ଓ ପାକିସ୍ତାନ) ରାଷ୍ଟ୍ର ।

ଭାରତ ଏସସିଓରେ ସାମିଲ:- 2005 ରେ କାଜାକିସ୍ତାନର ଆସ୍ଥାନାରେ ହୋଇଥିବା ଏସସିଓ ସମିଟରେ ଭାରତ, ପାକିସ୍ତାନ, ଇରାନ ଓ ମଙ୍ଗୋଲିଆ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବେ ଅଶୀଂଦାର ହୋଇଥିଲେ । 2017 ପର୍ଯ୍ୟନ୍ତ ଭାରତ ଏସସିଓ ସଂଗଠନର ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବେ ଥିଲା । 2017 ଏସସିଓ ସଂଗଠନର 17 ତମ ସମିଟରେ ଭାରତ ଓ ପାକିସ୍ତାନକୁ ପୂର୍ଣ୍ଣକାଳୀନ ରାଷ୍ଟ୍ରର ମାନ୍ୟତା ମିଳିଥିଲା । ସଂପ୍ରତି ଏସସିଓ ହେଉଛି ଦୁନିଆର ସର୍ବଶ୍ରେଷ୍ଠ କ୍ଷେତ୍ରୀୟ ସଂଗଠନ । ଏହି ସଂଗଠନରେ ଋଷ, ଚୀନ ପରେ ଭାରତ ହେଉଛି ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ।

ଏସସିଓ ସମିଟ 2023 ଆୟୋଜନରେ ଭାରତ କୌଣସି ଅସୁବିଧା କି ଅଭାବ କରିନାହିଁ । ବୈଦେଶିକ ମନ୍ତ୍ରୀ ଏସ ଜଯଶଙ୍କର ମଧ୍ୟ ନିଜ ପ୍ରତିପକ୍ଷଙ୍କୁ ସମାଲୋଚନା କରିବାର ସୁଯୋଗ ଦେଇନାହାଁନ୍ତି । ଯାହା ଦ୍ବାରା ଦେଶର ସମ୍ମାନ ମର୍ଯ୍ୟାଦ ଉପରେ ପାକିସ୍ତାନ ଭଳି ରାଷ୍ଟ୍ର ମଧ୍ୟ ପ୍ରଶ୍ନ ଉଠାଇବାର ସୁଯୋଗ ପାଇନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.