ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାୱରୋଭ । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଋଷ ପ୍ରତିପକ୍ଷ ଲାୱରୋଭଙ୍କ ମଧ୍ୟରେ ହାଇଦ୍ରାବାଦ ହାଉସରେ ହୋଇଛି ବିସ୍ତୃତ ଆଲୋଚନା ।
ବୈଠକ ପରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ମିଳିତ ବୟାନ ଜାରି କରି ପରସ୍ପର ମଧ୍ୟରେ ଅନେକ କ୍ଷେତ୍ରରେ ସହଯୋଗକୁ ଆଗକୁ ବଢାଇବାକୁ କହିଛନ୍ତି । ଏହି ଅବସରରେ ଋଷର ବୈଦେଶିକ ମନ୍ତ୍ରୀ ଲାୱରୋଭଙ୍କୁ ପଚରାଯାଇଥିଲା କି ଋଷ ଚୀନ୍ ସହିତ ସାମରିକ ଚୁକ୍ତି କରିବାକୁ ଯୋଜନା କରୁଛି କି? ତେବେ ରୁଷ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଋଷ ଏବଂ ଚୀନ ମଧ୍ୟରେ କୌଣସି ସାମରିକ ଚୁକ୍ତି ଯୋଜନା କରାଯାଇ ନାହିଁ।
ଲାୱରୋଭଙ୍କ ସହ ଆଲୋଚନା ପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି । ଆମର ଅଧିକାଂଶ ଆଲୋଚନା ଚଳିତ ବର୍ଷ ଶେଷରେ ହେବାକୁ ଥିବା ଭାରତ-ଋଷର ବାର୍ଷିକ ସମ୍ମିଳନୀ ବିଷୟରେ ଥିଲା । ସେ କହିଛନ୍ତି ଯେ ଆଣବିକ, ମହାକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଦୀର୍ଘ ଦିନର ସହଭାଗିତା ବିଷୟରେ ଆମେ ଆଲୋଚନା କରିଛୁ।