ETV Bharat / bharat

Jaishankar in Germany: ଭାରତୀୟଙ୍କୁ ଭେଟି ଖୁସିପ୍ରକାଶ

author img

By

Published : Feb 20, 2022, 10:51 PM IST

ଜର୍ମାନୀରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ସ୍ବଦେଶ ଫେରିବା ପୂର୍ବରୁ ପ୍ରବାସୀ ଭାରତୀୟ ସମ୍ପ୍ରଦାୟକୁ କଲେ ସାକ୍ଷାତ । ଖୁସି ଅନୁଭବ କରୁଥିବା ନେଇ ଟ୍ବିଟରରେ ଦେଲେ ସୂଚନା । ଅଧିକ ପଢନ୍ତୁ

Jaishankar in Germany: ଭାରତୀୟ ସମ୍ପ୍ରଦାୟକୁ କଲେ ସାକ୍ଷାତ

ବର୍ଲିନ: ଜର୍ମାନୀ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ସେଠାରେ ଥିବା ପ୍ରବାସୀ ଭାରତୀୟ ସମ୍ପ୍ରଦାୟକୁ ସାକ୍ଷାତ କରିଛନ୍ତି । ଚଳିତ ବର୍ଷର ମୁନିଚ ସିକ୍ୟୁରିଟି କନଫରେନ୍ସରେ ସେ ସାମିଲ ହେବା ପାଇଁ ଜର୍ମାନୀ ଗସ୍ତ କରିଛନ୍ତି । ତେବେ ନିଜ ଗସ୍ତ ଶେଷ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ସେ ସେଠାରେ ପ୍ରବାସୀ ଭାରତୀୟ ସମୂହଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ସୌଜନ୍ୟମୂଳକ ଆଲୋଚନା ମଧ୍ୟ କରିଛନ୍ତି ।

ତେବେ ଭାରତୀୟଙ୍କ ସହ ସାକ୍ଷାତ କରିବା ପରେ ସେ ବେସ ଖୁସି ଥିବା ମଧ୍ୟ ଟ୍ବିଟ କରି ସୂଚନା ଦେଇଛନ୍ତି । ପ୍ରବାସୀ ଭାରତୀୟମାନେ ନିଜ ଦେଶ ବାହାରେ ଥିବା ସତ୍ତ୍ବେ ମଧ୍ୟ ସେମାନଙ୍କ ଜନ୍ମମାଟି ପ୍ରତି ଥିବା ସମ୍ବେଦନଶୀଳତା ହରାଇନାହାନ୍ତି ବୋଲି କହିଛନ୍ତି ଜୟଶଙ୍କର ।

ଏହାପୂର୍ବରୁ ଜୟଶଙ୍କର ଜର୍ମାନୀ ଅର୍ଥନୈତିକ ସହଯୋଗ ଏବଂ ବିକାଶ ମନ୍ତ୍ରୀ ସଭେଞ୍ଜା ଶୁଲଜେଙ୍କ ସହ ଏକ ଗଠନମୂଳକ ବୈଠକ କରିଥିଲେ । ଏଥିରେ ଦୁଇ ଦେଶର ବିକାଶ ସହଭାଗୀତା ଉପରେ ଆଲୋଚନା ଉଭୟ ନେତା ଆଲୋଚନା ମଧ୍ୟ କରିଥିଲେ । ସବୁଜ ଅଭିବୃଦ୍ଧି ଏବଂ ବୈଷୟିକ ଜ୍ଞାନକୁ ପ୍ରୋତ୍ସାହିତ କରିବା ପାଇଁ ଦୁଇ ଦେଶ ପ୍ରତିବଦ୍ଧତା ଜଣାଇଥିବା ମଧ୍ୟ କହିଥିଲେ ଜୟଶଙ୍କର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.