ETV Bharat / bharat

ଚାରିଧାମରେ ଆତଙ୍କବାଦୀ ଆକ୍ରମଣ ଧମକ, ବୋମାରେ ଉଡାଇବାକୁ ମିଳିଲା ଚିଠି

author img

By

Published : Oct 16, 2022, 10:52 AM IST

ହରିଦ୍ବାର, ଋଷିକେଶ ସମେତ ଚାରିଧାମରେ ବୋମା ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନର ଧମକ । ଅଧିକ ପଢନ୍ତୁ

ଚାରିଧାମରେ ବୋମା ବିସ୍ଫୋରଣ ପାଇଁ ଆତଙ୍କବାଦୀଙ୍କ ଧମକ

ଡେରାଡୁନ: ପାର୍ବଣ ଋତୁରେ ପୁଣିଥରେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଧମକ ଆସିଛି । ଉତ୍ତରାଖଣ୍ଡର ହରିଦ୍ବାର ଓ ଋଷିକେଶ ବ୍ୟତୀତ ଚାରିଧାମରେ ବୋମା ବିସ୍ଫୋରଣ ପାଇଁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ(Jaish e Mohammed) ଧମକ ଦେଇଛି । ହରିଦ୍ବାର ରେଳ ଷ୍ଟେସନରେ ଆତଙ୍କୀ ସଂଗଠନ ପକ୍ଷରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଏଥିରେ ଆସନ୍ତା ୨୫ ଓ ୨୭ ତାରିଖରେ ଉପରୋକ୍ତ ଧର୍ମସ୍ଥଳ ଗୁଡିକରେ ବୋମା ପକାଇ ଉଡାଇବାକୁ ଧମକ ଦିଆଯାଇଛି(Threat to bomb blast in Haridwar Rishikesh) ।

ସବୁଠୁ ବଡ କଥା ହେଲା, ଗତ ଅକ୍ଟୋବର ୧୦ ତାରିଖରୁ ପୋଲିସକୁ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲେ ହେଁ ଏ ପର୍ଯ୍ୟନ୍ତ ଏହାକୁ ଚପାଇ ରଖାଯାଇ ଥିଲା । ଏହି ଚିଠି ଘଟଣାରେ ଜିଆରପି ହରିଦ୍ବାର ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣ ଧମକ ମିଳିବାର ଏହା ପ୍ରଥମ ଘଟଣା ନୁହେଁ । ବିଗତ ୧୦ ବର୍ଷ ମଧ୍ୟରେ ପାର୍ବଣ ଋତୁ ଏବଂ ବଡ ବଡ ଉତ୍ସବ ସମୟରେ ହରିଦ୍ବାରରେ ବୋମା ଆଟାକ୍ ପାଇଁ ରେଳ ଷ୍ଟେସନକୁ ଏପରି ଅନେକ ଚିଠି ଆସିଛି ।

ଏହାମଧ୍ୟ ପଢନ୍ତୁ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର 9 ମୃତ, 5 ଆହତ

ବର୍ତ୍ତମାନ ଆଗକୁ ଦୀପାବଳି ଥିବାବେଳେ ପୁଣିଥରେ ଷ୍ଟେସନ ଅଧ୍ୟକ୍ଷ ଏମକେ ସିଂହ ଧମକପୂର୍ଣ୍ଣ ଚିଠି ପାଇଛନ୍ତି । ଆତଙ୍କୀ ସଂଗଠନ ଜୈସ୍ ଇ ମହମ୍ମଦ(Terrorist organization Jaish e Mohammed) ଏରିଆ କମାଣ୍ଡର ପକ୍ଷରୁ ଗତ ୧୦ ତାରିଖରେ ଏହି ଚିଠି ଆସିଛି । ଆକ୍ରମଣ ଧମକ ମିଳିବା ପରେ ପୋଲିସ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ହରିଦ୍ବାର, ଋଷିକେଶ ସମେତ ଚାରିଧାମନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଏକ ସ୍ବତନ୍ତ୍ର ଏସଆଇଟି ଟିମ୍ ଗଠନ କରାଯାଇ ଏହି ଘଟଣାର ତଦନ୍ତ କରାଯାଉଥିବା ସୂଚନା ମିଳିଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.