ETV Bharat / bharat

ଜେଲରେ କଏଦୀଙ୍କୁ କୁସ୍ତି ଶିଖାଉଛନ୍ତି ଅଲିମ୍ପିୟାନ ସୁଶୀଲ କୁମାର

author img

By

Published : Mar 12, 2022, 1:38 PM IST

କଏଦୀଙ୍କୁ କୁସ୍ତି ଶିଖାଉଛନ୍ତି ଅଲିମ୍ପିୟାନ ସୁଶୀଲ କୁମାର। ଅଧିକ ପଢ଼ନ୍ତୁ

jailed wrestler Sushil Kumar is giving wrestling training to the prisoners in tihar Jail
ଜେଲରେ କଏଦୀଙ୍କୁ କୁସ୍ତି ଶିଖାଉଛନ୍ତି ଅଲିମ୍ପିୟାନ ସୁଶୀଲ କୁମାର

ନୂଆଦିଲ୍ଲୀ: କଏଦୀଙ୍କୁ ଜେଲରେ କୁସ୍ତି ଶିଖାଉଛନ୍ତି ଅଲିମ୍ପିୟାନ ସୁଶୀଲ କୁମାର। ରେସଲେର ସାଗର ରାଣାଙ୍କ ମୃତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଲିମ୍ପିୟାନ ସୁଶୀଲ କୁମାର ତିହାର ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି। ଏହାରି ଭିତରେ ଜେଲରେ କଏଦୀଙ୍କୁ କୁସ୍ତି ଶିଖାଉଛନ୍ତି ସୁଶୀଲ । ଏନେଇ ଜେଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ତାଙ୍କୁ ଅନୁମତି ମିଳିଛି।

ଅଲିମ୍ପିୟାନ ସୁଶୀଲ କୁମାର ଜେଲରେ କୁସ୍ତି ଶିଖାଇବା ଆରମ୍ଭ କରିଛନ୍ତି। ଏନେଇ ଜେଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଯେଉଁ କଏଦୀମାନେ ତାଙ୍କ ଠାରୁ କୁସ୍ତି ଶିଖିବା ପାଇଁ ଇଚ୍ଛା ପ୍ରକାଶ କରିବେ ସେମାନେ ଶିଖି ପାରିବେ। ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ 6ରୁ 7ଜଣ କଏଦୀ ସୁଶୀଲଙ୍କ ଠାରୁ କୁସ୍ତି ଟ୍ରେନିଂ ନେଉଛନ୍ତି। ପୂର୍ବରୁ ଏହା ଆରମ୍ଭ କରିବା ପାଇଁ ଯୋଜନା କରାଯାଇଥିବା ବେଳେ କୋରୋନା ଯୋଗୁଁ ଏହା ଆରମ୍ଭ ହୋଇ ପାରିନଥିଲା। ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇବା ପରେ ଏହା ଆରମ୍ଭ ହୋଇଛି।

ଏହା ମଧ୍ୟ ପଢ଼ନ୍ତୁ: ରେସଲର ସାଗର ରାଣା ମୃତ୍ୟୁ ମାମଲା; ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ସୂଚନା ଥାଉକି, 23 ମେ 2021ରେ ଛତ୍ରସାଲ ଷ୍ଟାଡିୟମରେ ସାଗର ରାଣାଙ୍କ ହତ୍ୟା ମାମଲାରେ ଅଲିମ୍ପିୟାନ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀ ଅଜୟ କୁମାରଙ୍କୁ ଗିରଫ କରାଯାଇଥିଲା। ମେ 4 ତାରିଖରେ ସୁଶୀଲ ଓ ତାଙ୍କ ସହଯୋଗୀ ମୃତ ସାଗର ଓ ତାଙ୍କ ସାଥୀଙ୍କୁ ପ୍ରବଳ ମାଡ ମାରିଥିଲେ । ଯେଉଁଥିରେ ସାଗରଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.