ETV Bharat / bharat

ଝାଡଖଣ୍ଡ: ମୃତ ଶିଶୁପୁତ୍ରକୁ ଧରି ଜେଲ ଗେଟ ବାହାରେ ୭ ଘଣ୍ଟା ଅପେକ୍ଷା ପରେବି ମହିଳାଙ୍କୁ ମିଳିଲାନି ଅନୁମତି, ଦେଖିପାରିଲାନି ବାପା - ଝାଡଖଣ୍ଡ ମୃତ ଶିଶୁପୁତ୍ରକୁ ଦେଖି ପାରିଲେନି ବାପା

ଜେଲ୍‌ରେ କଏଦ ବାପା ସହ ମୃତ ପୁଅର ଶେଷ ଦେଖା କରାଇବାକୁ ୭ ଘଣ୍ଟା କାଳ ବସିରହିଲେ ମହିଳା । ହେଲେ ଶେଷ ଦର୍ଶନ ପାଇଁ ଅନୁମତି ଦେଲେନି ଜେଲ୍ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ଝାଡଖଣ୍ଡ: ମୃତ ଶିଶୁପୁତ୍ରକୁ ଧରି ଜେଲ ଗେଟ ବାହାରେ ୭ ଘଣ୍ଟା ଅପେକ୍ଷା ପରେବି ମହିଳାଙ୍କୁ ମିଳିଲାନି ଅନୁମତି, ଦେଖିପାରିଲାନି ବାପା

author img

By

Published : Aug 17, 2022, 4:56 PM IST

ରାଞ୍ଚି: ଆଇନ କାନୁନର ପାଚେରୀ ଏହାର ଅନୁପାଳନକାରୀଙ୍କ ହୃଦୟକୁ ମଧ୍ୟ ପଥର କରି ଦେଇପାରେ । ସମସ୍ତଙ୍କୁ ବିଚଳିତ କଲାଭଳି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଚତରାରେ । ଜଣେ ମହିଳା ମୃତ ଶିଶୁପୁତ୍ରକୁ ଧରି ଜେଲ୍‌ ବାହାରେ ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଧରି ବସି ରହିଥିବାର ଦେଖାଯାଇଛି । ଯାହା ସୂଚନା ମିଳିଛି, ମହିଳା ଜଣକ ଉକ୍ତ ଶିଶୁର ଆଈ ଅଟନ୍ତି । ଶିଶୁପୁତ୍ରର ମୃତ୍ୟୁ ପରେ ସେ ତା'ର ବାପା ସହ ପୁଅର ଶେଷ ଦର୍ଶନ କରାଇବାକୁ ଜେଲ୍‌କୁ ଯାଇଥିଲେ । ସେଠାରେ ଜେଲ୍ କର୍ତ୍ତୃପକ୍ଷଙ୍କୁ ବାପପୁଅର ଶେଷ ଭେଟ କରାଇବା ଲାଗି କାକୁତି ମିନତି ହୋଇଥିଲେ । କିନ୍ତୁ ମହିଳା ଜଣଙ୍କ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେଲ୍ ବାହାରେ ବସି ରହି କାନ୍ଦିଥିଲେ ମଧ୍ୟ ଭିତରକୁ ଯିବାକୁ ଅନୁମତି ମିଳିନଥିଲା । ଯାହାକି ବର୍ତ୍ତମାନ ସମୟରେ ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।

ଝାଡଖଣ୍ଡ: ମୃତ ଶିଶୁପୁତ୍ରକୁ ଧରି ଜେଲ ଗେଟ ବାହାରେ ୭ ଘଣ୍ଟା ଅପେକ୍ଷା ପରେବି ମହିଳାଙ୍କୁ ମିଳିଲାନି ଅନୁମତି, ଦେଖିପାରିଲାନି ବାପା
ଝାଡଖଣ୍ଡ: ମୃତ ଶିଶୁପୁତ୍ରକୁ ଧରି ଜେଲ ଗେଟ ବାହାରେ ୭ ଘଣ୍ଟା ଅପେକ୍ଷା ପରେବି ମହିଳାଙ୍କୁ ମିଳିଲାନି ଅନୁମତି, ଦେଖିପାରିଲାନି ବାପା

ସୂଚନା ଅନୁଯାୟୀ, ଝାଡଖଣ୍ଡ ବଶିଷ୍ଠ ନଗର ଥାନା ଅନ୍ତର୍ଗତ ବନ୍ଦରଚୁମ୍ବା ଗାଁର ଏହି ଘଟଣା । ଗତ ଶୁକ୍ରବାର ଗାଁର ୨୭ ବର୍ଷୀୟ ଚୁମନ ମହତୋଙ୍କ ପତ୍ନୀ ଫୁଲଦେବୀ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ । ପ୍ରସବ ସମୟରେ ମାଆ ଓ ଶିଶୁ ଉଭୟ ସୁରକ୍ଷିତ ଥିଲେ । ହେଲେ ଶନିବାର ରାତିରେ ହଠାତ୍ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ରାତି ଅଧିକ ହୋଇଥିବାରୁ ପରିବାର ଲୋକେ ଶିଶୁ ପୁତ୍ରକୁ ସକାଳେ ହସପିଟାଲ ନେବାକୁ ସ୍ଥିର କରିଥିଲେ । ତେବେ ଠିକ୍ ସମୟରେ ଚିକିତ୍ସା ଅଭାବରୁ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ନବଜାତକର ବାପା ଚୁମନ ମହତୋ ଏନଡିପିଏସ ଆକ୍ଟ ମାମଲାରେ ଗତ ସାତ ମାସ ହେଲା ମଣ୍ଡଳ କାରବାରରେ ସଜ୍ଜା ଭୋଗୁଛନ୍ତି ।

ରବିବାର ସକାଳେ ନବଜାତକର ଆଈ କୁଳେଶ୍ବରୀ ଦେବୀ ନାତିର ମୃତଦେହ ଧରି ଜ୍ବାଇଁକୁ ଭେଟିବାକୁ ଜେଲ୍‌ରେ ପହଞ୍ଚିଥିଲେ । ବାପା ଚୁମନ ଶେଷ ଥର ପାଇଁ ନିଜର ପୁଅକୁ ଦେଖୁ ବୋଲି କୁଳେଶ୍ବରୀ ଦେବୀ ଚାହୁଁଥିଲେ । କିନ୍ତୁ ସକାଳ ଯାଇ ଦିପହର ହୋଇଥିଲା, ହେଲେ ଜେଲ୍‌ ଭିତରକୁ ଯିବାକୁ ତାଙ୍କୁ ଅନୁମତି ମିଳିନଥିଲା । ଫଳରେ ସେ ସେମିତି ମୃତ ନାତିକୁ ଧରି ଜେଲ୍ ମୁଖ୍ୟଦ୍ବାରାରେ ବସି ବିଳାପ କରିଥିଲେ । ହେଲେ ତାଙ୍କର କାନ୍ଦ ଜେଲ୍ କର୍ତ୍ତୃପକ୍ଷଙ୍କ ହୃଦୟ ତରଳାଇ ପାରିନଥିଲା । ଶେଷରେ ହତାଶ ହୋଇ ସେ ଜେଲରୁ ଫେରି ଦ୍ବିପ୍ରହରରେ ଶିଶୁଟିର ଅନ୍ତିମ ସଂସ୍କାର କରିଥିଲେ । ଜେଲ ମଣ୍ଡଳ କାରା ଅଧିକ୍ଷକ ଜେଲ ବିଧି ପାଳନ କରିବାକୁ କହିଥିଲେ । ସେପଟେ ରବିବାର ଦିନ କଏଦୀଙ୍କ ସହ ସାକ୍ଷାତକାର ବନ୍ଦ ରହିଥିବାରୁ ମହିଳାଙ୍କୁ ଅନୁମତି ଦିଆଯାଇନଥିବା ନେଇ ଚତରା ଜେଲର ଦୀନେଶ ବର୍ମା ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.