ETV Bharat / bharat

Jahangirpuri Demolition Case: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ରାଜଧାନୀ ଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳରେ ବୁଲଡୋଜର ବୁଲିବା ଘଟଣାରେ ଆଜି (ଗୁରୁବାର) ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଅଧିକ ପଢନ୍ତୁ

ଆଜି ସୁପ୍ରିମକୋର୍ଟରେ ଶୁଣାଣି
ଆଜି ସୁପ୍ରିମକୋର୍ଟରେ ଶୁଣାଣି
author img

By

Published : Apr 21, 2022, 10:19 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳରେ ବୁଲଡୋଜର ବୁଲିବା ଘଟଣାରେ ଆଜି (ଗୁରୁବାର) ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ବିଚାରପତି ନାଗେଶ୍ୱର ରାଓ ଏବଂ ବିଚାରପତି ବି ଆର ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜମୀୟତ-ଉଲେମା-ଏ-ହିନ୍ଦ ଏମସିଡିର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟରେ ୨ଟି ଆବେଦନ ଦାଖଲ କରିଛି ।

ପ୍ରଥମ ଆବେଦନରେ ବିନା ନୋଟିସରେ ବୁଲଡୋଜର ଚଳାଇ ସ୍ଥାନୀୟ ଲୋକଙ୍କୁ ତାଙ୍କର ଅଧିକାରରୁ ବଞ୍ଚିତ କରାଯାଇଥିବା କଥା ଉଲ୍ଲେଖ ରହିଛି । ଦ୍ବିତୀୟ ଆବେଦନରେ ଦେଶର କୌଣସି ରାଜ୍ୟରେ କିଛି ଅଭିଯୋଗରେ ଅଚାନକ ବୁଲଡୋଜର ଚଳାଇବା ଉପରେ ରୋକ ଲଗାଇବା ଆଦେଶ ଦେବାକୁ ଗୁହାରି କରାଯାଇଛି । ଗତକାଲି (ବୁଧବାର) ଉଚ୍ଛେଦ ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହିତ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଉଚ୍ଛେଦ କାର୍ଯ୍ୟକ୍ରମ ପାଇଁ ମ୍ୟୁନିସିପାଲଟି ସଜବାଜ ହେଉଥିବା ବେଳେ ଏହା ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ । ଆଜି (ଗୁରୁବାର) ଏହି ମାମଲାର ଶୁଣାଣି ହେବ ।

2 ଦିନ ଧରି ଉଚ୍ଛେଦ କାର୍ଯ୍ୟ ହେବାର ଥିଲା । ଅବୈଧ ନିର୍ମାଣକୁ ଭଙ୍ଗାଯିବା ନେଇ 9ଟି ବୁଲଡୋଜର ନିୟୋଜିତ ହୋଇଥିଲା । ଉତ୍ତେଜନା ଆଶଙ୍କାରେ ବହୁ ସଂଖ୍ୟାରେ ପୋଲିସ୍ ମୁତୟନ ହୋଇଥିଲେ । ବୁଲଡୋଜର ଚାଲିବା ପୂର୍ବରୁ ଅର୍ଦ୍ଧସାମରିକ ବାହିନୀର ଫ୍ଲାଗ୍‌ମାର୍ଚ୍ଚ କରିଥିଲା ମାତ୍ର ଏହି ଭଙ୍ଗା କାର୍ଯ୍ୟ ଉପରେ ରହିତାଦେଶ ଲଗାଇଥିଲେ ସୁପ୍ରିମକୋର୍ଟ ।

ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ଅବସରରେ ବାହାରିଥିବା ଶୋଭାଯାତ୍ରା ଉପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ପଥରମାଡ଼ କରିଥିଲେ । ସେଠାରେ ଉତ୍ତେଜନା ଦେଖାଯାଇଥିଲା । ଯେଉଁଥିରେ ୬ ଜଣ ଆହତ ହୋଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଜାହାଙ୍ଗୀରପୁରୀରେ ହିଂସା ନେଇ ପୋଲିସ ବିଭିନ୍ନ ଅପରାଧିକ ଧାରା ଅନୁସାରେ ମାମଲା ରୁଜୁ କରିଛି । ଏପର୍ଯ୍ୟନ୍ତ 23 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.