ETV Bharat / bharat

Karnataka Elections: ଜଗଦୀଶଙ୍କୁ ଜିତାଇ ଦେବନାହିଁ ବିଜେପି ! - ଜଗଦୀଶ ଶେଟ୍ଟର

ଜଗଦୀଶ ଶେଟ୍ଟରଙ୍କ ବିଧାନସଭା କ୍ଷେତ୍ର ହୁବିଲୀ- ଧାରୱାଡ ଏବେ ରାଜ୍ୟର ସବୁଠାରୁ ହାଇଭୋଲଟେଜ ନିର୍ବାଚନ କ୍ଷେତ୍ର ହୋଇଛି । ଜଗଦୀଶ କଂଗ୍ରେସକୁ ଯିବା ପରଠାରୁ ଏହି ଆସନ ଏବେ ହାଇଭୋଲଟେଜ ଆସନ ହୋଇଛି । ଅମିତ ଶାହ ହୁବିଲୀ- ଧାରୱାଡ ଆସନ ଦାୟିତ୍ବରେ ଥିବା ନେତା ମାନଙ୍କ ସହ ସିଧା ସଳଖ ଆଲୋଚନା କରୁଛନ୍ତି । ଅଧିକ ପଢନ୍ତୁ

ଜଗଦୀଶଙ୍କୁ ଜିତାଇ ଦେବନାହିଁ ବିଜେପି
ଜଗଦୀଶଙ୍କୁ ଜିତାଇ ଦେବନାହିଁ ବିଜେପି
author img

By

Published : Apr 25, 2023, 11:03 PM IST

ବେଙ୍ଗାଲୁର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର ଦଳ ଛାଡି କଂଗ୍ରେସରେ ଯୋଗଦେବାକୁ ଗ୍ରହଣ କରିପାରୁନାହିଁ ବିଜେପି । ଜଗଦିଶ ଶେଟ୍ଟରଙ୍କୁ ତାଙ୍କରି ଗଡରେ ପରାସ୍ତ କରିବାକୁ ବିଜେପି କଷୁଛି ଭିନ୍ନ ରଣନୀତି । ଖୋଦ ବିଜେପି ଚାଣକ୍ୟ ଅମିତ ଶାହ ବ୍ୟକ୍ତିଗତ ଭାବେ ଶେଟ୍ଟରଙ୍କ ପରାଜୟକୁ ସୁନିଶ୍ଚିତ କରିବା ପାଇଁ ସ୍ବତନ୍ତ୍ର ଯୋଜନା କରିଛନ୍ତି ।

ଜଗଦୀଶ ଶେଟ୍ଟରଙ୍କ ବିଧାନସଭା କ୍ଷେତ୍ର ହୁବିଲୀ- ଧାରୱାଡ ଏବେ ରାଜ୍ୟର ସବୁଠାରୁ ହାଇଭୋଲଟେଜ ନିର୍ବାଚନ କ୍ଷେତ୍ର ହୋଇଛି । ଜଗଦୀଶ କଂଗ୍ରେସକୁ ଯିବା ପରଠାରୁ ଏହି ଆସନ ଏବେ ହାଇଭୋଲଟେଜ ଆସନ ହୋଇଛି । ଅମିତ ଶାହ ହୁବିଲୀ- ଧାରୱାଡ ଆସନ ଦାୟିତ୍ବରେ ଥିବା ନେତା ମାନଙ୍କ ସହ ସିଧା ସଳଖ ଆଲୋଚନା କରୁଛନ୍ତି । ଏହାସହ ସ୍ବତନ୍ତ୍ର ରଣନୀତି ଉପରେ କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଏପରିକି ଶାହ ପ୍ରତିଦିନ ଏହି ଆସନ ସମ୍ପର୍କରେ ରିପୋର୍ଟ ତଲବ କରୁଛନ୍ତି ।

ଏହାବି ପଢନ୍ତୁ- କଟରେ ଉଦ୍ଧବ ଠାକରେ, ବିଜେପି ଠାରୁ ସମ୍ପର୍କ ଛିନ୍ନ କରିବା ପଡୁଛି ମହଙ୍ଗା !

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜଗଦୀଶଙ୍କୁ ନେଇ ଦଳୀୟ ନେତାଙ୍କୁ ଶାହ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶାହ କହିଛନ୍ତି ଶେଟ୍ଟରଙ୍କୁ ଦଳ ସବୁକିଛି ଦେଇଛି । ଯଦି ଶେଟ୍ଟର ସ୍ବାଧୀନ ଭାବେ ନିର୍ବାଚନ ଲଢିଥାନ୍ତେ ଦଳ ତାଙ୍କ ପ୍ରତି ଏତେ କଠୋର ହୋଇନଥାନ୍ତା । ଶେଟ୍ଟର କିନ୍ତୁ ବିଜେପିର ପାରମ୍ପରିକ ଶତ୍ରୁ ଦଳ ସହ ସାମିଲ ହୋଇ ନିର୍ବାଚନ ଲଢୁଛନ୍ତି । ଏପରି ସ୍ଥିତିରେ କୌଣସି ପ୍ରକାରେ ଦଳ ତାଙ୍କୁ କ୍ଷମା କରିବ ନାହିଁ । ଶେଟ୍ଟରଙ୍କୁ ପରାସ୍ତ କରିବା ପାଇଁ ଦଳୀୟ ସହଯୋଗ ଯାହା ଆବଶ୍ୟକ ସବୁ ଯୋଗାଇଦେବାକୁ ଦାୟିତ୍ବରେ ଥିବା ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶାହ ।

ଆଉ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ହୁବିଲୀ- ଧାରୱାଡରେ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିବା ପାଇଁ ସଂଘର ଏକ ସ୍ବତନ୍ତ୍ର ଟିମ ମଧ୍ୟ କାମ କରୁଛି । ସଂଘର କାର୍ଯ୍ୟକର୍ତ୍ତା ମାନେ ଯଦିଓ ପ୍ରତ୍ୟେକ୍ଷ ଭାବେ ନିର୍ବାଚନରେ ଯଦିଓ ନାହାଁନ୍ତି କିନ୍ତୁ ବିଜେପି ଭୋଟ ଯେମିତି କୌଣସି ସ୍ଥିତିରେ ଶେଟ୍ଟରଙ୍କୁ ନଯାଏ ତାହା ନିଶ୍ଚିତ କରିବା ପାଇଁ ବିଜେପି ନେତା ମାନଙ୍କୁ ଆବଶ୍ୟକ ବାହ୍ୟ ସମର୍ଥନ ଯୋଗାଇ ଦେଉଛନ୍ତି । ଖାଲି ଏତିକି ନୁହେଁ କେନ୍ଦ୍ରୀୟ ବିଜେପି ଶେଟ୍ଟରଙ୍କ ମୁକାବିଲା ପାଇଁ ଏକ ସ୍ବତନ୍ତ୍ର କେନ୍ଦ୍ରୀୟ ନେତାଙ୍କୁ ମଧ୍ୟ ହୁବିଲୀ- ଧାରୱାଡ ପଠାଇଛି । ଯେକୌଣସି ସ୍ଥିତିରେ ହେଉ ପଛେ ବିଜେପି ଶେଟ୍ଟରଙ୍କୁ ପରାଜିତ କରିବା ପାଇଁ ସବୁ ଶକ୍ତି ଲଗାଇଛି । ଏବେ ଅପେକ୍ଷା ବିଜେପିର ଏହି ତମାମ ପ୍ରୟାସ କେତେ ଫଳପ୍ରଦ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.