ETV Bharat / bharat

କଞ୍ଜୱାଲା ଘଟଣାର ପୁନରାବୃତ୍ତି, ମେଡିକାଲ ଛାତ୍ରୀଙ୍କୁ ୫୦୦ ମିଟର ଘୋଷାଡି ନେଲା ଟ୍ରକ - ଜବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ମଧ୍ୟପ୍ରଦେଶର ଜବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦିଲ୍ଲୀ ହିଟ ଆଣ୍ଡ ରନ ଘଟଣାର ପୁନରାବୃତ୍ତି ହୋଇଛି । ଏକ ଟ୍ରକ ଏକ ବାଇକକୁ ଧକ୍କା ଦେଇଥିଲା । ଏହାପରେ ବାଇକର ପଛରେ ବସିଥିବା ଛାତ୍ରୀକୁ ୫୦୦ ମିଟର ଯାଏଁ ଘୋଷାଡି ନେଇଥିଲା । ଅଧିକ ପଢନ୍ତୁ

ଜବଲପୁରରେ କଞ୍ଜୱାଲା ଘଟଣାର ପୁନରାବୃତ୍ତି
ଜବଲପୁରରେ କଞ୍ଜୱାଲା ଘଟଣାର ପୁନରାବୃତ୍ତି
author img

By

Published : Jan 5, 2023, 10:36 AM IST

ଭୋପାଳ: ମଧ୍ୟପ୍ରଦେଶରେ ଦିଲ୍ଲୀର ସୁଲତାନପୁରୀର କଞ୍ଜୱାଲା ଘଟଣାର ପୁନରାବୃତ୍ତି (Delhi Kanjhawala case) । ଦ୍ରୁତଗତିରେ ଏକ ଟ୍ରକ ଆସି ବାଇକକୁ ଧକ୍କା ଦେବା ପରେ ବାଇକ ଚାଳକ ଛିଟିକି ହୋଇ ପଡିଥିଲେ(Jabalpur Road Accident) । ବାଇକ ପଛରେ ବସିଥିବା ମେଡିକାଲ ଛାତ୍ରୀଜଣକ ତଳେ ପଡିଯିବାରୁ ତାଙ୍କୁ ୫୦୦ ମିଟର ଯାଏଁ ଘୋଷାଡି ନେଇଥିଲା । ମଧ୍ୟପ୍ରଦେଶ ଜବଲପୁରରେ ଗତକାଲି ବିଳମ୍ବିତ ରାତିରେ ହୋଇଛି ଏଭଳି ଛାତିଥରା ଦୁର୍ଘଟଣା । ଦୁର୍ଘଟଣାରେ ଛାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଛାତ୍ରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜବଲପୁରରେ ଦିଲ୍ଲୀର ପୁନରାବୃତ୍ତି: ଏହି ଘଟଣାକୁ ନେଇ ଗଡା ଥାନା ଅଧିକାରୀ ରାକେଶ ତିଓ୍ବାରି କହିଛନ୍ତି, " ଶାହଡୋଲ ବାସିନ୍ଦା ଋବି ଠାକୁର ଏବଂ ରୀବା ନିବାସୀ ସୌରଭ ଓଜା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେଡିକାଲ କଲେଜରେ ଏମବିବିଏସର ତୃତୀୟ ବର୍ଷର ଛାତ୍ର ଥିଲେ । ବୁଧବାର ରାତିରେ ଋବି ଏବଂ ସୌରଭ ତିଲଓ୍ବାରା ଅଭିମୁଖେ ଯାଉଥିଲେ । ଏହି ସମୟରେ ଭୋପାଳରୁ ନାଗପୁର ଅଭିମୁଖେ ଯାଇଥିବା ଟ୍ରକ ପଛପଟୁ ବାଇକକୁ ଧକ୍କା ଦେଇଥିଲା (Jabalpur Truck hit Bike) । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଛାତ୍ରୀଜଣକୁ ଟ୍ରକ ୫୦୦ ମିଟର ଯାଏଁ ଘୋଷାଡ଼ି ନେଇଯାଇଥିଲା (MP Truck Dragged Medical Student for Many Meters) । ଛାତ୍ରୀଜଣକର ମୁଣ୍ଡରେ ଆଘାତ ଲାଗି ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଅନ୍ୟପଟେ ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜବଲପୁର ନେତାଜୀ ସୁଭାଷ ଚନ୍ଦ୍ର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। "

ଏହା ମଧ୍ୟ ପଢନ୍ତୁ: Kanjhawala case: ଆସିଲା ଚୂଡାନ୍ତ ବ୍ୟବଚ୍ଛେଦ ରିପୋର୍ଟ, ମଦ୍ୟପାନ ନେଇ ମିଳିଲାନି ପ୍ରମାଣ

ଦୁର୍ଘଟଣା ପରେ ବହୁସଂଖ୍ୟାରେ ମେଡିକାଲ ଛାତ୍ରଛାତ୍ରୀ ଦୁର୍ଘଟଣା ସ୍ଥାନରେ ପହଞ୍ଚି ମୃତଦେହକୁ ରଖି ରାଜପଥ ଅବରୋଧ କରିଥିଲେ । ଏହାସହ ଟ୍ରକ ଡ୍ରାଇଭରର ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବରପାଇ ସଞ୍ଜୀବନୀ ନଗର ଏବଂ ଧାନଭନ୍ତ୍ରି ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତେଦହ ହସ୍ତାନ୍ତର କରାଯିବା ନେଇ ସୂଚନା ରହିଛି । ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.