ETV Bharat / bharat

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଦୁଷ୍କର୍ମୀଙ୍କୁ ଫାଶୀଦଣ୍ଡ ପାଇଁ ଆସିବ ବିଲ୍‌

author img

By

Published : Sep 18, 2022, 9:42 PM IST

ମଧ୍ୟ ପ୍ରଦେଶରେ ଦୁଷ୍କର୍ମୀଙ୍କୁ ମିଳିବ ଫାଶୀ ଦଣ୍ଡ । ବିଧାନସଭାରେ ବିଲ ଆଣିବେ ରାଜ୍ୟ ସରକାର । ଭୋପାଲ କାଣ୍ଡକୁ କଡା ନିନ୍ଦା କରିବା ସହ ଏପରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (mp govt to bring bill to hang rape convict)। ଅଧିକ ପଢନ୍ତୁ

ମଧ୍ୟ ପ୍ରଦେଶରେ ଦୁଷ୍କର୍ମୀଙ୍କୁ ମିଳିବ ଫାଶୀଦଣ୍ଡ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ଭୋପାଲ: ଦୁଷ୍କର୍ମୀଙ୍କ ପାଇଁ କଠୋର ହେଲେ ଶିବରାଜ ସରକାର । ଏଣିିକି ଦୁଷ୍କର୍ମୀଙ୍କୁ ମିଳିବ ଫାଶୀ ଦଣ୍ଡ । ଖୁବଶୀଘ୍ର ବିଧାନସଭାରେ ଏନେଇ ବିଲ ମଧ୍ୟ ପାରିତ କରିବ ଶିବରାଜ ସିଂ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି ( CM Shivraj made a big announcement)। ଆଜି (ଶନିବାର) ଜଷ୍ଟିସ୍ ଜେ.ଏସ ବର୍ମା ମେମୋରିଆଲ୍ ଲେକ୍ଚରରେ ଅଂଶଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ବଡ଼ ଘୋଷଣା କରି କହିଛନ୍ତି । ଚୌହାନ କହିଛନ୍ତି ଯେଉଁମାନେ ରାଜ୍ୟରେ ଦୁଷ୍କର୍ମ ପରି ଘୃଣ୍ୟ ଅପରାଧକୁ ରୂପ ଦେଉଛନ୍ତି, ତାଙ୍କୁ କେବଳ ଫାଶୀ ଦିଆଯିବ ଉଚିତ୍‌ । ତାଙ୍କ ସରକାର ବିଧାନସଭାରେ ଏମ୍ପର୍କିତ ଏକ ବିଲ୍ ମଧ୍ୟ ପାରିତ ହେବାକୁ ଯାଉଛି (mp govt to bring bill to hang rape convict)।

ମଧ୍ୟ ପ୍ରଦେଶରେ ଦୁଷ୍କର୍ମୀଙ୍କୁ ଫାଶୀଦଣ୍ଡ ପାଇଁ ଆସିବ ବିଲ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ଜଷ୍ଟିସ୍ ଜେ.ଏସ୍ ବର୍ମାଙ୍କୁ କଲେ ସ୍ମରଣ:-

ଏହି ଅବସରରେ ସେ ଜଷ୍ଟିସ୍ ଜେ.ଏସ୍ ବର୍ମାଙ୍କୁ ମନେପକାଇବା ଜଷ୍ଟିସ୍ ବର୍ମାଙ୍କ ନିଷ୍ପତ୍ତିକୁ ସମଗ୍ର ଦେଶ ଭୁଲିପାରିବ ନାହିଁ ବୋଲି କହିଛନ୍ତି । ବିଶାଖା କାଣ୍ଡ ମାମଲାରେ ଜଷ୍ଟିସ୍ ବର୍ମା ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଥିଲେ । ଯେଉଁଥିରେ କାର୍ଯ୍ୟରତ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡନକୁ ରୋକିବା ପାଇଁ ଏକ ଗାଇଡଲାଇନ୍ ଆସିଥିଲା । ଯାହାକି ବିଶାଖା ଗାଇଡ ଲାଇନ ନାମରେ କାର୍ଯ୍ୟକାରୀ କରାଯାଇଥିଲା । ଦେଶରେ ନିର୍ଭୟା କାଣ୍ଡର ପୁନରାବୃତ୍ତି ନହେବା ପାଇଁ ଜଷ୍ଟିସ୍ ବର୍ମା ପ୍ରୟାସ କରିଥଲେ ବୋଲି କହିଥିଲେ ଶିବରାଜ ସିଂ ଚୌହାନ ।

ଭୋପାଳ କାଣ୍ଡକୁ କଲେ ନିନ୍ଦା :-

ଭୋପାଳରେ ଏକ ବସ୍‌ରେ ଜଣେ ନାବାଳିକାକୁ ଦୁଷ୍କର୍ମ ଘଟଣାକୁ କଡା ନିନ୍ଦା କରିଛନ୍ତି ଶିବରାଜ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏପରି କାଣ୍ଡ ଘୃଣ୍ୟ ଏବଂ ନିନ୍ଦନୀୟ । ଏପରି ଘଟଣାରେ ଅଧିକାଂଶ ଅଭିଯୁକ୍ତ ପୀଡିତାଙ୍କ ପରିଚିତ ହୋଇଥାନ୍ତି । ଏହିପରି ସମ୍ବେଦନଶୀଳ ଅପରାଧରେ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ବିଧାନସଭାରେ ଏକ ବିଲ ମଧ୍ୟ ଶୀଘ୍ର ପାରିତ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଥିଲେ । ଯେପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହୁଏ ସେପର୍ଯ୍ୟନ୍ତ ଅପରାଧୀଙ୍କ ମଧ୍ୟରେ ଭୟ ଆସିବ ନାହିଁ ବୋଲି ମଧ୍ୟ କହିଛନ୍ତି ଶିବରାଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.