ETV Bharat / bharat

Shopian Encounter; 2 ଟପ୍‌ ଆତଙ୍କବାଦୀ ନିପାତ - terrorists

ଗତକାଲି ଜମ୍ମୁ କାଶ୍ମୀର ସୋପିଆନର ସାଦିଖ ଖାନ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲସ୍କର-ଏ- ତୋଏବାର ଦୁଇ ଟପ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବାହିନୀ । ଅଧିକ ପଢନ୍ତୁ...

2 ଆତଙ୍କୀ ସଫା
2 ଆତଙ୍କୀ ସଫା
author img

By

Published : Jul 19, 2021, 8:46 AM IST

ଶ୍ରୀନଗର: ଗତକାଲି ଜମ୍ମୁ କାଶ୍ମୀର ସୋପିଆନର ସାଦିଖ ଖାନ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲସ୍କର-ଏ-ତୋଏବାର ଦୁଇ ଟପ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବାହିନୀ । ଏନେଇ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଆଇଜିପି ବିଜୟ କୁମାରଙ୍କ ସୂଚନା ଅନୁସାରେ, ନିହତ ଦୁଇ ଆତଙ୍କବାଦ ହେଲେ ଇସଫାଖ ଦାର, ଅଲିସ ଅବୁ ଅକରମ । ଦୁଇଜଣ ୨୦୧୭ରୁ ସକ୍ରିୟ ଅଛନ୍ତି । ବହୁ ଆତଙ୍କୀ ଆକ୍ରମଣରେ ଉଭୟ ଜଡିତ ଥିବା କହିଛନ୍ତି ଆଇଜିପି ବିଜୟ କୁମାର । ଦୁଇ ଆତଙ୍କୀଙ୍କୁ ନିହତ କରିବା ସହିତ ଏନକାଉଣ୍ଟର ସ୍ଥାନରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ସୋପିଆନରେ ଆତଙ୍କୀ ଲୁଚି ଥିବା ନେଇ ଖବର ପାଇବା ପରେ ସିଆରପିଏଫର ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କୀଙ୍କୁ ଘେରାବନ୍ଦୀ କରିଥିଲା ସେନାବାହିନୀ । ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ ମାତ୍ର ସେମାନେ ମନା କରିଥିଲେ । ଫଳରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏଥିରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି CRPF । ବର୍ତ୍ତମାନ ସର୍ଚ୍ଚ ଅପରେସନ ଚାଲିଥିବା ନେଇ ସୂଚନା ମିଳିଛି ।

ପ୍ରକାଶ ଥାଉ କି, ଗତ ଶୁକ୍ରବାର ଶ୍ରୀନଗର ଏନକାଉଣ୍ଟରରେ ସେଠାକାର ଦୁଇ ଆତଙ୍କୀଙ୍କୁ ନିପାତ କରିଥିଲା ସୁରକ୍ଷାବାହିନୀ । ଜୁନରେ ଶ୍ରୀନଗରେ ହୋଇଥିବା ତିନୋଟି ଆତଙ୍କୀ ଘଟଣାରେ ସଂପୃକ୍ତ ଥିଲେ । ଗଣମାଧ୍ୟମକୁ ସୂଚନା ଦେଇ ଆଇଜିପି କୁମାର କହିଛନ୍ତି ଚଳିତ ବର୍ଷ ଶ୍ରୀନଗରେ ତିନୋଟି ଏନକାଉଣ୍ଟର ହୋଇଛି । ଗୋଟିଏ ଏନକାଉଣ୍ଟରରେ ଜଣେ ପୋଲିସ ଶହୀଦ ହୋଇଛନ୍ତି । ଏହା ସହିତ ଜଣେ ମୋବାଇଲଫୋନ ଦୋକାନୀଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଗ୍ରେନେଡ ଆକ୍ରମଣରେ ତିନିଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ସମସ୍ତ ଘଟଣାରେ ଏହି ଦୁଇ ଆତଙ୍କୀ ଜଡିତ ଥିଲେ।

ପ୍ରକାଶ ଥାଉ କି ଚଳିତ ବର୍ଷ କାଶ୍ମୀର ଜୋନରେ ସମୁଦାୟ ୭୮ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବାହିନୀ । ଯାହା ଏକ ବଡ ସଫଳତା ବୋଲି କହିଛନ୍ତି ଆଇଜିପି ବିଜୟ କୁମାର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.