ETV Bharat / bharat

ସୋପିଆନରେ ଏନକାଉଣ୍ଟର; ତିନି ଆତଙ୍କୀ ସଫା

author img

By

Published : May 6, 2021, 6:56 AM IST

ଦକ୍ଷିଣ ଜାମ୍ମୁ-କାଶ୍ମୀର ସୋପିଆନ ଜିଲ୍ଲା କନିଗ୍ରାମ ଅଞ୍ଚଳରେ ସୁରକ୍ଷବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ତିନି ଆତଙ୍କୀ ସଫା । ଅଧିକ ପଢନ୍ତୁ...

ଜାମ୍ମୁ-କାଶ୍ମୀରର ସୋପିଆନାରେ ଗୁଳିବନିମୟ
ଜାମ୍ମୁ-କାଶ୍ମୀରର ସୋପିଆନାରେ ଗୁଳିବନିମୟ

ଶ୍ରୀନଗର: ସୀମାରେ ଗୁଳି ବିନିମୟ । ଗୁଳିିବିନିମୟ ପରେ କାଶ୍ମୀର ପୋଲିସକୁ ସଫଳତା ମିଳିିଛି । ଦକ୍ଷିଣ ଜାମ୍ମୁ-କାଶ୍ମୀର ସୋପିଆନ ଜିଲ୍ଲା କନିଗ୍ରାମ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଏଥିରେ ଏଏଲ-ବଦରର 4 ଆତଙ୍କବାଦୀ ମଧ୍ୟରୁ ତିନିଜଣ ଆତଙ୍କୀ ସଫା ହୋଇଥିବା ବେଳେ ଜଣେ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛି କାଶ୍ମୀର ପୋଲିସ ।

ପୋଲିସର ସୂଚନାଅନୁସାରେ, ଏଲ-ବଦରର ଚାରି ଆତଙ୍କବାଦୀ କନିଗ୍ରାମ ଅଞ୍ଚଳରେ ରହିଥିବା ପୋଲିସ ଜାଣିବାକୁ ପାଇଥିଲା । ସୂଚନା ପାଇବା ମାତ୍ରେ ସେହି ଅଞ୍ଚଳରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଆତଙ୍କୀଙ୍କୁ କାବୁ କରିବାକୁ ସୁରକ୍ଷାବାହୀନି ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏଥିରେ ଏଲ-ବଦରର ତିନି ଆତଙ୍କୀଙ୍କୁ ସଫା କରିଛି କାଶ୍ମୀର ପୋଲିସ । ଏହା ସହିତ ଜଣେ ଆତଙ୍କବାଦୀ ଆତ୍ମସର୍ମପଣ କରିଛି ।

ଆତଙ୍କବାଦୀଙ୍କୁ ସର୍ମପଣ କରିବାକୁ ପୋଲିସ ଓ ସୁରକ୍ଷାବାହିନୀ ଯଥାସମ୍ଭବ ଚେଷ୍ଟା କରଥିଲା ବୋଲି ସୂଚନା ଦେଇଛି କାଶ୍ମୀର ପୋଲିସ । ପ୍ରକାଶ ଥାଉ କି, ମେ 4 ତାରିଖରେ ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲା ସୋପରର ନୋଥିପୁରା ଅଞ୍ଚଳରେ ଲଶ୍କର-ଇ-ତାଇବାର ଦୁଇଜଣ ଆତଙ୍କୀଙ୍କୁ କାବୁ କରିଥିଲା କାଶ୍ମୀର ପୋଲିସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.