ଶ୍ରୀନଗର: ଦିନକୁ ଦିନ ଦେଶରେ ସୁନାମୀ ଭଳି ମାଡିବାରେ ଲାଗିଛି କୋରୋନା ସଂକ୍ରମଣ । କୋଭିଡ ମାମଲା ବଢିବା ପରେ ଜମ୍ମୁ-କଶ୍ମୀର ପ୍ରଶାସନ ଉଦ୍ଧମପୁର ଜିଲ୍ଲାର ପ୍ରସିଦ୍ଧ ପାଟନିଟପ୍ ପର୍ଯ୍ୟଟନ ସ୍ଥଳରେ ଲୋକଙ୍କ ଜନ ସମାଗମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଜମ୍ମୁ କଶ୍ମୀର ସରକାର । ଏନେଇ ଉଦ୍ଧମପୁର ପ୍ରଶାସନ ପକ୍ଷରୁ (DDMA) ସୂଚନା ଦିଆଯାଇଛି ।
ଏପରିକି ଯେଉଁମାନେ ପାଟନିଟପ୍ ପରିଦର୍ଶନ କରିବାକୁ ଚାହୁଁଛନ୍ତି ଏବଂ ହୋଟେଲରେ ରହିବାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରମାଣପତ୍ର ଦେଖାଇବାକୁ ପଡିବ । ଏଥିରେ କୁହାଯାଇଛି ଯେ ହୋଟେଲ ବୁକିଂର ବୈଧ ପ୍ରମାଣ ବିନା କୌଣସି ବ୍ୟକ୍ତିଙ୍କୁ ସନ୍ଧ୍ୟା ୫ଟା ପରେ ପାଟନିଟପ୍ ଆଡକୁ ଯିବାକୁ ଦିଆଯିବ ନାହିଁ । ଏହାସହ ଅପରାହ୍ନ ୪ଟା ପରେ ପାଟନିଟପ୍ କିମ୍ବା ଏହାର ପାରିପାଶ୍ବିକ ଅଞ୍ଚଳରେ ପର୍ଯ୍ୟଟକ ରହଣି ଉପରେ ପ୍ରତିବନ୍ଧକ ଲଗାଯାଇଛି ।