ETV Bharat / bharat

ସରିଲା ସୋପିଆନ ଏନକାଉଣ୍ଟର, ୩ ଆତଙ୍କୀ ସଫା

author img

By

Published : Oct 12, 2021, 7:33 AM IST

ରାତି ପାହୁ ପାହୁ ଭାରତୀୟ ସେନା ବି ଏହାର କଡା ଜବାବ ଦେଇଛନ୍ତି । ଜମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ତିନିଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା । ଅଧିକ ପଢନ୍ତୁ...

Shopian encounter, ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଶ୍ରୀନଗର: ସୀମାରେ ବଢି ଚାଲିଛି ଆତଙ୍କୀଙ୍କ ଉତ୍ପାତ । ଭାରତୀୟ ଯବାନଙ୍କ ଉପରେ କରିବାରେ ଲାଗିଛନ୍ତି ବଡଧରଣର ଆତଙ୍କୀ ହାମଲା । ରାତି ପାହୁ ପାହୁ ଭାରତୀୟ ସେନା ବି ଏହାର କଡା ଜବାବ ଦେଇଛନ୍ତି । ଜମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ତିନିଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ ।

ମୃତ ତିନି ଆତଙ୍କୀ ଲସ୍କର-ଏ-ତୋଏବାର ବୋଲି ଜଣାପଡିଛି । ଏହା ସହିତ ସେମାନଙ୍କଠାରୁ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ତିନିଜଣଙ୍କ ଭିତରୁ ଜଣଙ୍କର ପରିଚୟ ମିଳିଛି । ଜଣକ ହେଲା ଗାଦ୍ରେବାଲର ମୁକ୍ତହର ଶାହା ଯିଏକି ଶ୍ରୀନଗରରେ ବିହାରର ଜଣେ ଷ୍ଟ୍ରିଟ୍ ହକର୍ ବିରେନ୍ଦ୍ର ପାସୱାନ୍ଙ୍କୁ ହତ୍ୟା କରିବା ପରେ ସୋପିଆନକୁ ଆସିଥିଲା । ତିନିଜଣ ଆତଙ୍କବାଦୀ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାରୁ ଏହା ଏକ ବଡ଼ ସଫଳତା ବୋଲି କହିଛି ସୁରକ୍ଷାବାହିନୀ ।

ପ୍ରକାଶ ଥାଉ କି, ଗତକାଲି ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ଜେସିଓଙ୍କ ସମେତ ୫ଜଣ ଯବାନ ଶହୀଦ ହୋଇଥିଲେ । ପୁଞ୍ଚି ଜିଲ୍ଲାରେ ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ।

ଆତଙ୍କୀ ଅଚାନକ ସୁରକ୍ଷାକର୍ମୀଙ୍କ ଉପରକୁ ଅଚାନକ ଗୁଳିମାଡ କରିଥିଲେ । ଏହାର ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପ୍ରବଳ ଗୁଳିମାଡ କିରିଥିଲା । ଆତଙ୍କୀବାଦଙ୍କ ଗୁଳିମାଡରେ ସେନାର ଜଣେ ଜେସିଓ ଏବଂ ଅନ୍ୟ ୪ଜଣ ଯବାନ ଶହୀଦ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.