ETV Bharat / bharat

କାଶ୍ମୀର ସୌନ୍ଦର୍ଯ୍ୟରେ ବିଭୋର ହେବେ ଟ୍ରେନଯାତ୍ରୀ, ୨୦୨୪ ସୁଦ୍ଧା ସରିବ ନିର୍ମାଣ କାର୍ଯ୍ୟ

author img

By

Published : Mar 25, 2023, 7:22 PM IST

Updated : Mar 25, 2023, 7:32 PM IST

ଟ୍ରେନ ସେବା ଦ୍ବାରା କାଶ୍ମୀର ଉପତ୍ୟକା ସହ ଯୋଡ଼ି ହେବେ ଟ୍ରେନଯାତ୍ରୀ । ନିର୍ମାଣ କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Kashmir Rail
Kashmir Rail

ଶ୍ରୀନଗର: ଭାରତର ଭୂସ୍ବର୍ଗ କାଶ୍ମୀର ଉପତ୍ୟକାର ସୌନ୍ଦର୍ଯ୍ୟକୁ ଏଣିକି ଉପଭୋଗ କରିବେ ଟ୍ରେନଯାତ୍ରୀ । ଟ୍ରେନ ସେବା ଦ୍ବାରା ଉପତ୍ୟକା ସହ ଏବେ ସାରା ଦେଶ ଯୋଡ଼ି ହେବାକୁ ଯାଉଛି । ଚଳିତ ବର୍ଷ ଡିସେମ୍ବର କିମ୍ବା ୨୦୨୪ ଜାନୁଆରୀ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ କରି ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ, କାଶ୍ମୀର ପାଣିପାଗ ଅନୁକୂଳ ଏକ ସ୍ବତନ୍ତ୍ର ବନ୍ଦେ ଭାରତ ଟ୍ରେନର ଚଳାଚଳ ଲାଗି ଯୋଜନା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

  • Inspected the ‘first station of India’ at Baramula.

    Purchased local products at ‘One Station One Product’ stall. pic.twitter.com/yR7NsGKfXo

    — Ashwini Vaishnaw (@AshwiniVaishnaw) March 25, 2023 " class="align-text-top noRightClick twitterSection" data=" ">

ଜାନୁଆରୀ ୨୦୨୪ ସୁଦ୍ଧା ଉଦ୍ଧମପୁର-ଶ୍ରୀନଗର-ବାରମୁଲ୍ଲା ରେଲୱେ ଲିଙ୍କ (USBRL) ସହିତ ଯୋଡ଼ି ହେବେ ଦେଶବାସୀ । ଶ୍ରୀନଗରରେ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ କେନ୍ଦ୍ର ରେଳମନ୍ତ୍ରୀ ଏନେଇ ଅଞ୍ଚଳବାସୀଙ୍କୁ ଅବଗତ କରାଇଛନ୍ତି । ଏହି ଅଞ୍ଚଳରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ମଧ୍ୟ ଶୁଭାରମ୍ଭ ହେବ । ଏଥିଲାଗି ନିର୍ମାଣ କାର୍ଯ୍ୟ ଜାରି ରହିଛି । କାଶ୍ମୀରର ପ୍ରତିକୂଳ ପାଗ ସହ ଖାପଖୁଆଇ ଚଳାଚଳ କରିପାରୁଥିବା ସ୍ବତନ୍ତ୍ର ଟ୍ରେନ ନିର୍ମାଣ କରାଯିବ । ଏହି ଟ୍ରେନ ଅନ୍ୟ ରେଳ ଲାଇନକୁ ମଧ୍ୟ ସଂଯୋଗ କରିବ । କାଶ୍ମୀରରେ ପହଞ୍ଚିବା ଲାଗି ଯାତ୍ରୀଙ୍କୁ ଅଲଗା ଟ୍ରେନ ଚଢିବାକୁ ପଡ଼ିବ ନାହିଁ ।

ଏହା ବି ପଢନ୍ତୁ- ବେଶ ପରେ ବେଶ ବଦଳାଉଛି ଅମ୍ରିତପାଲ, ଚଷମା କୋଟ୍‌ରେ ଆସିଲା ନଜର

କେନ୍ଦ୍ର ରେଳମନ୍ତ୍ରୀ USBRL ରେଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ଲାଗି କାଶ୍ମୀର ଗସ୍ତ କରିଛନ୍ତି । ଏହି ପ୍ରକଳ୍ପଟି ଚେନାବ ନଦୀ ଉପରେ ଭାରତର ସବୁଠୁ ବଡ଼ ପ୍ରକଳ୍ପ ମଧ୍ୟରୁ ଗୋଟିଏ । ଚେନାବ ନଦୀ ଉପରେ ରେଳ ଯାତାୟାତ ଲାଗି ନିର୍ମାଣ ହେଉଥିବା ବ୍ରିଜର ଦୈର୍ଘ୍ୟ ପ୍ରାୟ ୩୫୯ ମିଟର, ଯାହାକି ଏଫିଲ ଟାୱାର ଠାରୁ ୩୫ମିଟର ଅଧିକ । ଏହି ରେଳ ବ୍ରିଜର କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହା ଉପରେ ଟ୍ରାଏଲ ରେଳ ଚଳାଚଳ ମଧ୍ୟ କରାଯାଇଛି । ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାକୁ ସଂଯୋଗ କରିବା ଲାଗି ବାରମୁଲ୍ଲାରୁ ରେଳ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରହିଛି ।

ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ରେଳ ପ୍ରକଳ୍ପ ଲାଗି ବିପୁଳ ବ୍ୟୟବରାଦ କରାଯାଇଛି । କେନ୍ଦ୍ର ରେଳମନ୍ତ୍ରୀଙ୍କ ସୂଚନା ଅନୁସାରେ ଜମ୍ମୁ କାଶ୍ମୀରକୁ ପ୍ରାୟ ୫୯୮୩ କୋଟି ଟଙ୍କା ରେଳ ବଜେଟ ଘୋଷଣା କରାଯାଇଛି । ୨୦୧୪ ମସିହା ଠାରୁ ମୋଦି ସରକାର ଜମ୍ମୁ କାଶ୍ମୀର ରେଳ ପ୍ରକଳ୍ପର ବିକାଶ ଦିଗରେ କାର୍ଯ୍ୟ କରିଆସୁଛନ୍ତି । ୨୦୦୯ରୁ ୨୦୧୪ ମଧ୍ୟରେ ଜମ୍ମୁ କାଶ୍ମୀର ରେଳ ଭିତ୍ତିଭୂମିର ବିକାଶ ଲାଗି ୧୦୪୪ କୋଟି ବ୍ୟୟବରାଦ ହୋଇଥିଲା, ମାତ୍ର ୨୦୧୪ ମସିହା ପରେ ଏହାକୁ ୧୭୨୬ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ ମୋଦି ସରକାର ।

Last Updated : Mar 25, 2023, 7:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.