ETV Bharat / bharat

ପେଗାସସ ବିବାଦ ଭାରତର ଆଭ୍ୟନ୍ତରୀଣ ବ୍ୟାପାର: ଇସ୍ରାଏଲ

author img

By

Published : Oct 28, 2021, 10:36 PM IST

ଭାରତରେ ଦେଖାଦେଇଥିବା ପେଗାସସ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲେ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲନ । କହିଲେ ଏହା ଭାରତର ଆଭ୍ୟନ୍ତରୀଣ ମାମଲା । ଅଧିକ ପଢନ୍ତୁ...

ପେଗାସସ ଭାରତର ଆଭ୍ୟନ୍ତରୀଣ ବ୍ୟାପାର: ଇସ୍ରାଏଲ

ନୂଆଦିଲ୍ଲୀ: ଭାରତରେ ଇସ୍ରାଏଲ ନିର୍ମିତ ସ୍ପାଏୱେୟାର ପେଗାସସର ଗୁଇନ୍ଦାଗିରି ଅଭିଯୋଗର ଯାଞ୍ଚ ପାଇଁ 3 ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଭାରତରେ ପେଗାସସକୁ ନେଇ ଲାଗିରହିଥିବା ବିବାଦ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ । ରାଷ୍ଟ୍ରଦୂତ ନାଓର ଗିଲନ ଏହାକୁ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହି ପ୍ରସଙ୍ଗ ଠାରୁ ଇସ୍ରାଏଲକୁ ଦୂରେଇ ରଖିଛନ୍ତି ।

ନାଓର ଗିଲନ୍ କହିଛନ୍ତି, ପେଗାସସ ସ୍ପାଏଓ୍ବେୟାର ବିକଶିତ କରିଛି NSO ନାମକ ଏକ ଇସ୍ରାଏଲି ଘରୋଇ କମ୍ପାନୀ । ବ୍ୟବସାୟିକ ଦୃଷ୍ଟି କୋଣରୁ ଏହା ରପ୍ତାନୀ ହେବା ପରେ ଏହା ସମ୍ପର୍କରେ ଇସ୍ରାଏଲ ନିକଟରେ କୌଣସି ତଥ୍ୟ ନାହିଁ । ବର୍ତ୍ତମାନ ଭାରତରେ ହୋଇଥିବା ଅଭିଯୋଗ ଓ ବିବାଦ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିଛନ୍ତି ନାଓର ।

କଂଗ୍ରେସ ଏବଂ ଟିଏମସି ସମେତ ଏକାଧିକ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଇସ୍ରାଏଲ ସଫ୍ଟୱେୟାର କିଣିବା ଏବଂ ବିରୋଧୀ ଦଳର ନେତା, କାର୍ଯ୍ୟକର୍ତ୍ତା ଏବଂ ସାମ୍ବାଦିକଙ୍କଠାରୁ ତଥ୍ୟ ହାତେଇବା ପାଇଁ ବ୍ୟବହାର କରିଥିବା ଅଭିଯୋଗ କରିଆସୁଛନ୍ତି । ତେବେ ଏହି ବିବାଦରେ କେନ୍ଦ୍ର ସ୍ପଷ୍ଟୀକରଣ ରଖିଥିଲେ ସୁଦ୍ଧା ତାହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ ।

ଏହି ଘଟଣା ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟଳୟରେ ବିଚାରଧୀନ ଥିବାବେଳେ ବୁଧବାର ସୁପ୍ରିମକୋର୍ଟ ୩ ସଦସ୍ୟ ବିଶିଷ୍ଟ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟିରେ ସାଇବର ସୁରକ୍ଷା, ଡିଜିଟାଲ ଫରେନସିକ୍ସ, ନେଟୱାର୍କ ଏବଂ ହାର୍ଡୱେୟାର ବିଶେଷଜ୍ଞଙ୍କୁ ଚୟନ କରାଯାଇଛି । ତେବେ ଏହି କମିଟି ଅଭିଯୋଗର ତଦନ୍ତ କରି ସର୍ବୋଚ୍ଚ ନୟାଳୟଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରିବ ।

ପ୍ରଧାନ ବିଚାରପତି ଏନ.ଭି ରାମଣାଙ୍କ ନେତୃତ୍ବରେ ଗଠିତ ଏବଂ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ଅଭିଯୋଗର ପୁଙ୍ଖାନୁପୁଙ୍ଖ ଏବଂ ତ୍ୱରିତ ଯାଞ୍ଚ କରି ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ରଖିବାକୁ କହିଥିବାବେଳେ ପରବର୍ତ୍ତୀ ଶୁଣାଣି ୮ ସପ୍ତାହ ପରେ ଶୁଣାଣି ହେବା ନେଇ ଧାର୍ଯ୍ୟ କରିଛନ୍ତି ।

ତେବେ ଏପରି ଅଭିଯୋଗକୁ ଇସ୍ରାଏଲ ଭାରତର ଆଭ୍ୟନ୍ତରୀଣ ବ୍ୟାପାର କହି ପ୍ରସଙ୍ଗ ଠାରୁ ଦୂରତା ବଜାୟ ରଖିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.