ETV Bharat / bharat

Transnational Marriage: ପ୍ରେମରେ ଦିୱାନୀ ଇଟାଲୀୟ ଯୁବତୀ, ଭାରତୀୟ ଯୁବକଙ୍କ ସହ ମନ୍ଦିରରେ ପଡ଼ିଲା ହାତଗଣ୍ଠି - ଇଟାଲୀୟ ଯୁବତୀଙ୍କୁ ବିବାହ କଲେ ହିନ୍ଦୁ ଯୁବକ

ଜଣେ ହିନ୍ଦୁ ଯୁବକ ଜଲାଲପୁରରେ ଥିବା ଐତିହାସିକ ତ୍ରିଲୋଚନ ଶିବ ମନ୍ଦିରରେ ଇଟାଲୀୟ ଯୁବତୀଙ୍କ ସହିତ ବିବାହ କରିଛନ୍ତି । ଉଭୟଙ୍କ ଏହି ବିବାହ ଦେଖିବାକୁ ବହୁ ସଂଖ୍ୟାରେ ଭିଡ ଜମିଥିଲା । ଅଧିକ ପଢନ୍ତୁ

Hindu youth marries Italian bride
Hindu youth marries Italian bride
author img

By

Published : Aug 21, 2023, 12:39 PM IST

ଲକ୍ଷ୍ନୌ: ପ୍ରେମ କେବେ ସୀମା ସରହଦ ମାନେନା । ହୃଦୟ ସହ ହୃଦୟ ମିଶିଲେ ସବୁ ସୀମା ଡେଇଁଯିବାକୁ ସାହାସ ଆସିଯାଏ । ନିକଟ ଅତୀତରେ ଏହାର ଅନେକ ନଜିର ଭାରତରେ ଦେଖିବାକୁ ମିଳିଥିଲା । ଏଭଳି ଏକ ପ୍ରେମ କାହାଣୀକୁ ନେଇ ପାକିସ୍ତାନର ସୀମା ହୈଦର ଚର୍ଚ୍ଚାର ରହିଥିଲେ । ଯିଏ ନିଜ ପ୍ରେମିକକୁ ପାଇବାକୁ ବେଆଇନ ତରିକାରେ ଭାରତରେ ପ୍ରବେଶ କରିଥିଲେ । ତେବେ କେବଳ ସୀମା ନୁହେଁ ଅନେକ ପାଶ୍ଚାତ୍ୟ ଦେଶର ଯୁବତୀ ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ି ସାତ ଜନ୍ମର ସାଥି ବାଛିଛନ୍ତି । ଏଭଳି ଆଉ ଏକ ଘଟଣା ଉତ୍ତର ପ୍ରଦେଶର ଜୌନପୁରରେ ଦେଖିବାକୁ ମିଳିଛ । ଏଠାରେ ଜଣେ ଇଟାଲୀୟ ଯୁବତୀ ଭାରତୀୟ ଯୁବକଙ୍କୁ ବିବାହ କରିଛନ୍ତି ।

ଉତ୍ତର ପ୍ରଦେଶ ଜୋନପୁରର ଜଲାଲପୁରରେ ଥିବା ଐତିହାସିକ ତ୍ରିଲୋଚନ ଶିବ ମନ୍ଦିରରେ ସମ୍ପୂର୍ଣ୍ଣ ହିନ୍ଦୁ ପରମ୍ପରା ଅନୁସାରେ ଇଟାଲୀୟ ଯୁବତୀ ଭାରତୀୟ ଯୁବକ ବିବାହ କରିଛନ୍ତି । ତେବେ ଏହି ବିଦେଶୀ ଯୁବତୀଙ୍କୁ ଦେଖିବା ପାଇଁ ମନ୍ଦିରରେ ଲୋକଙ୍କ ଭିଡ଼ ଜମିଥିଲା ।

ଏହା ବି ପଢ଼ନ୍ତୁ Cross- Border Love Story: ଭାରତୀୟ ଯୁବକଙ୍କ ପ୍ରେମରେ ସାଉଥ କୋରିଆ ଯୁବତୀ, କହିଲେ ଆଇ ଲଭ୍‌ ଇଣ୍ଡିଆ

ସୂଚନା ମୁତାବକ, ବାରାଣସୀ ଫୁଲପୁରର କରଖିୟାଂବ ଗ୍ରାମର ନିବାସୀ ଅଖିଳେଶ ବିଶ୍ବକର୍ମା ହୋଟେଲ ମ୍ୟାନେଜ୍‌ମେଣ୍ଟ କୋର୍ସ କରି ସାରିବା ପରେ ୨୦୧୬ରୁ କତାରରେ କ୍ୟାବିନ କ୍ରୁ ଭାବରେ କାମ କରୁଥିଲେ । 2022 ମସିହାରେ କତାରର ସୁକ୍ ୱାକିଫ୍ର ଏକ ହୋଟେଲରେ ବନ୍ଧୁଙ୍କ ଜନ୍ମଦିନ ଭୋଜିରେ ଇଟାଲୀର ତାନିଆ ପବ୍ଲିକୋଙ୍କୁ ଭେଟିଥିଲେ | ପରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଉଭୟ ଅନ୍ୟ ଦେଶରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ମାର୍ଚ୍ଚ ୧ରେ ଉଭୟ ଆଇନ ଅନୁଯାୟୀ ୟୁରୋପର ଜର୍ଜିଆର ରାଜଧାନ ତ୍ବିଲିସିରେ କୋର୍ଟରେ ବିବାହ କରିଥିଲେ । ଅଖିଳେଶ ଓ ତାନିଆଙ୍କ ବିବାହକୁ ଅଖିଳେଶଙ୍କ ପରବାର ଲୋକେ ମଧ୍ୟ ସମ୍ମତି ଜଣାଇଥିଲେ । ବର୍ତ୍ତମାନ ପୁନଃ ଏହି ଦୁଇଜଣଙ୍କ ହିନ୍ଦୁ ରୀତିନୀତିରେ ଶିବମନ୍ଦିରରେ ବିବାହ ହୋଇଛି ।

ଏନେଇ ଅଖିଳେଶ କହିଛନ୍ତି,"ଯେତେବେଳେ ମୁଁ ତାନିଆଙ୍କୁ ପ୍ରଥମେ ଭେଟିଥିଲି ସେ କତରର ଏକ ବିଦ୍ୟାଳୟରେ ଇଂରାଜୀ ଶିକ୍ଷୟିତ୍ରୀ ଥିଲେ। ମୋର ଜନ୍ମସ୍ଥାନ ଦେଖିବାକୁ ତାନିଆଙ୍କର ଇଚ୍ଛା ଥିଲା । ସେଥିପାଇଁ ପ୍ରଥମେ ତାଙ୍କର ଭିସା ଆବେଦନ କଲି । ତାପରେ ତାଙ୍କୁ ଗାଁକୁ ଆଣିଲି । ଏଠାରେ ରହିବା ପାଇଁ ତାନିଆଙ୍କୁ ବହୁତ ଭଲ ଲାଗୁଛି । ତାନିଆ ଭାରତୀୟ ନାଗରିକତା ଚାହୁଁଛନ୍ତି । ପ୍ରାୟ ଦୁଇ ବର୍ଷ ପରେ ତାନିଆଙ୍କ OCI କାର୍ଡ ହେବ । ଭୋଟ୍ ଦେବାର ଅଧିକାର ବ୍ୟତୀତ ସେ ଜଣେ ଭାରତୀୟ ହେବାର ସମସ୍ତ ଅଧିକାର ପାଇବେ ।" ବର୍ତ୍ତମାନ ଭାରତୀୟ ସଂସ୍କୃତିକୁ ଆପଣାଇବାକୁ ଚାହୁଁଛନ୍ତି ତାନିଆ ।

ଏହା ମଧ୍ୟ ପଢନ୍ତୁ- Cross Country Marriage: ପାକ୍‌ ଯୁବତୀଙ୍କୁ ଭର୍ଚ୍ଚୁଆଲରେ ବିବାହ କଲେ ଆଇନଜୀବୀ

ଏନେଇ ଅନ୍ୟପଟେ ତାନିଆ କହିଛନ୍ତି, "ମୋର ଜନ୍ମ ଇଟାଲୀରେ ହୋଇଥିବା ବେଳେ ଶିକ୍ଷା ଫିଲିପିନ୍ସରେ ହୋଇଛି । ପୁରା ପରିବାର ଆମେରିକାରେ ରହୁଛନ୍ତି । ଏଠାକାର ଖାଦ୍ୟ ଭାରି ଭଲ ଲାଗୁଛି । ବିଶେଷ କରି ସ୍ୱାମୀ ଅଖିଳେଶଙ୍କ ହାତରନ୍ଧା ଚିକେନ୍ ତରକାରୀ, ଭାତ ଏବଂ ପରଟା ଅଧିକ ଭଲ ଲାଗେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.