ETV Bharat / bharat

ଉନ୍ମୋଚିତ ହେଲା 'History of ITBP' ପୁସ୍ତକ, ସୈନ୍ୟଙ୍କୁ ମିଳିବ ପ୍ରେରଣା

author img

By

Published : Aug 8, 2021, 1:23 PM IST

ଇଣ୍ଡୋ ତିବ୍ବତୀୟାନ ସୀମା ପୋଲିସ ରବିବାର ତାର ପ୍ରଥମ ପୁସ୍ତକ ଉନ୍ମୋଚିତ ହୋଇଛି । ଇତିହାସରେ ଏହା ପ୍ରଥମ । ଏହି ପୁସ୍ତକଟି ଅଧିକାରୀ ଏବଂ ତାର ସୈନ୍ୟଦଳକୁ ଜ୍ଞାନ ଦେବ । ଅଧିକ ପଢନ୍ତୁ...

ଉନ୍ମୋଚିତ ହେଲା 'History of ITBP' ପୁସ୍ତକ
ଉନ୍ମୋଚିତ ହେଲା 'History of ITBP' ପୁସ୍ତକ

ଡେରାଡୁନ: ଉନ୍ମୋଚିତ ହେଲା 'History of ITBP' ପୁସ୍ତକ । ଇଣ୍ଡୋ ତିବ୍ବତୀୟାନ ସୀମା ପୋଲିସ ରବିବାର ତାର ପ୍ରଥମ ପୁସ୍ତକ ଉନ୍ମୋଚିତ ହୋଇଛି । ଇତିହାସରେ ଏହା ପ୍ରଥମ । ଏହି ପୁସ୍ତକଟି ଅଧିକାରୀ ଏବଂ ତାର ସୈନ୍ୟଦଳକୁ ଜ୍ଞାନ ଦେବ ।

ସାମରିକ ବାହିନୀ କହିଛି ଯେ ଏହି ପୁସ୍ତକଟି ପ୍ରଶାସନିକ ତଥା ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ମଧ୍ୟ ଫୋର୍ସର ସରକାରୀ ଇତିହାସ ଭାବରେ ଗଭୀର ବିବରଣୀ ପାଇଁ ଉପଯୋଗୀ ହେବ । ଏହି ପ୍ରକାଶନ ପର୍ଯ୍ୟନ୍ତ ITBP ଉପରେ ସେପରି କୌଣସି ପୁସ୍ତକ ଉପଲବ୍ଧ ହୋଇ ନଥିଲା ବୋଲି ଆଇଟିବିପି ମୁଖପାତ୍ର ବିବେକ କୁମାର ପାଣ୍ଡେ କହିଛନ୍ତି । ଏହା ଏକ ଐତିହାସିକ ସଫଳତା ବୋଲି କହିଛନ୍ତି ITBP ମୁଖପାତ୍ର ।

ଏହି ପୁସ୍ତକ ଇଂରାଜୀ ଶଦ୍ଦରେ ରହିଛି । ପୁସ୍ତକରେ ବର୍ଷ ବର୍ଷ ଧରି ସୁରକ୍ଷାବଳୟର ଐତିହାସିକ ବିକାଶ ବିଷୟରେ ବିଭିନ୍ନ ତଥ୍ୟ ଏବଂ ଦିଗ ବିଷୟରେ ଲେଖା ରହିଛି । ଅନୁସନ୍ଧାନ ପରେ ଦୁଇ ବର୍ଷ ମଧ୍ୟରେ ଏହି 640 ପୃଷ୍ଠାର ଭଲ୍ୟୁମ୍ ପ୍ରସ୍ତୁତ ହୋଇଛି । ଏଥିରେ ଗତ ଛଅ ଦଶନ୍ଧି ମଧ୍ୟରେ ITBPର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସଫଳତା ଅନ୍ତର୍ଭୁକ୍ତ ହୋଇଛି ଯେପରିକି ସୀମା ପରିଚାଳନା, ଗୁରୁତ୍ବପୂର୍ଣ୍ଣ ମାନଦଣ୍ଡ, ସଂସ୍କାର,ପ୍ରଶାସନିକ ପରିବର୍ତ୍ତନ । କଳା ଧଳା ରଙ୍ଗର ପ୍ରାୟ ୧୦୦୦ ଐତିହାସିକ ଫଟୋ ଏହି ପୁସ୍ତକରେ ସ୍ଥାନିତ ହୋଇଛି ।

ଫୋର୍ସ ଅପରେସନ୍ ଶାଖା ଏବଂ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ବାରା ପ୍ରସ୍ତୁତ ଏହି ପୁସ୍ତକ ସମସ୍ତ ଆଇଟିବିପି ଗଠନ ଏବଂ ପ୍ରଶିକ୍ଷଣ କେନ୍ଦ୍ରକୁ ପ୍ରଦାନ କରାଯିବ । ମତାମତ ଉପରେ ଆଧାର କରି ଦରକାର ପଡିଲେ ଭବିଷ୍ୟତରେ ଏହାର ସଂସ୍କରଣ ପ୍ରକାଶିତ କରାଯିବ । ଆଇଟିବିପି ଏକାଡେମୀ, ମସୁରୀରୁ ପାସ୍ ହୋଇଥିବା ଦୁଇଜଣ ମହିଳା ଅଧିକାରୀଙ୍କ ସମେତ 53 ଅଧିକାରୀଙ୍କରେ ମଧ୍ୟ ଏହି ପୁସ୍ତକ ଉନ୍ମୋଚିତ ହୋଇଛି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ଆଇଟିବିପି ଡିଜି ଏସ୍ ଦେଶୱାଲ ଆଇଟିବିପି ଦ୍ବାରା ପ୍ରକାଶିତ 'ଆଇଟିବିପି ଇତିହାସ' ଶୀର୍ଷକ ପୁସ୍ତକ ପ୍ରକାଶିତ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.