ETV Bharat / bharat

Kedarnath Yatra 2022: ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ITBP ଯବାନ ନିୟୋଜିତ

author img

By

Published : May 13, 2022, 1:31 PM IST

ଚଳିତ ମାସ ୬ ତାରିଖରୁ ସାଧାରଣ ଭକ୍ତଙ୍କ ପାଇଁ କେଦାରନାଥ ଯାତ୍ରା ଆରମ୍ଭ ହୋଉଛି । ଭିଡ ନିୟନ୍ତ୍ରଣ ପାଇଁ କେଦାରନାଥରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP)କୁ ନିୟୋଜିତ କରାଯାଇଛି । ଅଧିକ ପଢନ୍ତୁ

Kedarnath Yatra 2022:ତିର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ହେଲେ ITBP ଯବାନ

ଡେରାଡୁନ: ଚଳିତ ମାସ ୬ ତାରିଖରୁ ସାଧାରଣ ଭକ୍ତଙ୍କ ପାଇଁ କେଦାରନାଥ ଯାତ୍ରା ଆରମ୍ଭ ହୋଇଛି । ଭିଡ ନିୟନ୍ତ୍ରଣ ପାଇଁ କେଦାରନାଥରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP)କୁ ନିୟୋଜିତ କରାଯାଇଛି । କେଦାରନାଥ ଯାତ୍ରା ଆରମ୍ଭ ହେବା ଦିନ ଠାରୁ ବିଭିନ୍ନ କାରଣରୁ ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ଏଥିରେ କେଦାରନାଥରେ ଭିଡ ନିୟନ୍ତ୍ରଣ ପାଇଁ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ସହ NDRF ଯବାନ ମୁତୟନ କରିବା ନେଇ ନିଷ୍ପତ୍ତି ନିଆଯାଇଛି ।

ITBP ମୁଖପାତ୍ର ବିବେକ କୁମାର ପାଣ୍ଡେ(Vivek Kumar Pandey)କହିଛନ୍ତି ଯେ, "ବହୁ ସଂଖ୍ୟକ ତୀର୍ଥଯାତ୍ରୀ କେଦାରନାଥକୁ ଆଗମନ କରୁଛନ୍ତି । ମନ୍ଦିରରେ ସୁରକ୍ଷା ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଯାତ୍ରା ପାଇଁ ଫୋର୍ସଙ୍କୁ ମୁତୟନ କରାଯାଇଛି । ଦୈନିକ 20,000 ରୁ ଅଧିକ ଶ୍ରଦ୍ଧାଳୁ କେଦାରାନାଥ ଦର୍ଶନରେ ଆସୁଛନ୍ତି ।" ସୋନପ୍ରାୟାଗ(Sonprayag), ଉଖିମଠ( Ukhimath) ଓ କେଦାରନାଥ(Kedarnath) ଭଳି ସ୍ଥାନ ଗୁଡିକରେ ତୀର୍ଥଯାତ୍ରୀଙ୍କ ପ୍ରବଳ ଭିଡ ରହୁଛି । ଭିଡ ନିୟନ୍ତ୍ରଣ ପାଇଁ ଏ ସ୍ଥାନଗୁଡିକରେ ନିୟୋଜିତ ଆଇଟିବିପି ଯବାନ ତୀକ୍ଷ୍ଣ ନଜର ରଖିଛନ୍ତି । ଚଳିତ ମାସ ୬ ତାରିଖରୁ ଭକ୍ତଙ୍କ ପାଇଁ କେଦାରନାଥ ପୀଠ ଖୋଲଯାଇଛି ।

ତେବେ ଏ ପର୍ଯ୍ୟନ୍ତ ଏ ଧାମକୁ 1,30,000ରୁ ଅଧିକ ତୀର୍ଥଯାତ୍ରୀ ଆସି ସାରଲେଣି । ଏହାସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ଅମ୍ଳଜାନ ସିଲିଣ୍ଡର ସହ ଏକ ମେଡିକାଲ ଟିମର ବ୍ୟବସ୍ଥା କରାଯାଇଛି । ସେହିପରି ବଦ୍ରିନାଥ ମନ୍ଦିର(Badrinath Temple)ରେ ମଧ୍ୟ ITBP ଯବାନଙ୍କୁ ନିୟୋଜିତ କରାଯାଇଛି । ତେବେ କୋଭିଡ ପାଇଁ ଦିର୍ଘ ୨ ବର୍ଷ ପରେ ଚାରଧାମ ଯାତ୍ରା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.