ETV Bharat / bharat

ଦିଲ୍ଲୀ ପୋଲିସ କମିଶନର ହେଲେ ITBP ଡିଜି ସଞ୍ଜୟ ଆରୋରା - ରାକେଶ ଅସ୍ଥାନାଙ୍କ କାର୍ଯ୍ୟକାଳ

ଦିଲ୍ଲୀ ପୋଲିସର ନୂତନ କମିଶନର ହେଲେ ITBP ଡିଜି ସଞ୍ଜୟ ଆରୋରା । ଆଜି ସରୁଛି ରାକେଶ ଅସ୍ଥାନାଙ୍କ କାର୍ଯ୍ୟକାଳ । ଆସନ୍ତାକାଲି ଦାୟିତ୍ବ ଗ୍ରହଣ କରିବେ 1988 ବ୍ୟାଚର ଅଧିକାରୀ ଆରୋରା । ଅଧିକ ପଢନ୍ତୁ

ଦିଲ୍ଲୀ ପୋଲିସ କମିଶନର ହେଲେ ITBP ଡିଜି ସଞ୍ଜୟ ଆରୋରା

author img

By

Published : Jul 31, 2022, 8:58 PM IST

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ନୂଆ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ITBP ଡିଜି ସଞ୍ଜୟ ଆରୋରା । ରବିବାର ଦିଲ୍ଲୀ କମିଶନର ଭାବେ ରାକେଶ ଅସ୍ଥାନାଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ତାଙ୍କଠାରୁ ପରବର୍ତ୍ତୀ କମିଶନର ଭାବେ IPS ଆରୋରା ଦାୟିତ୍ବ ଗ୍ରହଣ କରିବେ । ଆରୋରା ବର୍ତ୍ତମାନ ଅର୍ଦ୍ଧ ସାମରିକ ବଳ ଇଣ୍ଡୋ-ତିବ୍ବତ ବର୍ଡର ପୋଲିସର (ITBP) ମହାନିର୍ଦ୍ଦେଶକ ଭାବେ ଦାୟିତ୍ବରେ ରହିଛନ୍ତି ।

  • Five people including 3 MLAs from Jharkhand Congress who were nabbed with huge amounts of cash, have been arrested. All the five people will be presented in the court today: Swati Bhangalia, SP, Howrah Rural

    — ANI (@ANI) July 31, 2022 " class="align-text-top noRightClick twitterSection" data=" ">

ଦିଲ୍ଲୀ ପୋଲିସର ପରବର୍ତ୍ତୀ କମିଶନର ଦାୟିତ୍ବରେ ଆରୋରାଙ୍କୁ ନିଯୁକ୍ତ କରାଯାଉଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । 1988 ମସିହା ତାମିଲନାଡୁ କ୍ୟାଡରର ଅଧିକାରୀ ଆରୋରାଙ୍କୁ ଅନ୍ତଃରାଜ୍ୟ ଡେପୁଟେସନ (inter-cadre deputation) ଭାବେ AGMUT କ୍ୟାଡରକୁ ପରିବର୍ତ୍ତନ କରିଥିଲେ କେନ୍ଦ୍ର ସରକାର । ତେବେ ସେ କେନ୍ଦ୍ରଶାସିତ ଅଞ୍ଚଳ କ୍ୟାଡର ଅଧିକାରୀ ଭାବେ ରହିଥିବା ଯୋଗୁ ତାଙ୍କୁ ଦିଲ୍ଲୀର କମିଶନର ଭାବେ ନିଯୁକ୍ତି ଦେବାରେ କୌଣସି ସମସ୍ୟା ମଧ୍ୟ ନାହିଁ । ଆସନ୍ତାକାଲି (ଅଗଷ୍ଟ 1) ଠାରୁ ସେ ଏହି ନୂତନ ଦାୟିତ୍ବ ଗ୍ରହଣ କରିବେ ।

ଇଲେକ୍ଟ୍ରିକାଲ ଇଞ୍ଜନିୟରିଂ ପଷ୍ଠଭୂମିରୁ ଥିବା ସଞ୍ଜୟ ଆରୋରା 1988ରେ ଭାରତୀୟ ପୋଲିସ ସେବାରେ ସାମିଲ ହେବା ସହ ତାମିଲନାଡୁ କ୍ଯାଡର ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏକାଧିକ ଅପରେସନର ନେତୃତ୍ବ ନେଇଥିବା ଆରୋରା ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ଡେପୁଟେସନରେ ଦୀର୍ଘ ବର୍ଷ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ସେ ବର୍ତ୍ତମାନ ITBP ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଅବସ୍ଥାପିତ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.