ETV Bharat / bharat

ବିମାନରେ ଉନ୍ମତ୍ତ କାଣ୍ଡ, ଅର୍ଦ୍ଧନଗ୍ନ ବେଶରେ ଯାତ୍ରା କଲେ ଇଟାଲୀ ଯାତ୍ରୀ

author img

By

Published : Jan 31, 2023, 9:24 PM IST

ପୁଣି ବିମାନ ଭିତରେ ସୃଷ୍ଟି ହେଲା ବିଶୃଙ୍ଖଳା ପରିସ୍ଥିତି । ଆବୁଧାବିରୁ ମୁମ୍ବାଇ ଆସୁଥିବା ବିମାନରେ ଜଣେ ଇଟାଲୀ ଯାତ୍ରୀ ପାଟିତୁଣ୍ଡ କରିବା ସହ ଅର୍ଦ୍ଧନଗ୍ନ ଅବସ୍ଥାରେ ଯାତ୍ରା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Italian woman creates ruckus aboard
Italian woman creates ruckus aboard

ମୁମ୍ବାଇ: ପୁଣି ବିମାନ ଭିତରେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ । ଆବୁଧାବିରୁ ମୁମ୍ବାଇକୁ ଆସୁଥିବା ଏକ ବିମାନରେ ଇଟାଲୀ ଯାତ୍ରୀ ବିଶୃଙ୍ଗଳା ପରିବେଶ ସୃଷ୍ଟି କରିଛନ୍ତି । ଇକୋନମି ଟିକେଟ କରି ବିଜନେସ କ୍ଲାସରେ ବସିବାକୁ ଜିଦ ଧରିଥିବା ବେଳେ ତାଙ୍କୁ ବିମାନ କର୍ମଚାରୀ ବାରଣ କରିବା ପରେ ସେ ତାଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାପରେ ବିମାନ ଭିତରେ ଅର୍ଦ୍ଧନଗ୍ନ ବେଶରେ ବସିଥିବା ମଧ୍ୟ ଅଭିଯୋଗ ହୋଇଛି । ମୁମ୍ବାଇ ପୋଲିସ ଉକ୍ତ ଇଟାଲୀ ଯାତ୍ରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିବା ଜଣାପଡ଼ିଛି । ତେବେ ଭିସ୍ତାରା ବିମାନ ମଧ୍ୟରେ ଏପରି ଘଟଣା ଘଟିଛି ।

ଭିସ୍ତାରା ମୁଖପାତ୍ରଙ୍କ କହିବାନୁସାରେ ଏଭଳି ଦୁର୍ବ୍ୟବହାର କରିଥିବା ଇଟାଲୀ ମହିଳାଙ୍କ ନାମ ହେଉଛି ପାଓଲା ପେରୁସିଓ । ଯିଏକି ଆବୁଧାବିରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲେ । ତେବେ ସେ ଇକୋନମି ଟିକେଟ କରିଥିବା ବେଳେ ବିଜନେସ କ୍ଲାସ ସିଟ୍‌ରେ ବସି ଆସିବାକୁ ଜିଦ୍‌ ଧରିଥିଲେ । ଏ ନେଇ ତାଙ୍କୁ ବିମାନ କର୍ମଚାରୀମାନେ ବାରଣ କରିଥିଲେ । ଏହାପରେ ସେ ଉଗ୍ରରୂପ ଧାରଣ କରି ବିମାନ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ । କର୍ମଚାରୀଙ୍କ କପଡ଼ା ଟାଣିବା ସହ ମାଡ଼ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହାପରେ ସେ ଚାଲିଆସି ସେ ସିଟ୍‌ରେ ବସିଥିଲେ ।

ଏହା ବି ପଢନ୍ତୁ- Air India Urination Case: ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ମିଳିଲା ଜାମିନ

ତେବେ ସେ ସିଟ୍‌ରେ ଅର୍ଦ୍ଧନଗ୍ନ ଅବସ୍ଥାରେ ବସି ଯାତ୍ରା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏ ନେଇ ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ମୁମ୍ବାଇ ପୋଲିସ ଇଟାଲୀ ମହିଳାଙ୍କ ବିରୋଧରେ ଚାର୍ଜସିଟ ଫାଇଲ କରିଛି । ବିମାନ ଅବତରଣ କରିବା ପରେ ମହିଳାଙ୍କୁ ସାହାର ପୋଲିସ ପକ୍ଷରୁ ଗିରଫ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଗତ କିଛି ଦିନ ଧରି ବିମାନ ମଧ୍ୟରେ ଯାତ୍ରୀଙ୍କ ଏପରି ଅଶାଳୀନ ବ୍ୟବହାର ଖବର ସାମନାକୁ ଆସୁଛି । ଏହାପରେ ବିମାନ କର୍ତ୍ତୃପକ୍ଷ ଯାତ୍ରୀଙ୍କ ଏପରି ଆଚରଣ ବିରୋଧରେ କଡା ନିୟମ ଆଣିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛନ୍ତି ।

ନିକଟରେ ଜଣେ ଯାତ୍ରୀ ବିମାନ କର୍ମଚାରୀଙ୍କ ସହିତ ଦୁର୍ବ୍ୟବହାର କରୁଥିବାର ଭିଡିଓ ସାମନାକୁ ଆସିଥିଲା । ପୁରୁଷ ଯାତ୍ରୀ ଜଣକ ମହିଳା କର୍ମଚାରୀଙ୍କ ସହିତ ବିମାନ ମଧ୍ୟରେ ବହୁ ଜୋରରେ ପାଟିତୁଣ୍ଡ କରିଥିଲେ । ଦିଲ୍ଲୀ-ହାଇଦ୍ରାବାଦ ସ୍ପାଇସଜେଟ ବିମାନ ମଧ୍ୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ସେହିପରି ମହିଳା ଯାତ୍ରୀଙ୍କ ଉପରେ ଯାତ୍ରୀ ଶଙ୍କର ମିଶ୍ରା ପରିସ୍ରା କରିଥିବା ଖବର ଆସିଥିଲା । ଏହି ଘଟଣାରେ ଅଭିଯୁକ୍ତଙ୍କ ଚାକିରି ଯିବା ସହ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.