ETV Bharat / bharat

Telangana: BRS ସାଂସଦ ଓ ବିଧାୟକଙ୍କ ଘରେ ଆୟକର ଚଢାଉ

author img

By

Published : Jun 14, 2023, 8:34 PM IST

ତେଲେଙ୍ଗାନାରେ BRS ସାଂସଦ ଓ ବିଧାୟକଙ୍କ ଘରେ ଆୟକର ଚଢାଉ । ଜଣେ ସାଂସଦ ଓ 2 ବିଧାୟକଙ୍କ ବାସଭବନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଜାରି ରହିଛି ଚଢାଉ । ଅଧିକ ପଢନ୍ତୁ

Telangana: BRS ସାଂସଦ ଓ ବିଧାୟକଙ୍କ ଘରେ ଆୟକର ଚଢାଉ
Telangana: BRS ସାଂସଦ ଓ ବିଧାୟକଙ୍କ ଘରେ ଆୟକର ଚଢାଉ

ହାଇଦ୍ରାବାଦ: ପୁଣି ଥରେ ତେଲେଙ୍ଗାନାରେ ସକ୍ରିୟ ମୋଡ଼କୁ ଆସିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆଜି ଏକାଧିକ BRS ସାଂସଦ ଏବଂ ବିଧାୟକଙ୍କ ବାସଭବନରେ ଆୟକର ବିଭାଗର ଅଧିକାରୀ ଚଢାଉ ଜାରି ରଖିଛନ୍ତି । ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ରାଜ୍ୟରେ ଆକ୍ସନ ମୋଡକୁ ଆସିଥିଲା । ଆଜି ସକାଳୁ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ମୋଡକୁ ଆସିଛି । ଆଜି ଶାସକ ଭାରତ ରାଷ୍ଟ୍ର ସମିତିର ଜଣେ ସାଂସଦ ଓ 2 ବିଧାୟକଙ୍କ ବାସଭବନ, କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଆୟକର ଟିମ୍‌ ଚଢାଉ କରିଛି ।

ଆଜି ସକାଳୁ ଜାରି ରହିଥିବା ଚଢାଉରେ ଆୟକର ବିଭାଗର ପ୍ରାୟ 50ଟି ଟିମ ନିୟୋଜିତ ହୋଇଛନ୍ତି । ସକାଳୁ ରାଜଧାନୀ ହାଇଦ୍ରାବାଦ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ ଜରି ରହିଛି । ଭାରତ ରାଷ୍ଟ୍ର ସମିତିର ସାଂସଦ କୋଟା ପ୍ରଭାକର ରେଡ୍ଡୀ, ନାଗୁରକୁରନୁଲର ବିଧାୟକ ମାରି ଜନାର୍ଦ୍ଦନ ରେଡ୍ଡୀ, ଓ ଭବନଗିରିରୁ ଦଳର ବିଧାୟକ ଥିବା ପାୟଲ ଶେଖର ରେଡ୍ଡୀଙ୍କ ବାସଭବନରେ ଏହି ଚଢାଉ କରାଯାଉଛି ।

ଆୟକର ବିଭାଗର ଅଧିକାରୀମାନେ ହାଇଦ୍ରାବାଦର ଜୁବୁଲି ହିଲ୍ସ ରୋଡ୍ ନମ୍ବର-36 ରେ ଥିବା ବିଧାୟକ ମ୍ୟାରି ଜନାର୍ଦ୍ଦନ ରେଡ୍ଡୀଙ୍କ ବାସଭବନରେ ଚଢାଉ କରିଥିଲେ । ସେହିପରି କୁକାଟପାଲିର ଥିବା ଜନାର୍ଦ୍ଦନ ରେଡ୍ଡୀଙ୍କ ଜେସି ବ୍ରଦର୍ସ ସପିଂ ମଲ୍‌ରେ ମଧ୍ୟ ଆୟକର ବିଭାଗର ଏକ ଟିମ୍‌ ଚଢାଉ ଜାରି ରଖିଛି । ଏବେ ମଧ୍ୟ ଏହି ଚଢାଉ ଜାରି ରହିଛି । ଏଥିସହ କୋଠାପେଟାରେ ଶେଖର ରେଡ୍ଡୀଙ୍କ ବାସଭବନରେ ମଧ୍ୟ ଚଢାଉ କରିଛି ସଂସ୍ଥା । ଏହି ସମସ୍ତ ସ୍ଥାନରେ ଆୟକର ଅଧିକାରୀମାନେ ଟିକସ ଦେୟ ସହ ଜଡିତ ବିଭିନ୍ନ ଦଲିଲ ଯାଞ୍ଚ କରୁଛନ୍ତି । ଅନ୍ୟପକ୍ଷରେ ଏହି ନେତାଙ୍କ ମାଲିକାନାରେ ଥିବା ବିଭିନ୍ନ ରିଏଲ୍ ଇଷ୍ଟେଟ୍ କମ୍ପାନୀ ଏବଂ ସପିଂ ମଲ, ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଆଦିରେ ମଧ୍ୟ ଏକକାଳୀନ ଚଢାଉ ଜାରି ରହିଛି ।

ସକାଳୁ ଆରମ୍ଭ ହୋଇଥିବା ଚଢାଉ ଏବେ ମଧ୍ୟ ଜାରି ରହିଥିବା ସୂଚନା ମିଳିଛି । କାର୍ଯ୍ୟାନୁଷ୍ଠାନ କିମ୍ବା ମିଳିଥିବା ତଥ୍ୟ ସମ୍ପର୍କରେ ଆୟକର ବିଭାଗ କିଛି ସ୍ପଷ୍ଟ କରିନି । କୌଣସି ଆୟ ବହିର୍ଭୁତ ସମ୍ପତ୍ତି କିମ୍ବା ଟିକସ ଫାଙ୍କିବାର ପ୍ରମାଣ ମିଳିଲେ ଏହି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଆଜି ତାମିଲନାଡୁର ଶକ୍ତିମନ୍ତ୍ରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.