କୋଲକାତା: ବିଧାନସଭା ନିର୍ବାଚନ ନେଇ ସରଗରମ ରହିଛି ପଶ୍ଚିମବଙ୍ଗ ରାଜନୀତି । ପୂର୍ବତନ କ୍ରିକେଟର ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବିଜେପିରେ ସାମିଲ ନେଇ ଚର୍ଚ୍ଚା ଥମୁନି । ସେପଟେ, ଆସନ୍ତା ମାର୍ଚ୍ଚ 7 ତାରିଖରେ ବଙ୍ଗଳାରେ ରାଲି କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ରାଲିରେ ଗାଙ୍ଗୁଲି ସାମିଲ ହେବେ ନା ନାହିଁ ସେନେଇ ଆଉ ଏକ ଚର୍ଚ୍ଚା ଜୋର ଧରିଛି ।
ମାର୍ଚ୍ଚ 27 ତାରିଖରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦଳୀୟ ନିର୍ବାଚନ ପ୍ରଚାର ନେଇ ଏକ ରାଲି କରିବେ ମୋଦି । ଏହି ଅବସରରେ ଗାଙ୍ଗୁଲି ସାମିଲ ହେବେ ନା ନାହିଁ ସେନେଇ ତାଙ୍କ ଉପରେ ନିର୍ଭର କରେ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ଯଦି ପୂର୍ବତନ କ୍ୟାପଟେନଙ୍କ ସ୍ବାସ୍ଥ୍ୟ ସୁସ୍ଥ ରହେ ଏବେ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ବିଚାର କରନ୍ତି ତେବେ ତାଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯିବ ବୋଲି ବିଜେପି ପ୍ରବକ୍ତା ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ଜାନୁଆରୀ 31 ତାରିଖରେ ଗାଙ୍ଗୁଲିଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ଏହାର ତିନି ଦିନ ପରେ କୋରାନାରୀ ଧମନୀକୁ ସଫା କରିବାକୁ ଆଜିଓପ୍ଲାଷ୍ଟିର କରିଥିଲେ । ଅସ୍ତ୍ରୋପଚାର ସମୟରେ ଆଉ ଦୁଇଟି ଷ୍ଟେଣ୍ଟ ଲଗାଯାଇଥିଲା | ଜାନୁଆରୀ ଆରମ୍ଭରେ ସାମାନ୍ୟ ହୃଦଘାତ ପରେ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଥିଲା । ବର୍ତ୍ତମାନ ସେ ଘରେ ଆରାମ ନେଉଛନ୍ତି ।