ETV Bharat / bharat

ନୂପୁର ଶର୍ମାଙ୍କୁ SCଙ୍କ ତାଗିଦ ଟିପ୍ପଣୀ, ଉଚିତ୍‌ ଫୋରମରେ ଚର୍ଚ୍ଚା ହେବ କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ - ନୁପୂରଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା ପ୍ରସଙ୍ଗ

ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ଭର୍ତ୍ସନା କଲେ ସର୍ବୋଚ୍ଚ କୋର୍ଟ । କୌଣସି ପ୍ରତିକ୍ରିୟା ପାଇଁ ମନା କଲେ କେନ୍ଦ୍ର ଆଇନ ମନ୍ତ୍ରୀ ରିଜିଜୁ । କହିଲେ ମୌଖିକ ଟିପ୍ପଣୀ, କୋର୍ଟଙ୍କ ଆଦେଶ ନୁହେଁ, ପ୍ରକୃତ ଫୋରମରେ ଆଲୋଚନା ହେବା ଉଚିତ୍‌ । ଅଧିକ ପଢନ୍ତୁ

ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ ଟିପ୍ପଣୀ, ଉଚିତ ଫୋରମରେ ଚର୍ଚ୍ଚା ହେବ କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ

author img

By

Published : Jul 3, 2022, 7:50 AM IST

ହାଇଦ୍ରାବାଦ: ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ମାମଲାରେ ସର୍ବୋଚ୍ଚ କୋର୍ଟ ନୂପୁରଙ୍କୁ କଡା ଭର୍ତ୍ସନା କରିବାର ଗୋଟିଏ ଦିନ ପରେ କେନ୍ଦ୍ର ଆଇନ ମନ୍ତ୍ରୀ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କୋର୍ଟଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖିବା ଅନୁଚିତ ବୋଲି କହିବା ସହ ଏହି ପ୍ରସଙ୍ଗକୁ ସଠିକ ଫୋରମରେ ଆଲୋଚନା କରିବାର ଆବଶ୍ୟକତା ଥିବା କହିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ।

ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସାମିଲ ହେବା ପାଇଁ ହାଇଦ୍ରାବାଦରେ ଥିବା ରିଜଜୁ ଜାତୀୟ ଖବର ସରବରାହ ସଂସ୍ଥା ANIକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଇନ ମନ୍ତ୍ରୀ ଭାବେ କୋର୍ଟ ପ୍ରଦାନ କରିଥିବା ଟିପ୍ପଣୀକୁ ନେଇ କିଛି ପ୍ରତିକ୍ରିୟା ରଖିବା ଉଚିତ ନୁହେଁ । ଯଦିଓ କୋର୍ଟଙ୍କ ଏପରି ଚିପ୍ପଣୀରେ ତାଙ୍କର ମତଭେଦ ଥାଇପାରେ ତଥାପି ସେ କୌଣସି ପ୍ରତିକ୍ରିୟା ରଖିବା ଅନୁଚିତ ବୋଲି ରିଜିଜୁ କହିଥିଲେ । ଏହି ଘଟଣାରେ ସେ ତାଙ୍କ ପ୍ରିତିକ୍ରିୟା ରଖିବା ପାଇଁ ବିଭିନ୍ନ ଆଡୁ ଆହ୍ବାନ ପାଉଛନ୍ତି, କିନ୍ତୁ ସର୍ବସାଧାରଣରେ ଟିପ୍ପଣୀ ଦେବା ପରିବର୍ତ୍ତେ ପ୍ରସଙ୍ଗକୁ ସଠିକ ଫୋରମରେ ବିଶ୍ଳେଷଣ ହେବାର ଆବଶ୍ୟକତା ରହିଥିବା କହିଥିଲେ ସେ ।

ସର୍ବୋଚ୍ଚ ଅଦାଲତ ନିଲମ୍ବିତ ବିଜେପି ନେତ୍ରୀଙ୍କ ମନ୍ତବ୍ୟକୁ ନେଇ ଉଦବେଗ ପ୍ରକାଶ କରିବା ସହ କହିଥିଲେ, ନୂପୁର ଭାଷା ଉପରେ ନିୟନ୍ତ୍ରଣ ହରାଇ ଯାହା କରିଛନ୍ତି ତାହା ସମଗ୍ର ଦେଶରେ ଅସନ୍ତୋଷ ସୃଷ୍ଟି କରିଛି । ଏବେ ଦେଶରେ ଯାହା ଘଟୁଛି ସେଥିପାଇଁ ଏକମାତ୍ର ସେ ହିଁ ଦାୟୀ ଏବଂ ଏଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ ବୋଲିି କହିଥିଲେ କୋର୍ଟ । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜେ.ବି ପାରଦୀୱାଲାଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ ଏହି ମାମଲାରେ ଏପରି ଟିପ୍ପଣୀ ଦେଇଥିଲେ ।

ନୂପୁରଙ୍କ ମନ୍ତବ୍ୟ ସାରା ଦେଶରେ ହିଂସା ସୃଷ୍ଟି କରିବା ପରି ସ୍ଥିତି ସୃଷ୍ଟି କରିଛି ଓ ସେ କ୍ଷମା ମାଗିବା ଉଚିତ ବୋଲି ସର୍ବୋଚ୍ଚ କୋର୍ଟ ମୌଖିକ ଭାବେ କହିଥିବା ବେଳେ ଏହା କୋର୍ଟଙ୍କ ବିଧିବଦ୍ଧ ଆଦେଶ ନୁହେଁ । ନୂପୁରଙ୍କ ବିରୋଧରେ ଦେଶବ୍ୟାପୀ ବିଭିନ୍ନ ଥାନାରେ ମାମାଲା ଦାଏର ହେବା ସହ ତାଙ୍କ ନାମର କୋଲକାତା ପୋଲିସ ମଧ୍ୟ ଲୁକଆଉଟ ନୋଟିସ ମଧ୍ୟ ଜାରି କରିଛି । ଅନ୍ୟପଟେ ନୂପୁରଙ୍କ ସମର୍ଥନରେ ବାହାରି ଥିବା ଲୋକଙ୍କୁ ମଧ୍ୟ ଟାର୍ଗେଟ କରାଯିବା ଆରମ୍ଭ କରାଗଲାଣି । ରାଜସ୍ଥାନ ଉଦୟପୁର ପରେ ମହାରାଷ୍ଟ୍ର ଅମରାବତୀରେ ମଧ୍ୟ ନୂପୁରଙ୍କ ସମର୍ଥନରେ ସମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାରୁ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.