ETV Bharat / bharat

Gaganyaan Mission: କ୍ରାୟୋଜେନିକ୍ ଇଞ୍ଜିନର ସଫଳ ପରୀକ୍ଷଣ

ଗଗନଯାନ ମିଶନ ପାଇଁ କ୍ରାୟୋଜେନିକ୍ ଇଞ୍ଜିନର ଯୋଗ୍ୟତା ପରୀକ୍ଷଣ ସଫଳ । ସୂଚନା ଦେଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଆଗାମୀ ପର୍ଯ୍ୟାୟରେ ହେବ ଆଉ ଏକାଧିକ ପରୀକ୍ଷଣ । ଅଧିକ ପଢନ୍ତୁ

author img

By

Published : Jan 12, 2022, 8:59 PM IST

ଗଗନାୟନ ମିଶନ ପାଇଁ କ୍ରାୟୋଜେନିକ୍ ଇଞ୍ଜିନର ସଫଳ ପରୀକ୍ଷଣ କଲା ISRO

ଚେନ୍ନାଇ: ଭାରତର ବହୁ ପ୍ରତିକ୍ଷୀତ ଗଗନଯାନ ମିଶନ ପାଇଁ କ୍ରାୟୋଜେନିକ୍ ଇଞ୍ଜିନର ଯୋଗ୍ୟତା ପରୀକ୍ଷଣ ସଫଳତାର ସହ ଶେଷ କରିଛି ଭାରତୀୟ ମହାକାଶ ଗେବେଷଣା ସଂସ୍ଥା ଇସ୍ରୋ । ଆଜି (ମଙ୍ଗଳବାର) ତାମିଲନାଡୁର ମହେନ୍ଦ୍ରଗିରିରେ ଥିବା ISRO ପ୍ରପୁଲସନ୍ କମ୍ପ୍ଲେକ୍ସ (IPRC) ରେ ଏହି ପରୀକ୍ଷଣ ସଫଳତାର ସହ ଶେଷ ହୋଇଥିବା ଟ୍ବିଟ କରି ସୂଚନା ଦେଇଛି ISRO ।

ଏହି ପରୀକ୍ଷଣର ଅବଧି 720 ସେକେଣ୍ଡ ରହିଥିଲା । ପରୀକ୍ଷଣର ସମଗ୍ର ଅବଧି ମଧ୍ୟରେ ଇଞ୍ଜିନ ସମ୍ପୂର୍ଣ୍ଣ କାର୍ଯ୍ୟଦକ୍ଷତା ସହ ସମସ୍ତ ପାରାମିଟର ଗୁଡିକ ସଠିକ ଭାବେ ପୂରଣ କରିଥିଲା । ଏହି ଇଂଞ୍ଜିନର ସଫଳ ପରୀକ୍ଷଣ ସମଗ୍ର ମିଶନ ପାଇଁ ଏକ ବଡ ସଫଳତା ବୋଲି ଇସ୍ରୋ କହିଛି । ଏହି ସଫଳ ଦୀର୍ଘକାଳୀନ ପରୀକ୍ଷଣ ମାନବ ସ୍ପେସ୍ ପ୍ରୋଗ୍ରାମ୍- ଗଗନଯାନ ମିଶନ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି ସଂସ୍ଥା କହିଛି ।

ଏହି ଇଞ୍ଜିନରେ ପରବର୍ତ୍ତୀ ସମୟରେ ଆଉ ୪ ଟି ପରୀକ୍ଷଣ କରାଯିବ, ଯାହାର ସମନ୍ୱିତ ଅବଧି 1810 ସେକେଣ୍ଡ ରହିବ ବୋଲି ଇସ୍ରୋ କହିଛି । ସେହିପରି ଅନ୍ୟ ଏକ ଇଞ୍ଜିନ ମଧ୍ୟ ପ୍ରସ୍ତୁତ କରାଯିବା ସହ ଦୁଇଟି ସ୍ୱଳ୍ପ-ଅବଧି ପରୀକ୍ଷଣ ଏବଂ ଗୋଟିଏ ଦୀର୍ଘ-ଅବଧି ପରୀକ୍ଷଣ କରିବ । ଯାହା ଏହି ମିଶନର ତ୍ରୁଟି ଶୁନ୍ୟତାକୁ ସୁନିଶ୍ଚିତ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.